Odisha news

ମୋଦି ଆସୁଛନ୍ତି ଚଣ୍ଡିଖୋଲ : ୩୮ ହଜାର କୋଟି ଟଙ୍କା ବ୍ୟୟରେ ଘୋଷିତ ଚଣ୍ଡିଖୋଲ ବୃହତ୍ତ ଭୂତଳ ତୈଳ ଭଣ୍ଡାର ନିର୍ମାଣ ଆଶା ଉଦଯାପିତ,ଅଞ୍ଚଳବାସୀ ଆଶାବାଦୀ

0
ଚଣ୍ଡିଖୋଲ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୫ ତାରିଖରେ ଚଣ୍ଡିଖୋଲ ଆସୁଛନ୍ତି! ତାଙ୍କର ଏହି ଆଗମନ ପରିପେକ୍ଷୀରେ ବିକାଶ ପ୍ରକ୍ରିୟା ଯେ ଆଶାତିତ ହେବ ସେହି ଆବେଗରେ ଅଞ୍ଚଳବାସୀଙ୍କ ମନରେ ଅସରନ୍ତି ଭାବନା ସୃଷ୍ଟି ହୋଇଛି! ବିଶେଷକରି ତାଙ୍କ ଦ୍ୱାରା ୨୦୧୬ ମସିହାରେ ଘୋଷିତ ପୂର୍ବ ଭାରତର ବିକାଶ ଯୋଜନାରେ ଓଡିଶାର ପ୍ରଥମ ଓ ସର୍ବ ବୃହତ୍ତ ଚଣ୍ଡିଖୋଲ ଭୂତଳ ତୈଳ ଭଣ୍ଡାର ନିର୍ମାଣ ନେଇ ଅଞ୍ଚଳବାସୀ ଆଶାବାଦୀ ହୋଇପଡିଛନ୍ତି! ଦୀର୍ଘ ଦିନଧରି ରାଜ୍ୟବାସୀଙ୍କ ବହୁପ୍ରତିକ୍ଷୀତ ଏହି ପ୍ରକଳ୍ପର ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିବେ ବୋଲି ଏବେ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି! ପୂର୍ବ ଭାରତର ସାମଗ୍ରୀକ ବିକାଶ ନହେଲେ ଦେଶର ପ୍ରକୃତ ବିକାଶ ଅସମ୍ଭବ ବୋଲି ବିବେଚନା କରି ଶ୍ରୀ ମୋଦି ତାଙ୍କ ସରକାରଙ୍କ ପ୍ରଥମ ପାଳିରେ ଓଡିଶାର ବିକାଶ ଧାରାକୁ ସୁଦୃଢ କରିବା ପାଇଁ ଓଡିଶାରେ ଏହି ବୃହତ ପ୍ରକଳ୍ପ ନିର୍ମାଣ ନେଇ ଘୋଷଣା କରିଥିଲେ!
ତେବେ ଦୀର୍ଘ ୮ବର୍ଷ ବିତିଯିବା ପରେ ମଧ୍ୟ ଏହି ବହୁ ପ୍ରତିକ୍ଷୀତ ତଥା ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କର ସ୍ୱପ୍ନର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଏବେ ସୁଧା ବାସ୍ତବ ରୂପ ନେଇପାରି ନାହିଁ! ଦେଶର ଏହି ବୃହତ୍ତ ପ୍ରକଳ୍ପ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ପ୍ରସ୍ତାବିତ ସ୍ଥାନ ଡଙ୍କାରୀ ଠାରେ ନିର୍ମାଣ ହେବକୁ ଘୋଷଣା ହୋଇଛି! ୪ଶହ ଏକର ଜମି ଉପରେ ପ୍ରକଳ୍ପର ନିର୍ମାଣ ଓ ପାରି ପାର୍ଶ୍ଵିକ ଆବଶ୍ୟକତା ପାଇଁ ଆଉ ଦୁଇଶହ ଏକର ଜମି ଉପରେ ହେବାକୁଥିବା ଏହି ପୂର୍ଣ୍ଣାଙ୍ଗ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ଏଥିପାଇଁ ଦୀର୍ଘ ବର୍ଷ ହେବ କେନ୍ଦ୍ର ବଜେଟରେ ୩୮ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅର୍ଥ ବରାଦ ହୋଇ ସାରିଛି ! ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ମଧ୍ୟ ଦୁଇ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ଯୋଗାଇ ଦିଆଯାଇଛି ! ଏପରିକି ପ୍ରକଳ୍ପର ନିର୍ମାଣକାର୍ଯ୍ୟ ପାଇଁ ମଧ୍ୟ ଠିକାଦାର ନିଯୁକ୍ତି ପ୍ରକ୍ରିୟା ଶରିଛି! କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ବିଭାଗୀୟ ଉଚ୍ଚ ଅଧିକାରୀ ଏବଂ ବୈଷୟିକ କମିଟି ୨୦୧୭ ଓ ୨୦୧୮ ମସିହାରେ ଦୁଇ ଦୁଇଥର କ୍ଷେତ୍ର ପରିଦର୍ଶନରେ ଆସି ଏଠାରେ ପ୍ରକଳ୍ପ ନିର୍ମାଣ ପାଇଁ ଗତ ୫ବର୍ଷ ତଳୁ ତାଙ୍କର ଅନୂକୁଳ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇ ସାରିଛନ୍ତି! ହେଲେ ଦୁର୍ଭାଗ୍ୟର ବିଷୟ ଏତେସବୁ ପରେବି ଡଙ୍କାରୀରେ ଏହି ବୃହତ୍ତ ପ୍ରକଳ୍ପର ନିର୍ମାଣ ନେଇ ଘୋର ଅନିଶ୍ଚିତତା ଦେଖାଦେଇଛି!
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ସେତେବେଳେ ମୋଦିଜୀଙ୍କ ମନ୍ତ୍ରୀ ମଣ୍ଡଳରେ ଓଡିଶାର ପୁଅ ଧର୍ମେନ୍ଦ୍ର ପ୍ରଧାନ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମନ୍ତ୍ରୀ ଥିବାରୁ ଏହି ଘୋଷିତ ବୃହତ ପ୍ରକଳ୍ପର କାର୍ଯ୍ୟ ଅତିଶିଘ୍ର ଆରମ୍ଭହୋଇ ନିର୍ଧାରିତ ସମୟ ମଧ୍ୟରେ ଶେଷହେବ ବୋଲି ଓଡିଶାବାସୀ ତଥା ସ୍ଥାନୀୟ ଚଣ୍ଡିଖୋଲ ଅଞ୍ଚଳର ଲକ୍ଷାଧିକ ଜନସାଧାରଣ ଦୃଢ ନିଶ୍ଚିତ ହୋଇଥିଲେ! ଏପରିକି ଏହି ପ୍ରକଳ୍ପ ନିର୍ମାଣ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ଥାନୀୟ ଲୋକଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟିହେବା ସହ ପ୍ରାୟ ୩ହଜାର ୫୦୦ ବେକାର ଯୁବକ ଯୁବତୀଙ୍କୁ ଏଥିରେ ସ୍ଥାୟୀ ନିଯୁକ୍ତି ମିଳିବ ଓ ପ୍ରକଳ୍ପ ସ୍ଥଳରୁ ଦୀର୍ଘ ୩୦କିମି ଅଞ୍ଚଳର ସାମଗ୍ରୀକ ବିକାଶଧାରା ଶୀର୍ଷ ସ୍ତର ଛୁଇଁବ ବୋଲି ଘୋଷଣା ହୋଇଥିଲା!  ଏଥିସହ ଏହି ପ୍ରକଳ୍ପ ରାଜ୍ୟର ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ କରିବ ବୋଲି ସେତେବେଳେ ସରକାରୀ ରିପୋର୍ଟରେ ପ୍ରକାଶ ପାଇଥିଲା! ତାକୁନେଇ ଅଞ୍ଚଳବାସୀଙ୍କ ମନରେ ସ୍ୱର୍ଣ୍ଣିମ ଭବିଷ୍ୟତର ଅନେକ ସ୍ୱପ୍ନ ସୃଷ୍ଟି କରିଥିଲା! ଯାହାକୁ ଆଧାରକରି ଅଞ୍ଚଳବାସୀ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପର ନିର୍ମାଣ କାମ ଏଠାରେ ନିଶ୍ଚିତ ଆରମ୍ଭ ହେବ ବୋଲି ଏବେ ବି ଆଶାବାଦୀ ରହିଛନ୍ତି! ହେଲେ ପରିତାପର ବିଷୟ ଘୋଷଣାର ୮ବର୍ଷ ବିତିଯିବା ପରେବି ପ୍ରକଳ୍ପ ପାଇଁ ଅଦ୍ୟାବଧି ଜମି ଅଧିଗ୍ରହଣ ହୋଇପାରିନାହିଁ! ରାଜ୍ୟ ସରକାର ଜମି ଅଧିଗ୍ରହଣ କରୁ ନଥିବାରୁ ପ୍ରକଳ୍ପର ନିର୍ମାଣ ନେଇ ଘୋର ସନ୍ଦେହ ସୃଷ୍ଟି ହୋଇଛି! ଅପରପକ୍ଷରେ ରାଜ୍ୟ ସରକାରଙ୍କ ଏପରି ଶିଥିଳତା ନେଇ କେନ୍ଦ୍ର ସରକାର ମଧ୍ୟ ଘୋଷିତ ପ୍ରକଳ୍ପର ଅଗ୍ରଗତି ପାଇଁ ରାଜ୍ୟ ସରକାରଙ୍କ ଉପରେ ଆବଶ୍ୟକୀୟ ଚାପ ନପକାଇ ସ୍ଥାଣୁତା ଅବଲମ୍ବନ କରିବା ଘଟଣା ଏବେ ଏହି ପ୍ରସ୍ଥାବିତ ବୃହତ୍ତ ପ୍ରକଳ୍ପର ବାସ୍ତବ ସ୍ତିତିରେ ଶୂନ୍ୟତା ସୃଷ୍ଟି କରିଛି! ସବୁଠାରୁ ବଡକଥା ହେଉଛି ଦେଶର ସୁରକ୍ଷା ସହିତ ଏହି ପ୍ରକଳ୍ପ ମଧ୍ୟ ଯୋଡିହୋଇ ରହିଛି! ନିର୍ମାଣ ହେବାକୁଥିବା ଏହି ଭୂତଳ ତୈଳ ଭଣ୍ଡାରରେ ଯେ କୌଣସି ଜରୁରୀ ପରିସ୍ଥିତିରେ ଆଗୁଆ ପଦକ୍ଷେପ ସରୁପ ବ୍ୟାପକ ପରିମାଣର ତୈଳ ଗଛିତ ରଖାଯାଇ ତାହାକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତୈଳ ସଙ୍କଟ ସମୟରେ ବିନିଯୋଗ କରାଯିବା ପାଇଁ ଏହି ଭୂତଳ ତୈଳ ଭଣ୍ଡାର ନିର୍ମାଣ କରାଯିବାର ପରିକଳ୍ପନା କରାଯାଇଥିଲା!
ଭୌଗଳିକ ଅବସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ପ୍ରକଳ୍ପ ସହ ଦେଶର ତିନୋଟି ସ୍ଥାନରେ ଗୋଟିଏ ଦିନରେ ଏକସଙ୍ଗେ ତିନୋଟି ଭୂତଳ ତୈଳ ଭଣ୍ଡାର ନିର୍ମାଣ ପାଇଁ ଘୋଷଣା କରିଥିଲେ! ସେଥି ମଧ୍ୟରୁ ଚଣ୍ଡିଖୋଲ ପ୍ରକଳ୍ପଟି ସର୍ବ ବୃହତ୍ତ ପ୍ରକଳ୍ପ ଓ ଏହା ଯାଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡିଖୋଲ ନିକଟ ଡଙ୍କାରୀ ଠାରେ ନିର୍ମାଣ ପାଇଁ ଘୋଷଣା ହୋଇଥିଲା!  ଦ୍ୱିତୀୟ ପ୍ରକଳ୍ପ ଆଦ୍ରପ୍ରଦେଶର ପେଦୁର ଓ ତୃତୀୟ ପ୍ରକଳ୍ପଟି କର୍ଣ୍ଣାଟକର ମାଙ୍ଗାଲୋର ଠାରେ ନିର୍ମାଣ ପାଇଁ ସେତେବେଳେ ଏକସଙ୍ଗେ ଘୋଷଣା ହୋଇଥିଲା! ଇତିମଧ୍ୟରେ ଓଡିଶା ପ୍ରକଳ୍ପକୁ ଛାଡି ଅନ୍ୟ ଦୁଇଟି ଯାକ ପ୍ରକଳ୍ପର ନିର୍ମାଣ କାମ ଗତ ପାଞ୍ଚ ବର୍ଷ ତଳୁ ଶେଷହୋଇ ତାହା କାର୍ଯ୍ୟକ୍ଷମ ହେବା ସହିତ ଇତିମଧ୍ୟରେ ସେଗୁଡିକ ସମ୍ପ୍ରସାରିତ ହୋଇସାରିଛି! ହେଲେ ଦୁର୍ଭାଗ୍ୟ ଯେ, ଚଣ୍ଡିଖୋଲ ପ୍ରକଳ୍ପର ନିର୍ମାଣ କାମ ଅଦ୍ୟାବଧି ଆରମ୍ଭ ହୋଇନାହିଁ! ଏହାର ଭବିଷ୍ୟତ ରୂପରେଖ କଣ ହେବ ତାକୁନେଇ ଲୋକଙ୍କ ମନରେ ଅନିଶ୍ଚିତା ଓ ଶୂନ୍ୟତା ସୃଷ୍ଟି ହୋଇଛି! ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ଡଙ୍କାରୀ ମୌଜାରେ ୨୨୧ ଖାତାର ପ୍ଳଟ ନମ୍ବର ୬୦୦ ରେ ରହିଥିବା ସରକାରୀ ଜମିରୁ ପ୍ରକଳ୍ପ ପାଇଁ ନିର୍ଧାରିତ ପରିମାଣର ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ଭିତରେ ବାରମ୍ବାର ରାଜ୍ୟ ସରକାରଙ୍କୁ ପତ୍ର ଲେଖା ଯାଇଛି! ତେବେ ପ୍ରୋକ୍ତ ଅଞ୍ଚଳରେ ଖଣି ଖନନ କରୁଥିବା କେତେକ କଳାପଥର ବେପାରୀଙ୍କ ସ୍ୱର୍ଥ ତଥା କିଛି ପ୍ରଭାବଶାଳୀ ରାଜନେତାଙ୍କ ଚକ୍ରାନ୍ତ ପାଇଁ ରାଜ୍ୟ ସରକାର ସେଠାରେ ଜମି ଅଧିଗ୍ରହଣକୁ ଯାଣିସୁଣି ବିଳମ୍ବିତ କରି ରାଜ୍ୟର ସ୍ୱାର୍ଥସହ ଜଡିତ ଏତେବଡ ପ୍ରକଳ୍ପ କାର୍ଯ୍ୟକୁ ଦିଗହରା କରୁଥିବା ଅଭିଯୋଗ ହୋଉଥିଲା ବେଳେ ଦେଶର ଯଶସ୍ୱ ପ୍ରଧାନମନ୍ତ୍ରୀ ମୋଦିଜୀ ଏଠାକୁ ଆସୁଥିବାରୁ ଏହି ପ୍ରକଳ୍ପର ନିର୍ମାଣ ସମ୍ପର୍କରେ ସେ ନିଶ୍ଚିତ ତାଙ୍କର ଅନୁକୂଳ ପ୍ରତିକ୍ରିୟା ରଖି ଅଞ୍ଚଳବାସୀଙ୍କ ବିଶ୍ୱାସ ଜିତିବେ ବୋଲି ଆଲୋଚନା ହେଉଛି!
Nalco

Leave A Reply