Odisha news

ହାଇପରଥର୍ମିଆ କଣ ? ହାଇପରଥର୍ମିଆରୁ କିପରି ନିଜକୁ ସୁସ୍ଥ ରଖିବେ ?

0

ହାଇପରଥର୍ମିଆ ଗୋଟିଏ ଏଭଳି ସ୍ଥିତି ଯାହାଦ୍ୱାରା ଶରୀରର ତାପମାତ୍ରା ଖୁବ ଅଧିକ ବଢି ଯାଇଥାଏ l ଏହି ରୋଗ ଅନେକ କାରଣରୁ ହୋଇଥାଏ l ଯେପରିକି ଜଳବାୟୁ ରେ ପରିବର୍ତ୍ତନ, ଶରୀରର ଉତ୍ତାପ ଉପର-ତଳ ହେବା ଦ୍ୱାରା, ଅଧିକ କାର୍ଯ୍ୟ କରି ଥକି ଯିବା ଦ୍ୱାରା, ଅତ୍ୟଧିକ ଝାଳ ବାହାରିବା ଦ୍ୱାରା l ଏହାଛଡା ଆମେ କିଛିଟା ଔଷଧ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ହାଇପରଥର୍ମିଆ ସମସ୍ୟା ଦେଖା ଯାଇଥାଏ l

ଯେତେବେଳେ ଆମ ଶରୀର ରୁ ଠିକ ଭାବରେ ଝାଳ ବାହାରିପାରି ନଥାଏ ତେବେ ଏପରିସ୍ଥିତି ରେ ଶରୀର ଗରମ ରହିଥାଏ , ଏବଂ ଏହି ସମୟରେ ହାଇପରଥର୍ମିଆ ସମସ୍ୟା ଦେଖା ଯାଇଥାଏ l ତେଣୁ ସମୟ ଥାଉ ଥାଉ ଏହାର ଚିକିତ୍ସା କରିବା ନିହାତି ଜରୁରୀ l ତେଣୁ ପ୍ରତ୍ୟେକ ସମୟରେ କିଛିଟା ନିୟମ ମାନିବ ନିହାତି ଜରୁରୀ l

– ହାଇପରଥର୍ମିଆରୁ କିପରି ନିଜକୁ ସୁସ୍ଥ ରଖିବେ ?

* ହାଇପରଥର୍ମିଆ କୁ ଠିକ କରିବା ପାଇଁ ସବୁଠୁ ମହତ୍ଵପୁର୍ଣ ହେଲା ନିଜକୁ ହାଇଡ୍ରେତ ରଖିବା l ଯେତେବେଳେ ଆମ ଶରୀର ଡି – ହାଇଡ୍ରେଟ ହୋଇ ଯାଇଥାଏ, ସେତେବେଳେ ଆମକୁ ନିଜ ଶରୀରର ଅନ୍ତରୀଣ ତାପମାତ୍ରା କୁ ନିୟନ୍ତ୍ରିତ ରଖିବା ଅଧିକ କଠିନ ହୋଇଥାଏ l ଝାଳ ବାହାରିବା ଦ୍ୱାରା ଆମ ଶରୀର ପ୍ରାକୃତିକ ଭାବରେ ଥଣ୍ଡା ହୋଇଥାଏ l ତେଣୁ ଗୋଟିଏ ଦିନରେ ଅତି କମ ରେ ୮ ଗ୍ଲାସ ପାଣି ପିଇବା ଜରୁରୀ ଅଟେ l

* ଯଦି ଆପଣ ଗରମ ଦିନରେ ବାହାରେ ସମୟ ଅତିବାହିତ କରୁଛନ୍ତି , ତେବେ ନିଜ ଶରୀରକୁ ଥଣ୍ଡା ହେବାକୁ ଛାଇ ଜାଗାରେ କିଛି ସମୟ ବସିବା ନିହାତି ଜରୁରୀ l ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକ ଖରାରେ ରହିବା ଦ୍ୱାରା ଶରୀରର ଭିତର ତାପମାତ୍ରା ବଢି ଯାଇଥାଏ l

* କିଛି ଔଷଧ ଏଭଳି ରହିଛି ଯାହାକି ହାଇପରଥର୍ମିଆ କୁ ଅଧିକ ବେଗରେ ବିକଶିତ କରିଥାଏ l ଏଥିରେ ଉଚ୍ଚ ରକ୍ତଚାପ, ହୃଦ ରୋଗ, ମାନସିକ ରୋଗ ର ଔଷଧ ଶାମିଲ ରହିଛି l ତେଣୁ ଏହି ସବୁ ଔଷଧ ନିଜ ଇଚ୍ଛାରେ ନଖାଇ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

* ହାଇପରଥର୍ମିଆ କୁ ଜାଣିବା ପାଇଁ ନିଜ ଶରୀରର ସଂକେତ କୁ ଠିକ ଭାବରେ ଧ୍ୟାନ ଦେବା ଜରୁରୀ l ମୁଣ୍ଡ ବୁଲାଇବା, ବିନା କାରଣରେ ବାନ୍ତି ଲାଗିବ, ମାଂସପେଶୀ ରେ ଯନ୍ତ୍ରଣା ହେବା ସହସାରିର ଅଧିକ ଗରମ ଅନୁଭୂତ ହେବା ଭଳି ସମସ୍ୟା ଦେଖା ଯାଇଥାଏ l ତେଣୁ ଏହିସବୁ ଲକ୍ଷଣ କୁ ଅଣଦେଖା କରିବା ଉଚିତ ନୁହେଁ l

Leave A Reply