Odisha news

ଆପଣ ଏହି ଦିଗକୁ ମୁହଁ କରି ଖାଉଛନ୍ତି କି ? ହୋଇ ଯାନ୍ତୁ ସାବଧାନ

0

ଭାରତୀୟ ବାସ୍ତୁଶାସ୍ତ୍ରର ଖୁବ ମହତ୍ୱ ରହିଛି l ପ୍ରତ୍ୟେକ କାର୍ଯ୍ୟକୁ ନେଇ ବାସ୍ତୁ ଶାସ୍ତ୍ରର ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟ ରହିଛି l ଯେପରିକି କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଜରୁରୀ ? କେଉଁ ଦିଗକୁ ମୁଖ କରି ପାଠ ପଢିବା ଜରୁରୀ ? କେଉଁ ଦିଗକୁ ମୁଖ କରି ଖାଦ୍ୟ ଗ୍ରହଣ କରିବା ଜରୁରୀ ଇତ୍ୟାଦି l ଶାସ୍ତ୍ର ଅନୁସାରେ ଯଦି ଏହି ନିୟମ ଗୁଡିକ ର ଆମେ ପାଳନ କରିବା ନାହିଁ, ତେବେ ଏହା ଆମ ଜୀବନ ଉପରେ ଖୁବ ଅଧିକ ନକାରାତ୍ମକ ପ୍ରଭାବ ପକାଇଥାଏ l

– ଶାସ୍ତ୍ର ଅନୁସାରେ ଯେତେବେଳେ ମଧ୍ୟ ଘରେ ଭୋଜନ ଗ୍ରହଣ କରୁଛନ୍ତି ସେତେବେଳେ ଉପଯୁକ୍ତ ଦିଗ ବିଷୟରେ ଜାଣି ରଖିବା ଆବଶ୍ୟକ l ତେଣୁ ଏହିସବୁ କଥାକୁ ଆକ୍ଷି ଆଗରେ ରଖି ବାସ୍ତୁକାର ମାନେ ମତ ଦେଇଛନ୍ତି କଦାପି ଘରର ମୁଖ୍ୟ ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବା ଉଚିତ ନୁହେଁ l

– ଦକ୍ଷିଣ ଦିଗକୁ ମୁଖ କରି ଭୋଜନ ଗ୍ରହଣ କରିବା ଦ୍ୱାରା ଘରର ମୁରବୀ ଙ୍କ ଉପରେ ଋଣଭାର ର ବୃଦ୍ଧି ହୋଇଥାଏ ଏବଂ ଦରିଦ୍ରତା ଛାଇ ଯାଇଥାଏ l ଶରୀର ଅସୁସ୍ଥ ରହିଥାଏ ଏବଂ ସର୍ବଦା ବ୍ୟକ୍ତି ରୋଗ ଗ୍ରସ୍ତ ହୋଇଥାଏ l

– ଦକ୍ଷିଣ ଦିଗକୁ ମୁଖ କରି ଖାଇବା ଦ୍ୱାରା ମଣିଷ ଉପରେ ପିତୃ ପୁରୁଷ ଙ୍କ କୃପା ମିଳି ନଥାଏ l କାହିଁକି ନା ଦକ୍ଷିଣ ଦିଗ ହେଉଛି ପିତୃ ପୁରୁଷ ଙ୍କ ଦିଗ l ତେଣୁ ମାନ୍ୟତା ଅନୁସାରେ ଦକ୍ଷିଣ ଦିଗକୁ ମୁଖକରି ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ କିମ୍ବା ଖାଇବା ଉଚିତ ନୁହେଁ l

– ଏହାଛଡା କଦାପି ବିଛଣା ଉପରେ ବସି ଖାଦ୍ୟ ଖାଇବା ଉଚିତ ନୁହେଁ, ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଲାଭ ହୋଇ ନଥାଏ l ଏବଂ ପରିବାର ମଧ୍ୟରେ କଳହ ଦେଖା ଦେଇଥାଏ l

Nalco

Leave A Reply