Odisha news

କୁଡୁମୀ ସେନାର ଅଧିକାର ସମାବେଶ ସ୍ଥଗିତ

0

ବାରିପଦା  : କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରିବା ପାଇଁ ଗତ ଏକ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି କୁଡୁମୀ ସେନା ପକ୍ଷରୁ ଆନେ୍ଦାଳନ ଜାରି ରହିଛି । ସେହି କ୍ରମରେ ଚଳିତ ଫେବୃୟାରୀ ମାସ ୨୮ତାରିଖ ଦିନ ବାରିପଦା ଠାରେ ଅଧିକାର ସମାବେଶର ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଥିଲା । ଏବେ ଦଶମ ଓ ଦ୍ୱାଦଶ ଏବଂ ସମସ୍ତ ଶ୍ରେଣୀର ବାର୍ଷିକ ପରୀକ୍ଷାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ତାହା ନକରିବା ପାଇଁ ଅଭିଭାବକ ମାନେ ଅନୁରୋଧ କରିଥିଲେ । ଏହାକୁ ସମ୍ମାନ ଜଣାଇ କୁଡୁମୀ ସେନାର ନେତ୍ରୁ ବୃନ୍ଦ ଉକ୍ତ ଅଧିକାର ସମାବେଶକୁ ସ୍ଥଗିତ ରଖିବା ପାଇଁ ନିଷ୍ପତି ନେଇଥିବାର ବିଷୟ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ କୁଡୁମୀ ସେନାର ଅଧ୍ୟକ୍ଷ ଜୈମୁନି କୁମାର ମହାନ୍ତ ଜଣାଇଛନ୍ତି ।

Nalco

Leave A Reply