Odisha news

ବିଜୁ ନବୀନଙ୍କ କାର୍ଯ୍ୟକୁ ଆଗେଇ ନେବାକୁ ଅଣ୍ଟା ଭିଡ଼ିଲେ ବିଶ୍ୱରଂଜନ

0

କଣାସ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ସାଢେ଼ ଚରିକୋଟି ଓଡ଼ିଆଙ୍କ ଜନପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କୁ ଆଗେଇ ନେବାକୁ ଅଣ୍ଟା ଭିଡିଛନ୍ତି ପୁରୀ ଜିଲ୍ଲା ପୂର୍ବତନ ଛାତ୍ରନେତା ବିଶ୍ୱରଂଜନ ପାଲଟାସିଂହ (ବାଦଲ)। କଣାସ ବ୍ଲକର ୪ନଂ ଯୋନର ଗଡ଼ମାଟିଆପଡା ସ୍ଥିତ ମା ମହିଷାସୁରୀଙ୍କ ପୀଠରେ
ଏହି ପରିପ୍ରେକ୍ଷୀରେ ବିଜୁ ଓ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଣାସ ଓ ସତ୍ୟବାଦୀ ବ୍ଲକକୁ ଆଗେଇ ନେବାକୁ ଏକ ବୈଠକର ଆୟୋଜନ ବିଶ୍ୱରଂଜନ କରିଥିଲେ। ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ କଣାସ ପଞ୍ଚାୟତର ବିଜୁଜନତା ଦଳର ସଭାପତି ହରିବନ୍ଧୁ ଭୋଳ। ଅନ୍ୟମାନଙ୍କ ମଧ୍ୟରେ ବିଜୁଜନତା ଦଳର ସନ୍ତୋଷ ଜେନା (ବଳିଆ), ବାବୁଲି ଜେନା, ଦିନବନ୍ଧୁ ପ୍ରଧାନ, ମହେଶ୍ୱର ପାଲଟାସିଂହ, ସତ୍ୟବାଦୀ ବ୍ଲକର ମହେଶ୍ୱର ପଟ୍ଟନାୟକ ଓ ବିରଞ୍ଚି ପାତ୍ର।
ଆଗାମୀ ଦିନରେ କଣାସ ଓ ସତ୍ୟବାଦୀ ବ୍ଲକର ସମସ୍ତ ପଞ୍ଚାୟତ ଓ ଯୋନରେ ଏହି କାର୍ଯ୍ୟକ୍ରମ ଜାରିରହିବ ବୋଲି ଶ୍ରୀ ପାଲଟାସିଂହ ପ୍ରକାଶ କରିବା ସହିତ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସ୍ୱାସ୍ଥ୍ୟ,ଶିକ୍ଷ ଓ ବିକାଶ କ୍ଷେତ୍ରରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି।

Nalco

Leave A Reply