ଭୁବନେଶ୍ୱର, ତା.୨୬/୦୨: ଆଜି ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ୭୨ବର୍ଷ ବୟସରେ ନିଧନ ଘଟିଛି । ସ୍ୱର୍ଗତଃ ଉଧାସଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ଗଜଲ ଦୁନିଆରେ ଜଣେ ଉଜ୍ଜ୍ୱଳମୟ ତାରକା ଥିଲେ ପଙ୍କଜ ଉଧାସ । ପଙ୍କଜ ବ୍ରିଚ କାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଆଜି ତାଙ୍କର ପରଲୋକ ଘଟିଛି । ସ୍ୱର୍ଗତଃ ଉଧାସଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିବା ସହ ଦେଶ ଜଣେ ସୁନାମ ଗଜଲ ଗାୟକଙ୍କୁ ହରାଇଲା ବୋଲି କହିଛନ୍ତି ।
ସ୍ୱର୍ଗତଃ ଉଧାସଙ୍କ ମୃତୁ୍ୟ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।