Odisha news

FDA ପକ୍ଷରୁ ଚେତାବନୀ : ସ୍ମାର୍ଟ ୱାଚ ଓ ସ୍ମାର୍ଟ ରିଙ୍ଗ ରେ ବ୍ଲଡ଼ ସୁଗାର ଚେକ କରିବା ହୋଇପାରେ ଜୀବନ ପ୍ରତି ବିପଦପୂର୍ଣ୍ଣ

0

ଆଜି ମଧୁମେହ ଦ୍ରୁତ ଗତିରେ ବଢୁଛି, ଏପରି ସ୍ଥିତିରେ ବ୍ଲଡ଼ ସୁଗାର ଲେବୁଲ କୁ ଚେକ କରିବା ପାଇଁ ଅନେକ ଲୋକ ସ୍ମାର୍ଟ ୱାଚ ଓ ସ୍ମାର୍ଟ ଫୋନ ର ସାହାଯ୍ୟ ନେଉଛନ୍ତି l ଯଦି ଆପଣ ଏଭଳି କରୁଛନ୍ତି ତେବେ ନିଜର ଏହି ଅଭ୍ୟାସକୁ ଦୁରେଇ ଦିଅନ୍ତୁ l କାହିଁକି ନା ଆମେରିକାର ଫୁଡ ଏଣ୍ଡ ଡ୍ରଗ୍ସ ଆଡ୍ମିନିଷ୍ଟ୍ରେସନ ଏହାକୁ ନେଇ କଡା ଚେତାବନୀ କରିଛନ୍ତି l ଏଫଡିଏ ର କହିବା ଅନୁସାରେ ଏଭଳି ଟେକ୍ନୋଲୋଜି ରୁ ମଧୁମେହ ସମସ୍ୟାକୁ ବୃଦ୍ଧି କରିଥାଏ l ଯେତେବେଳେ ଆପେଲ ଓ ଗୁଗୁଲ ଉଭୟ ମଧୁମେହ ରୋଗୀଙ୍କ ପାଇଁ ଏଭଳି ଡିଭାଇସ ପ୍ରସ୍ତୁତ କରିଛନ୍ତି , ଯେଉଁ କାରଣରୁ ଆଙ୍ଗୁଳି ରେ କିଛି ନଫୋଡି ସୁଗାର ଲେବୁଲ ନିୟନ୍ତ୍ରିତ ହୋଇଥାଏ l

* FDA ଦ୍ୱାରା କୁହାଯାଇଥିବା ତଥ୍ୟ ଅନୁସାରେ ଯଦି ଆପଣ ସ୍ମାର୍ଟ ୱାଚ ଓ ସ୍ମାର୍ଟ ରିଂ ଜରିଆରେ ସୁଗାର ଲେବୁଲ ମପୁଛନ୍ତି ତେବେ ଆପଣଙ୍କ ସମସ୍ୟା ବଢ଼ିପାରେ l କାହିଁକି ନ ଏପରି ସ୍ଥିତିରେ ଆପଣ ଭୁଲ ମାତ୍ରାରେ ଇନ୍ସୁଲିନ ନେଇ ପାରନ୍ତି ଯାହାକି ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ l

* ଇନ୍ସୁଲିନ ର କମ ଅଧିକ ମାତ୍ରା ମଣିଷ ଙ୍କର ମେଣ୍ଟାଲ କନଫିୟୁଜନ ର କାରଣ ହୋଇପାରେ l ଏହା ଜୀବନ ପ୍ରତି ବିପଦ ମଧ୍ୟ ଆଣିପାରେ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ସୂଚନା ଅନୁସାରେ ଏହି ଡିଭାଇସ ମଣିଷ କୁ ମୃତ୍ୟୁ ମୁଖକୁ ମଧ୍ୟ ଠେଲି ଦେଇପାରେ l

* ଆପଣ ଜାଣି ରଖିବା ଉଚିତ ଯେ ବ୍ଲଡ଼ ସୁଗାର ଲେବୁଲ କୁ ମାପିବା ପାଇଁ ଗ୍ଲୁକୋଜ ମିଟର ର ବ୍ୟବହାର କରନ୍ତୁ, ଏବଂ ଆପଣ ଜାଣି ରଖିବା ଉଚିତ ଯେ ସମସ୍ତ ଗ୍ଲୁକୋଜ ଲେବୁଲ ମାପିବା ମେସିନ ଗୋଟିଏ ଆଉ ଗୋଟିଏ ଠାରୁ ଅଲଗା ଅଟେ l

* FDA ସୂଚନା ଅନୁସାରେ ଏହାର ଭୁଲ ତଥ୍ୟ ମଣିଷ ଜୀବନ କୁ ବିପଦ ମଧ୍ୟକୁ ଠେଲି ଦେଇପାରେ l ତେଣୁକରି ସେଥୀପ୍ରତି ସତର୍କ ରହିବା ଜରୁରୀ ଅଟେ l

Leave A Reply