ଆପଣ ସାଧାରଣ ଭାବରେ ଗାଡି ଚଳାଇଥିବା ସମୟରେ ଅଚାନକ ଭାବରେ କୁକୁର ମାନେ ଜୋରେ ଭୁକି ଥାଆନ୍ତି, ଆପଣ ମାନେ ମଧ୍ୟ ଦେଖିଥିବେ ଯେ ପିମ୍ପୁଡି ମାନେ ଗ୍ରୁପ ରେ ରହି ଥାଆନ୍ତି l ଏବଂ ଅନେକ ସମୟରେ ପିମ୍ପୁଡି ମାନେ ଗଛକୁ ଓଲ୍ହାଇବା ଓ ଚଢ଼ିବା ଆମେ ମଧ୍ୟ ଦେଖିଥାଉ l ଏପରି କାହିଁକି ହୋଇଥାଏ ? କଣ ରହିଛି ଏହା ପଛର କାରଣ l
କିନ୍ତୁ କଣ ରହିଛି ଏହା ପଛର କାରଣ ଆପଣ ଜାଣିଛନ୍ତି କି ? ସାଧାରଣ ଭାବରେ ମଣିଷ ପ୍ରତି ଆନୁଗତ୍ୟ ଓ ମେଳାପୀ ସ୍ୱଭାବ ରଖୁଥିବା କୁକୁର କାହିଁକି ଏଭଳି ଅଚାନକ କାର ରେ ବସିଥିବା ଲୋକଙ୍କ ଦେଖି ଭୁକିବାକୁ ଲାଗିଥାଏ ଓ ମଣିଷଙ୍କୁ ନିଜର ଶତ୍ରୁ ବୋଲି ଭାବି ବସିଥାଏ l ଆପଣ ଦେଖିଥିବେ ବିଶେଷ ଭାବରେ ରାତି ସମୟରେ କାର କିମ୍ବା ବାଇକ ରେ ଯାଉଥିବା ସମୟ ରେ କୁକୁର ମାନେ ଭୁକି ଭୁକି ଆପଣଙ୍କ ପିଛା କରି ଥାଆନ୍ତି l ପଶୁ ବିଶେଷଜ୍ଞ ଙ୍କ ମତରେ କୁକୁର ମାନଙ୍କ ଶତ୍ରୁତା ମଣିଷ ସହିତ ନୁହେଁ, ସେମାନଙ୍କ ଶତ୍ରୁତା ଅନ୍ୟ କୁକୁରଙ୍କ ସହିତ ଅଟେ l ଯିଏକି ଆପଣଙ୍କ ଗାଡି ଟାୟାର ରେ ନିଜର ଗନ୍ଧ ଛାଡି ଥାନ୍ତି l
କୁକୁର ମାନଙ୍କ ଆଘ୍ରାଣ ଶକ୍ତି ଖୁବ କ୍ଷୀପ୍ର l ଯେଉଁ କାରଣରୁ ଅନ୍ୟ କୁକୁରଙ୍କ ଗନ୍ଧ କୁ ଖୁବ ଶୀଘ୍ର ଜାଣିପାରି ଥାଆନ୍ତି l ଏହାକୁ ଜାଣିବା ପାଇଁ ମନେ ରଖନ୍ତୁ ଯଦି କୌଣସି ନୂଆ କୁକୁର କଲୋନୀ କୁ ଆସିଥାଏ, ତେବେ ତାହାକୁ ସବୁ କୁକୁର ଭଗେଇବାକୁ ଚେଷ୍ଟା କରନ୍ତି l ବିଶେଷ ଭାବରେ କୁକୁର ମାନେ ନିଜନିଜର ଗୋଟିଏ କ୍ଷେତ୍ର ବା ଅଂଚଳ ସ୍ଥିର କରନ୍ତି l ଯେଉଁଠି ସେ ଅନ୍ୟ କୁକୁରକୁ ଦେଖିବାକୁ ଆଦୌ ପସନ୍ଦ କରନ୍ତି ନାହିଁ l
ତେଣୁ ଯେତେବେଳେ କାର କିମ୍ବା ବାଇକ ର ଟାୟାର ରେ ଅନ୍ୟ କୁକୁର ଙ୍କ ଦୁର୍ଗନ୍ଧ ମିଳିଥାଏ, ସେତେବେଳେ ସେମାନେ ଆକ୍ରମଣ କରିବା ପାଇଁ ଭୁକି ଥାଆନ୍ତି l