ବାରିପଦା : ଅବସରପ୍ରାପ୍ତ ଶିକ୍ଷକ ଭବନ ଠାରେ ଓଡିଶା ରାଜ୍ୟ ମିଳିତ ସ୍ୱାବଲମ୍ବି କାରିଗର ସଂଘର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏସ.ଇ.ଏମ ମାନଙ୍କର ଦରମା, ଭବିଷ୍ୟତ ସାମାଜିକ ସୁରକ୍ଷା ଓ ନିଯୁକ୍ତି ସର୍ତ୍ତାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯକ୍ରମକୁ ମୟୂରଭଞ୍ଜ ଜିଲ୍ଲାର ଏସ.ଇ.ଏମ ସଂଘର ସଭାପତି ଶେଖର ହେମ୍ବ୍ରମ ସଭାପତିତ୍ତ୍ୱ କରିଥିବାବେଳେ ଜିଲ୍ଲା ସମ୍ପାଦକ ସୁନୀଲ କୁମାର ମହାନ୍ତ, ରବିନ୍ଦ୍ର ମହାନ୍ତ, ଉଗ୍ରେସନ ମହାନ୍ତ, କାଳିଆ ବେହେରା, ରବିନ୍ଦ୍ର ପରିଡା, ରବିନ୍ଦ୍ର ବେହେରା, ବାଦ୍ର ସିଂ, ଶଶିଧର ବିଶୋଇ, ହରିଶ୍ଚନ୍ଦ୍ର ବେହେରା, ସୁରେଶ ମହାନ୍ତ, ବୈକୁଣ୍ଠ ବାରିକ, ଅଜୟ କୁମାର ଘୋଷ, ଲୋସ ହାଁସଦାଃ, କୁସ୍ମିର ମଦନମୋହନ ଗିରି, ବିଜାତଳା ଭିମ୍ସେନ୍ ମୁର୍ମୁ, ପାର୍ବତୀ ସାହୁ ପ୍ରମୁଖ ଉପସ୍ଥିତ ରହି ଏସ.ଇ.ଏମ ଓ ପମ୍ପ ଚାଳକ ମାନଙ୍କର ବିଭିନ୍ନ ସମସ୍ୟା ମାନ ଆଲୋଚନା କରିଥିଲେ । ସର୍ବନିମ୍ନ ମଜୁରୀ ପ୍ରଦାନ ଓ ସରକାରୀ କର୍ମଚାରୀ ମାନ୍ୟତା, ବସୁଧା ପ୍ରଜେକ୍ଟରେ ପ୍ରଜେକ୍ଟ ମଜୁରୀ ହାରରେ ଏସ.ଇ.ଏମ ମାନଙ୍କୁ ନିଯୁକ୍ତି ନିୟମିତ ପାରିଶ୍ରମିକ ପ୍ରଦାନ, କାମ କରୁଥିବା ସମୟରେ ଏସ.ଇ.ଏମ ମୃତୁ୍ୟବରଣ କଲେ ୨୦ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ, ଏସ.ଇ.ଏମ ପଦ ଉଚ୍ଛେଦ କରାଯାଉ, ସମସ୍ତ ଏସ.ଇ.ଏମ ମାନଙ୍କୁ ଜଳ ଯୋଗାଣ କର୍ମଚାରୀର ମାନ୍ୟତା ପ୍ରଦାନ, ମାସିକ ଦରମା ନିୟମିତ ପ୍ରଦାନ କରାଯାଉ ଏବଂ ପମ୍ପହାଉସ ମାନ୮୍କରେ ସରକାରଙ୍କର ନିୟମ ଅନୁଯାୟୀ ଏସ.ଇ.ଏମ ମାନଙ୍କୁ ନିଯୁକ୍ତି କରାଯାଉ ଆଦି ଦାବୀରେ ସଂଘକୁ ସହଯୋଗ କରିବା ପାଇଁ ଜିଲ୍ଲାର ଏସ.ଇ.ଏମ ଓ ପମ୍ପଚାଳକ ଆଦି ମାନଙ୍କୁ ଜିଲ୍ଲାର ସଭାପତି ହେମ୍ବ୍ରମ, ସମ୍ପାଦକ ସୁନିଲ କୁମାର ମହାନ୍ତ ନିବେଦନ କରିଛନ୍ତି । ସର୍ବଶେଷରେ ରାଜ୍ୟ ସମ୍ପାଦକ ଜିତେନ୍ଦ୍ର ବଳବନ୍ତ ରାୟ ସଂଘର ଭବିଷ୍ୟତ ଓ ଦରମା ବିଷୟରେ ଉଦ୍ବଧନ ଦେଇ ଧନ୍ୟବାଦ ଦେବା ସହିତ ସଭାଟିକୁ ସାଙ୍ଗ କରିଥିଲେ ।