Odisha news

ହାଇୱା  ସହିତ ବାଇକ୍ ଧକ୍କା : ଜଣେ ମହିଳା ମୃତ

0
ଆଠଗଡ଼ ତା ୧୯-୨-୨୪ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ଛକରେ ହାଇୱା ଧକ୍କାରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି।  ମୃତକ ଜଣକ ହେଲେ ବଡ଼ମ୍ବା ଥାନା ଅନ୍ତର୍ଗତ ନୂଆ ମଙ୍ଗରାଜପୁର ଗ୍ରାମର ଉର୍ମିଳା ସାହୁ।ସେ ତାଙ୍କ ଦିଅରଙ୍କ ସହିତ ବାଇକ ଯୋଗେ କଟକ ଯାଉଥିବା ବେଳେ ପାଞ୍ଚଗାଁ ଛକରେ ହୋଇଥିଲା  ଦୁର୍ଘଟଣା ।ଦୁର୍ଘଟଣା ଉର୍ମିଳା ସାହୁଙ୍କ ମୃତ୍ୟୁ ହୋଇଥିଲା ବେଳେ ଦିଅର  କାହ୍ନୁଚରଣ ସାହୁ  ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ତିଗିରିଆ ପୋଲିସ୍ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆଠଗଡ଼ ଡ଼ାକ୍ତରଖାନାକୁ ପଠେଇବା ସହ ଦୁର୍ଘଟଣା ଘଟାଇ ଥିବା ହଇୱାକୁ ଜବତ କରି ପୋଲିସ ଡ୍ରାଇଭରକୁ ଥାନା ରେ ଅଟକ  ରଖିଛି ।

Leave A Reply