ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଙ୍କ ପାଇଁ ଓଜନ ବୃଦ୍ଧି ଗୋଟିଏ ବଡ଼ ସମସ୍ୟା l କିନ୍ତୁ ଏହା ବିଶେଷ ଭାବେ ମହିଳା ମାନଙ୍କ ପାଇଁ ଗୋଟିଏ ବଡ଼ ସମସ୍ୟା l ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ପୁରୁଣା ସମୟ ର କିଛିଟା କାର୍ଯ୍ୟ କୁ ମହିଳା ମାନେ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିବା ପାଇଁ ପରାମର୍ଶ ଦେଇଛନ୍ତି l କାହିଁକି ନା ପୂର୍ବେ ଲୋକେ ଅଧିକ ରୋଗ ଗ୍ରସ୍ତ ହେଉ ନଥିଲେ l ଏହାଛଡା ଓଜନ ବୃଦ୍ଧି ର ମଧ୍ୟ ଶିକାର ମଧ୍ୟ ହେଉ ନଥିଲେ l ତେଣୁ ଏହା ପଛରେ ରହିଥିବା ଘରୋଇ କାର୍ଯ୍ୟ ଗୁଡିକ କଣ ରହିଛି ଆସନ୍ତୁ ଜାଣିବା l
* ପୂର୍ବରୁ ୱସିଙ୍ଗ୍ ମେସିନ ନଥିବା ସମୟରେ ସ୍ତ୍ରୀ ଲୋକ ମାନେ ତଳେ ବସି ଲୁଗା କାଚୁଥିଲେ , ଯାହାକି ତାଙ୍କୁ ପତଳା ରଖିବାରେ ଗୋଟିଏ ବଡ଼ ଭୂମିକା ଗ୍ରହଣ କରୁଥିଲା l
* ଆଜିକାଲି ପ୍ରାୟ ସମସ୍ତେ ଠିଆହୋଇ ବାସନ ଧୋଉଛନ୍ତି , କିନ୍ତୁ ପୂର୍ବରୁ ମହିଳା ମାନେ ତଳେ ବସି ବାସନ ଧୋଉ ଥିଲେ l ଯାହାକି ପେଟ ସମ୍ବନ୍ଧୟ ବିଭିନ୍ନ ସମସ୍ୟା ଦୂର କରିବା ସହ ଓଜନ ହ୍ରାସ ମଧ୍ୟ କରୁଥିଲା l
* ଘର ପୋଛିବା ମଧ୍ୟ ଗୋଟିଏ ଭଲ ବ୍ୟାୟାମ ଅଟେ l କିନ୍ତୁ କୌଣସି ମପ ରେ ନୁହେଁ , ତଳେ ବସି ଘର ପୋଛିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ l ଏବଂ ମହିଳାଙ୍କ ଫିଗର ମଧ୍ୟ ସୁନ୍ଦର ରହିଥାଏ l
* ବର୍ତମାନ ଆଧୁନିକ ଯୁଗରେ ପିଲାଟିଏ ଜନ୍ମ ହେଉ ହେଉ ତାକୁ ପିତାମାତା କୌଣସି ଆୟା ପାଖରେ ଛାଡି ଦେଉଛନ୍ତି ନଚେତ କ୍ରେଚ ରେ ଛାଡି ଦେଉଛନ୍ତି l କିନ୍ତୁ ଛୋଟ ପିଲା ଙ୍କୁ ସମ୍ଭାଳିବା ଦ୍ୱାରା ମହିଳା ମାନେ ଖୁସି ରହିବା ସହ ଓଜନ ହ୍ରାସ ମଧ୍ୟ ହୋଇଥାଏ l
* ସିଡି ଚଢିବା ଓ ଓଲ୍ହେଇବା ଗୋଟିଏ ଭଲ ବ୍ୟାୟାମ ଅଟେ l ତେଣୁ ମହିଳା ମାନେ ଯଦି ଘରେ ସିଡି ଅଛି ତେବେ ନିୟମିତ ଚଢିବା ଓ ଓହ୍ଲେଇବା ଜରୁରୀ l ଏହା ଓଜନ ହ୍ରାସ ର ଗୋଟିଏ ଭଲ ମାଧ୍ୟମ ଅଟେ l
* ଗର୍ଡେନିଙ୍ଗ ଗୋଟିଏ ଏଭଳି ବ୍ୟାୟାମ ଯାହାକୁ କରିବା ଦ୍ୱାରା ମାନସିକ ସ୍ତରରେ ମଣିଷ ଶାନ୍ତି ରହିବା ସହ ଶାରୀରିକ ସ୍ତରରେ ମଧ୍ୟ ସୁସ୍ଥ ରହିଥାଏ l ତେଣୁ ଯଦି ଜଣେ ମହିଳା ବଗିଚା ଟିଏ କରି ନିୟମିତ କିଛି ଗଛ କାର୍ଯ୍ୟ କରିବେ ତେବେ ସୁସ୍ଥ ରହିବେ l