ଆୟୁର୍ବେଦ ରେ ଅନେକ ରୋଗର ଚିକିତ୍ସା ଅଲଗା ଅଲଗା ଭାବରେ କରାଯାଇ ଥାଏ l ଏଥିରେ ଗୋଟିଏ ହେଉଛି ନସ୍ୟ ଉପଚାର ବିଧି l ଆୟୁର୍ବେଦ ଉପଚାର ରେ ଏହି ଉପାୟ ଅଟୋ -ଇମ୍ୟୁନ ଡିସ ଅର୍ଡର ରେ ଖୁବ ସାହାଯ୍ୟ କରିଥାଏ l ଏହାଦ୍ୱାରା ଥାଇରଏଡ, ରିଯୁମାଟିଯିମ, ଆର୍ଥ୍ରାଇଟିସ , ମଲ୍ଟିପୁଲ ଅର୍ଗାନ ଡ୍ୟାମେଝ ସମସ୍ୟା ରୁ ଆରାମ ମିଳିଥାଏ l ଆୟୁର୍ବେଦ ଅନୁସାରେ ନସ୍ୟ ଉପଚାର ବିଧି ରେ ବିଶେଷ ଭାବେ ଆୟୁର୍ବେଦ ତୈଳ କିମ୍ବା ଘିଅ ର ବ୍ୟବହାର ହୋଇଥାଏ l
ଆସନ୍ତୁ ଜାଣିବା ନସ୍ୟ କ୍ରିୟା କଣ –
ଯେଉଁ ଲୋକମାନେ ସବୁବେଳେ ମାନସିକ ଚିନ୍ତାରେ ରହି ଥାଆନ୍ତି ସେମାନେ ମାନସିକ ସମସ୍ୟା ରେ ପୀଡିତ ହୋଇ ଥାଆନ୍ତି l ବାରମ୍ବାର ମୁଣ୍ଡ ବିନ୍ଧିବା, ଏବଂ ଅଧିକ ଗରମ ଲାଗିବା, କୌଣସି ଜିନିଷ ଉପରେ ଫୋକସ କରିପାରନ୍ତି ନାହିଁ, ଚକ୍ଷୁ ସମସ୍ୟା ହୋଇଥାଏ, ଶୁଣିବାରେ ବାଧା ଆସିଥାଏ, ଠିକ ଭାବରେ ନିଦ ହୋଇ ନଥାଏ, ସେମାନଙ୍କ ପାଇଁ ଏହି କ୍ରିୟା ଖୁବ ଆବଶ୍ୟକ l
ନେଚର ଥେରାପି କ୍ରିୟା କିପରି ହୋଇଥାଏ ?
ଆୟୁର୍ବେଦ ଚିକିତ୍ସକ ଙ୍କ ମତ ଅନୁସାରେ, ଶୋଇବା ସମୟରେ ୨ ନାକ ରେ ଗାଈ ଘିଅ ମାତ୍ର ୨ ବୁନ୍ଦା ପକାନ୍ତୁ l କିନ୍ତୁ ଏହି ଘିଅ ତରଳ ଓ ଉଷୁମ ହୋଇଥିବା ଜରୁରୀ l ଆପଣ ଏହାକୁ କୌଣସି ତୁଳା , ଡ୍ରପର ସାହାଯ୍ୟ ରେ ନିଜ ନାକରେ ନିୟମିତ ପକାନ୍ତୁ l ଏହି ନସ୍ୟ କ୍ରିୟା ଶାରୀରିକ ଓ ମାନସିକ ଭାବରେ ଅନେକ ସମସ୍ୟା ଦୂର କରିଥାଏ l
ନେଚର ଥେରାପି କ୍ରିୟା ଦ୍ୱାରା ଦୂର ହୋଇଥାଏ ଏହିସବୁ ସମସ୍ୟା –
– ଯଦି ପିତ ଦୋଷ ରହୁଛି ତେବେ ନିୟମିତ ନାକରେ ଉଷୁମ ଘିଅ ଦୁଇବୁନ୍ଦା ପକାନ୍ତୁ l
– ନିଦ ସମସ୍ୟାରେ ପୀଡିତ ଥିଲେ ଶୋଇବା ପୂର୍ବରୁ ଦୁଇବୁନ୍ଦା ଉଷୁମ ଘିଅ ନିଜ ନାକପୁଡା ରେ ପକାନ୍ତୁ l
– ଯଦି ମାନସିକ ଚିନ୍ତା ରେ ରହୁଛନ୍ତି ତେବେ ନିୟମିତ ସକାଳେ ଓ ସନ୍ଧ୍ୟାରେ ନାକ ପୁଡା ରେ ଉଷୁମ ଘିଅ ପକାନ୍ତୁ l
– ଥଣ୍ଡା ଯୋଗୁଁ ସାଇନସ ରେ ପୀଡିତ ରହୁଥିଲେ ଉଷୁମ ଘିଅ ନିୟମିତ ନାକ ପୁଡାରେ ପକାନ୍ତୁ l
– ଯଦି ଆପଣ ଋୟୁମାଟିଯିମ ସମସ୍ୟାରେ ପୀଡିତ ରହୁଛନ୍ତି ତେବେ ଉଷୁମ ଘିଅ ଗୋଟିଏ ଭଲ ଉପଚାର l