Odisha news

ମୟୂରଭଞ୍ଜ ସ୍କୁଲ ଅଫ୍ ଇଞ୍ଜିନିୟରିଂ ର ବାର୍ଷିକ ସମାରୋହ “ଟେକ୍ନୋମେଲିଜମା”

0

ବାରିପଦା  : ଲକ୍ଷ୍ମୀପୋଷି ସ୍ଥିତ ମୟୂରଭଞ୍ଜ ସ୍କୁଲ ଅଫ ଇଞ୍ଜିନିୟରିଂ ର ବାର୍ଷିକ ସମାରୋହ “ଟେକ୍ନୋମେଲିଜମା-୨୦୨୪” ଅନୁଷ୍ଠାନର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଇଂ ଧରମବୀର ବୁଗୁଡେଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉସôବରେ ମୁଖ୍ୟଅତିଥି ଭାବେ ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ଡିଆରଡିଓର ଏସୋସିଏଟେଡ ଡାଇରେକ୍ଟୋର ବି.ସୁଚରିତା ବକ୍ତବ୍ୟ ରଖି ଉତ୍ତମ ମଣିଷ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ବୁଗୁଡେଇ ପୌରହିତ୍ୟ କରି ଜୀବନର ଶ୍ରେଷ୍ଠ କର୍ମଶୈଳୀକୁ ଆପଣେଇ ଭଲ ମଣିଷଟିଏ ହେବାକୁ ପରାମର୍ଶ ଦେଇଥିଲେ । ପରିଚାଳନା ସମିତିର ସଭାପତି କାହ୍ନୁ ସୋରେନ୍ ଏବଂ ସଦସ୍ୟ ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇ ପ୍ରମୁଖ ଉଦ୍ବୋଧନ ଦେଇ ଏବଂ ସୁସ୍ଥ ତଥା ଆଦର୍ଶ ସମାଜ ସହ ଦେଶ ଗଠନ କରିବାର ସ୍ୱପ୍ନକୁ ସାକାର କରିବା ସକାଶେ ଛାତ୍ରଛାତ୍ରୀଙ୍କୁ ଉସôାହିତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ସ୍ୱତନ୍ତ୍ର ମୁଖପାତ୍ର “ଦି ରିଭିଲେସନ” କୁ ଲୋକାର୍ପଣ କରାଯାଇଥିଲା । ସବୁଠାରୁ ଆକର୍ଷଣୀୟ ପ୍ରତିଯୋଗୀତାରେ ମିସ୍ ଏମଏସଇ ଭାବେ ସିଭିଲ ଇଞ୍ଜିନିୟରିଂ ଛାତ୍ରୀ ପ୍ରିୟଦର୍ଶିନୀ ସେନାପତି ଓ ମିଷ୍ଟର ଏମଏସଇ ଭାବେ ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଶ୍ରେୟାସିସ ପତି ଏବଂ ସର୍ବୋକୃଷ୍ଟ ବିଦ୍ୟାର୍ଥୀ ଭାବେ ମେକନିକାଲ ଇଞ୍ଜିନିୟରିଂ ଛାତ୍ର ଅଲେଖ ମଣ୍ଡଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିଯୋଗିତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସଙ୍ଗୀତ ଓ ନୃତ୍ୟ ଆଦିର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନ ର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ରାମ୍ପ ସୋ ଓ ଚିତାକର୍ଷକ ନୃତ୍ୟ ତଥା ଓଲିଉଡ ଜଗତର ସିନେ ଆଟିଷ୍ଟ କଳାକାର ମାନଙ୍କର ବହୁମୂଖୀ ପ୍ରତିଭା ସମସ୍ତଙ୍କ ମନ ମୋହିଥିଲା । ପ୍ରାରମ୍ଭରେ ଡଃ ରଞ୍ଜିତ କୁମାର ସାହୁ ସ୍ୱାଗତ ଜଣାଇଥିବା ବେଳେ ଅଲିଭା ଷଡଙ୍ଗୀ ଧନ୍ୟବାଦ ଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Nalco

Leave A Reply