Odisha news

ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ

0

ବାରିପଦା,  : ଶିମିଳିପାଳରେ ମହାବଳ ବାଘର ମୃତୁ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିଦେ୍ର୍ଦଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷଳ ଡଃ ପ୍ରକାଶ ଚାନ୍ଦ ଗୋଟିନେନି ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ ଯେ, ଗତ ୫ତାରିଖ ସନ୍ଧ୍ୟାରେ ବନକର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ନଅଁଣା ରେଞ୍ଜ ର ଧୁଡୁରୁଚମ୍ପା ଅଞ୍ଚଳର ଜଙ୍ଗଲରେ ବାଘର ମୃତ ଦେହକୁ ଠାବ କରିଥିଲେ । ତେବେ ମୃତ ବାଘର ବୟସ ସାଢେ ତିନିବର୍ଷ ହେବା ନେଇ ଅନୁମାନ କରାଯାଉଥିବାବେଳେ ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି । ତେବେ ଗତ ୫ତାରିରେ ବାଘର ମୃତ ଦେହ ଠାବ ହୋଇଥିବାବେଳେ ଦୁଇଦିନର ପୂର୍ବରୁ ବାଘର ମୃତୁ୍ୟ ହୋଇଥିବାନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୬ତାରିଖରେ ଏନଟିସିଏର ଏକ ସ୍ୱତନ୍ତ୍ର ୧୦ଜଣିଆ ଟିମ୍ ଆସି ବାଘର ପୋଷ୍ଟମର୍ଟମ କରିବା ସହ ତାହାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଓୟୁଏଟିକୁ ପଠାଇଛନ୍ତି । ମହାବଳ ବାଘଟି କେମିତି ମଲା ବା ଏହାର କିପରି ମୃତୁ୍ୟ ହେଲା ସେ ସମ୍ପର୍କରେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ହିଁ ଏ ସମ୍ପର୍କରେ ଜଣାପଡିବ ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିଦେ୍ର୍ଦଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡଃ ଗୋଟିନେନି ସୂଚନା ଦେଇଛନ୍ତି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପାଇଁ ବନ୍ୟପ୍ରାଣୀଙ୍କ ସୁରକ୍ଷା ସକାଶେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି ଏବଂ ଶିମିଳିପାଳ ଅଭୟାରଣ୍ୟ ମହାବଳ ବାଘ ଏବଂ କଳା ବାଘ ପାଇଁ ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବାବେଳେ ହଠାତ୍ ଏକ ମହାବଳ ବାଘର ମୃତୁ ଘଟଣା ସମଗ୍ର ଜିଲ୍ଲାବାସୀ ତଥା ପରିବେଷ ବିତ୍ଙ୍କ ମନରେ ଶିମିଳିପାଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Nalco

Leave A Reply