Odisha news

ଗତ ପଞ୍ଚାୟତ ନିର୍ବାଚନରେ ୩ସନ୍ତାନ ମା’ଙ୍କ ନିର୍ବାଚନ ଅସିଦ୍ଧେ ହେଲା

0

ବେତନଟୀ :  ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ଆଗ୍ରିଆ ପଞ୍ଚାୟତର ୧୫ ନଂ ୱାର୍ଡ ମେମ୍ବର ଅପୂର୍ବ ମଣି ମହାନ୍ତ ୨୦୨୨ ମସିହା ଫେବୃଆରି ମାସରେ ହୋଇଥିବା ତ୍ରୀସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ୬୧ ଖଣ୍ଡ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ପରାସ୍ତ କରିଥିଲେ। ନିର୍ବାଚନରେ ହରିଶ୍ଚନ୍ଦ୍ର ଙ୍କୁ ୬୦ ଖଣ୍ଡ ଭୋଟ ମିଳିଥିଲା। ତେବେ ଅପୂର୍ବ ମଣି ତିନୋଟି ସନ୍ତାନର ମା ହୋଇଥିବା ଯୋଗୁଁ ତାଙ୍କ ପ୍ରାର୍ଥୀପତ୍ର କୁ ବେଆଇନ ଦର୍ଶାଇ ଏହାକୁ ଖାରଜ କରିବାକୁ ବେତନଟୀ ଜେଏମଏଫସିଙ୍କ କୋର୍ଟରେ ହରିଶ୍ଚନ୍ଦ୍ର ମାମଲା ରୁଜ୍ଜୁ କରି ଏଥିରେ ବିଡ଼ିଓ , ଜିଲ୍ଲାପାଳ ଓ ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଥିଲେ। ଏ ସଂକ୍ରାନ୍ତରେ ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି କାଲି ଶନିବାର ଅପରାହ୍ନରେ ମାନ୍ୟବର ବିଚାରପତି ଏ. ଅବିନାଶ ନାଇଡୁ ରାୟ ପ୍ରଦାନ କରିଥିଲେ ଏବଂ ନିର୍ବାଚିତ ୱାର୍ଡ଼ ସଦସ୍ୟାଙ୍କ ପଦବୀ ଅସିଦ୍ଧ ଘୋଷଣା କରିଥିଲେ ଏବଂ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନେବାପାଇଁ ପ୍ରଶାସନକୁ ସୁପାରିସ କରିଥିବା ସୂଚନା ମିଳିଛି। ଏହା ବିରୁଦ୍ଧରେ ୱାର୍ଡ଼ ସଭ୍ୟା ଉପର କୋର୍ଟରେ ଆଶ୍ରୟ ନେବେ ବୋଲି ସୂଚନା ମିଳିଛି।

Nalco

Leave A Reply