Odisha news

ଏଭଳି ଗୋଟିଏ ମନ୍ଦିର ଯେଉଁଠି ପୁରୁଷ ପୂଜକ ନେଇଥାଆନ୍ତି ଋତୁସ୍ରାବ ପାଇଁ ଛୁଟି

0

ମହିଳା ମାନଙ୍କର ଋତୁସ୍ରାବ ପାଇଁ ଛୁଟି ମିଳିବାର କଥା ଆପଣ ଶୁଣିଥିବେ, କିନ୍ତୁ ଅଯୋଧ୍ୟାରେ ଗୋଟିଏ ପୁରୁଷ କୁ ମଧ୍ୟ ଋତୁସ୍ରାବ ପାଇଁ ମିଳିଥାଏ ଛୁଟି l ଅଯୋଧ୍ୟା ସର ରାମକୋଟ ସ୍ଥିତ ଯୁଗଳ ମାଧୁରୀ କୁଞ୍ଜ ମନ୍ଦିର ଖୁବ ପ୍ରସିଦ୍ଧ ଅଟେ l ଏହି ମନ୍ଦିର ରେ ନିଯୁକ୍ତ ପୁରୁଷ ପୂଜକ ଙ୍କୁ ଅନେକ ବର୍ଷରୁ ପିରିୟ୍ଡ଼ସ ପାଇଁ ଛୁଟି ମିଳିଆସୁଛି l ଏହି ମନ୍ଦିର ର ପୂଜକ ମାନେ ସକାଳ ୫ଟା ସମୟରେ ମନ୍ଦିରରେ ପହଂଚି ଯାଇ ଥାଆନ୍ତି l ଏବଂ ଭଗବାନ ଶୋଇବା ପର୍ଯ୍ୟନ୍ତ ସେଠାରେ ତାଙ୍କର ସେବା କରି ଥାଆନ୍ତି l ଏହି ମନ୍ଦିରରେ ଭଗବାନ ଙ୍କ ନିକଟରେ ୮ ପ୍ରହାର ପର୍ଯ୍ୟନ୍ତ ପ୍ରସାଦ ଲାଗିଥାଏ l କିନ୍ତୁ ଏହି ମନ୍ଦିରର ପୂଜକ ଙ୍କୁ ପ୍ରତ୍ୟେକ ମାସର ୭ଦିନ ଛୁଟି ପିରିଅଡ୍ସ ପରମ୍ପରା ରହିଛ୍ହି l

ଏଠାରେ ଥିବା ଯୁଗଳ ମାଧୁରୀ କୁଞ୍ଜ ମନ୍ଦିର ରେ ଶଖୀ ପରମ୍ପରା ର ପାଳନ କରାଯାଇ ଥାଏ l ମାନ୍ୟତା ରହିଛି ଯେ ମା ସୀତା ନିଜର ୮ ଟି ସକ୍ଷୀ ଙ୍କ ସହ ଅଯୋଧ୍ୟା ଆସିଥିଲେ l ରାମ ସୀତା ଙ୍କ ସହିତ ଏହି ସମସ୍ତ ସକ୍ଷୀ ଙ୍କ ମୂର୍ତ୍ତି ମଧ୍ୟ ଏହି ମନ୍ଦିର ରେ ପୂଜା ପାଉଛନ୍ତି l ଏମିତି ଅନେକ ସ୍ଥିତି ଆସିଥାଏ ଯେତେବେଳେ ଏହି ସକ୍ଷୀ ମାନେ ଭଗବାନ ଙ୍କ ସହିତ ରହି ନଥାଆନ୍ତି l ସେତେବେଳେ ମନ୍ଦିର ର ପୂଜକ ସକ୍ଷୀ ଭୂମିକା ର ପାଳନ କରି ଥାଆନ୍ତି l ଏହି ସମୟରେ ମନ୍ଦିର ର ପୂଜକ ନିଜ ମସ୍ତକ ରେ ଚନ୍ଦନ ଲଗାଇ ମୁଣ୍ଡରେ ଓଢଣୀ ପକାଇ ମନ୍ଦିର ରେ ରହି ଥାଆନ୍ତି l ଏହି କାରଣରୁ ମନ୍ଦିର ର ପୂଜକ ଙ୍କୁ ଋତୁସ୍ରାବ ପାଇଁ ଛୁଟି ମିଳିଥାଏ l

Nalco

Leave A Reply