Odisha news

ଅଜଣା ଗାଡ଼ି ଧକ୍କାରେ ଭାଲୁ ମୃତ

0
୨୮/୧: ଭୁବନ –   ଗତକାଲି ବିଳମ୍ବିତ ରାତିରେ ଭୁବନ ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଜାତୀୟ ରାଜପଥ ୫୩ ଉପରେ ଏକ ଭାଲୁର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ପ୍ରାଥମିକ ତଦନ୍ତରୁ ଭାଲୁଟିର ମୃତ୍ୟୁ ଏକ ଅଜଣା ଗାଡ଼ି ଧକ୍କା କାରଣରୁ ହୋଇଥିବା ସୂଚନା ମିଳିଛି । ତେବେ ମୃତ ଭାଲୁର ବୟସ ପ୍ରାୟ ଏକ ବର୍ଷ ହେବ  ବୋଲି ଭୁବନ ବନଖଣ୍ଡ ଅଧିକାରୀ ରାକେଶ କୁମାର ଦଳେଇ ସୂଚନା ପ୍ରଦାନ କରିଛନ୍ତି ।  ଏ ସଂକ୍ରାନ୍ତରେ ସୂଚନା ପାଇ ସଙ୍ଗେ ସଙ୍ଗେ ବନ ବିଭାଗ ତରଫରୁ ମୃତ୍ୟୁ ବରଣ କରିଥିବା ଭାଲୁର ଶବ କୁ ଉଦ୍ଧାର କରାଯାଇ ଥିଲା । ତେବେ ସକାଳ ପଶୁ ଡାକ୍ତର ଡମ୍ବରୁଧର ସାମଲଙ୍କ ସହାୟତା ରେ ମୃତ ଭାଲୁର ଶବ ବ୍ୟବଛେଦ କରାଯାଇଥିଲା । ପରେ ଭୁବନ ବନବିଭାଗ ତରଫରୁ ରେଞ୍ଜର ରାକେଶ କୁମାର ଦଳେଇ ଙ୍କ ନେତୃତ୍ୱ ରେ ଫରେଷ୍ଟର କଳ୍ପନା ବେହେରା, ହାତୀ ସ୍କ୍ୱାର୍ଡ ଙ୍କ ସହାୟତା ରେ କଞ୍ଚନବାହାଳୀ ଜଙ୍ଗଲରେ ଅନ୍ତିମ ସଂସ୍କାର କରାଯାଇଥିଲା ।
Nalco

Leave A Reply