Odisha news

ଏଭଳି କବାଟ କଦାପି ଘରର ମୁଖ୍ୟ ଦ୍ୱାରରେ ରଖନ୍ତୁ ନାହିଁ, ଏହା ଦରିଦ୍ରତା କୁ ଟାଣି ଆଣିଥାଏ

0

ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ଵାର ସବୁଠୁ ଗୁରୁତ୍ୱପୂର୍ଣ ଅଟେ l ଏହି ଦ୍ୱାର ଟିକୁ ଆମେ ଧାର୍ମିକ ମର୍ଯ୍ୟାଦା ସହିତ ଯୋଡି ଦେଖିଥାଉ l ମାନ୍ୟତା ରହିଛି ଯେ ଘରର ମୁଖ୍ୟ ଦ୍ୱାର ଦେଇ ଦେବତା ଙ୍କ ଆତଯାତ ରହିଥାଏ ଏବଂ ଏହା ମଧ୍ୟ ସୁଖ ସମୃଦ୍ଧିର ଦ୍ୱାର ଅଟେ l

* ମାନ୍ୟତା ଅନୁସାରେ ଯଦି ଘରର ମୁଖ୍ୟ ଦ୍ୱାର ଭଙ୍ଗା ରହୁଛି ତାହାକୁ ତୁରନ୍ତ ବଦଳାଇ ଦିଅନ୍ତୁ l ଭଙ୍ଗା କବାଟ ଓ ଭଙ୍ଗା ଦୁଆର ବନ୍ଧ ଆର୍ଥିକ ସ୍ଥିତି ଉପରେ ବାଧା ପକାଇଥାଏ l ଏବଂ ଆର୍ଥିକ ଅନାଟନ ଦେଖା ଦେଇଥାଏ l ଏବଂ ଏଭଳି କବାଟ ଋଣ ଭାର ବୃଦ୍ଧି କରିଥାଏ l

* ବାସ୍ତୁଶାସ୍ତ୍ର ଅନୁସାରେ କେଁ କେଁ ଶବ୍ଦ କରୁଥିବା କବାଟ ଯଦି ଥାଏ ତାହାକୁ ତୁରନ୍ତ ତେଲ ପକାଇ ଠିକ କରିବା ଜରୁରୀ l ନଚେତ ଏହାଦ୍ୱାରା ଘରେ କଳହ ଦେଖାଦେଇ ଥାଏ ଏବଂ ଘରେ ନକାରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ l

* ଘରର ଦୁଆରବନ୍ଧ କଦାପି ଅସନା ନହେବା ଜରୁରୀ, କାହିଁକି ନା ଏହାଦ୍ୱାରା ଘରେ ରୋଗ ବୈରାଗ ଅଧିକ ବ୍ୟାପିଥାଏ ଏବଂ ଘରର ସୁଖ ସମୃଦ୍ଧି ରେ ବାଧା ଆସିଥାଏ l ମା ଲକ୍ଷ୍ମୀ ଘରର ଦ୍ୱାର ବନ୍ଧ ରେ ବାସ କରନ୍ତି ତେଣୁ ସେଥିପ୍ରତି ଧ୍ୟାନ ଦେବା ଜରୁରୀ l

* ଘରର ମୁଖ୍ୟ ଦ୍ୱାର କେବଳ ନୁହେଁ ଘରର ପ୍ରତ୍ୟେକ ଦ୍ୱାର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଟେ l ଘରର ଯେଉଁ ଦ୍ୱାର ଶବ୍ଦ କରୁଛି ତାହାକୁ ଯଦି ଆମେ ଠିକ ନକରିବା ତେବେ ଏହା ଦୁର୍ଭାଗ୍ୟ ର କାରଣ ଅଟେ l ନିୟମିତ ଘରର ମୁଖ୍ୟ ଦ୍ୱାର ରେ ଗୋଟିଏ ଦୀପ ଜଳାଇ ଦୁଇ ଓଳା ରଖିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପା ସର୍ବଦା ରହିଥାଏ l

Har Ghar Tiranga

Leave A Reply