Odisha news

ବିଦେଶରେ ମଧ୍ୟ ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଘୋଷଣା ହେଲା ଛୁଟି

0

ଜାନୁଆରୀ ୨୨, ୨୦୨୪ ଇତିହାସ ପୃଷ୍ଠାରେ ଲେଖା ହେଲା ସ୍ୱର୍ଣ୍ଣିମ ଅକ୍ଷର ରେ l ଏହିଦିନ ଟି ସାରା ଭାରତୀୟ ଙ୍କ ପାଇଁ ଥିଲା ଗୋଟିଏ ବିଶେଷ ଦିନ l ଏହି ଅବସରରେ ଆମେରିକାର ପଡୋଶୀ ଦେଶ କାନାଡ଼ା ରେ ମଧ୍ୟ ରାମ ମନ୍ଦିର କୁ ନେଇ ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳିଥିଲା l ଭାରତ ଓ କାନାଡ଼ା ମଧ୍ୟରେ ସମ୍ପର୍କ ଗତବର୍ଷ ସେପ୍ଟେମ୍ବର ମାସରେ ବିଗିଡି ଯାଇଥିଲେ l ଏହା ସତ୍ୱେ ମଧ୍ୟ ଜଷ୍ଟିନ ଟୁଡୋ ସରକାର ହିନ୍ଦୁ ଧର୍ମାବଲମ୍ବୀ ଙ୍କ ଆସ୍ଥା କୁ ସମ୍ମାନ ଦେଇ ୨୨ ଜାନୁଆରୀ ଦିନ କୁ ଗୋଟିଏ ବିଶେଷ ଦିନ ଭାବରେ ଘୋଷଣା କରିଥିଲେ l

କାନାଡ଼ା ର ଓ ଣ୍ଟ ରି ୟୋ ରେ ସ୍ଥିତ ଓକବିଲେ ଓ ବ୍ରାମ୍ପଟନ ସହର ରେ ଅଫିସିଆଲି ବିଶେଷ ଦିନ ଭାବରେ ଘୋଷଣା କରାଯାଇ ଥିଲା l ୨୨ ଜାନୁଆରୀ ର ମହତ୍ୱ କୁ ଦେଖି ଓକବିଲେ ମେୟର ହିନ୍ଦୁ ସମୁଦାୟ ଙ୍କ ଭକ୍ତଙ୍କ ଭକ୍ତିର ମାନ ରଖିଥିଲେ l ସେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ର ସାଂସ୍କୃତିକ, ଐତିହାସିକ ଓ ଧାର୍ମିକ ପରମ୍ପରା କୁ ଜୋର ଦେଇଥିଲେ l ସେ ନିଜ ବକ୍ତବ୍ୟ ରେ ଶ୍ରୀରାମ ମନ୍ଦିର ଉଦଘାଟନ କୁ ଶାନ୍ତି, ଏକତା ଓ ସଦଭାବନାର ମୂଲ୍ୟ ର ପ୍ରମାଣ ବୋଲି କହିଥିଲେ l

ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା l ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନତା ଙ୍କୁ ସମ୍ବୋଧନ କରିଥିଲେ l ଏହି ବିଶେଷ ଦିନରେ ସାରା ଭାରତ ଗୋଟିଏ ରଙ୍ଗ ରେ ରଙ୍ଗେଈ ହୋଇଥିବା ଭଳି ଲାଗିଥିଲା l

Nalco

Leave A Reply