Odisha news

ପୂର୍ବ ଶତୃତାକୁ କେନ୍ଦ୍ରକରି ବାଲିଦାଣ୍ଡିରେ ମରଣାନ୍ତକ ଆକ୍ରମଣ, ତିନିଜଣ ଗୁରୁତର, ଜଣେ କଟକ ସ୍ଥାନାନ୍ତର।

0
ତିହିଡି, ( ଯଦୁମଣି ପାଣିଗ୍ରାହୀ) : ପୂର୍ବ ଶତୃତାକୁ କେନ୍ଦ୍ରକରି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାଧିନ ବାଲିଦାଣ୍ଡି ଗାଁରେ କେତେକ ବ୍ୟକ୍ତି ସଂଘବଦ୍ଧ ଭାବେ ତିନିଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ତିହିଡି ମେଡିକାଲରେ ଭର୍ତ୍ତି କରା ଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜଣକୁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା ମାତ୍ର ଅବସ୍ଥା ଗୁରୁତର ହେବାରୁ ଜଣକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ଶୁକ୍ରବାର ଅପରାହ୍ନ ପ୍ରାୟ ୫-୩୦ ଘଟିକାରେ ରାହୁଲ ନାୟକ, ଦେବେନ୍ଦ୍ର ନାୟକ ଓ ବିକ୍ରମ ନାୟକ ତିନି ଜଣ ଯୁବକ ଗାଁ ଦାଣ୍ଡରେ ଛିଡା ହୋଇଥିବା ବେଳେ ଅପରପକ୍ଷ ୬ ଜଣ ଯୁବକ ଅତର୍କିତ ଭାବେ ଛୁରାରେ ଆକ୍ରମଣ କରିଥିଲେ। ଗାଁ ଲୋକେ ଏହା ଦେଖି ତାଜୁବ ହୋଇ ଯାଇଥିଲେ। ଦେଖଣାହାରି ସାଜିଥିବା ଗ୍ରାମବାସୀ କାଳବିଳମ୍ବ ନକରି ଅପରପକ୍ଷଙ୍କ କବଳରୁ ଏହି ତିନିଜଣଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ସେମାନଙ୍କ ମଧ୍ଯରୁ ରାହୁଲ ନାୟକଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବା ଜଣା ଯାଇଛି। ଆକ୍ରମଣ ସମ୍ପର୍କରେ ପୀରହାଟ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଅଭିଯୁକ୍ତ ମାନଙ୍କ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ଜୋର ଧରିଛି।
Nalco

Leave A Reply