Odisha news

ନିରାକାରପୁର ସରକାରୀ ହାଇସ୍କୁଲରେ ଭାଷା,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

0

ନିରାକାରପୁର,୧୯/୦୧: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର     ସରକାରୀ ହାଇସ୍କୁଲରେ  ଭାଷା,ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନଶିକ୍ଷୟିତ୍ରୀ  ସ୍ନିଗ୍ଧା ଛୋଟରାୟ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଅତିଥିଭାବେ ଶିକ୍ଷାବିତ୍ ଶଙ୍କର୍ଷଣ ପ୍ରଧାନ,  ସ୍କୁଲ ପରିଚାଳନା ସମିତି ସଭାପତି ରବିନାରାୟଣ ବାହିନୀପତି, ସାମ୍ବାଦିକ ଦୀପକ କୁମାର ପ୍ରଧାନ, ବିଭୂତି ଭୂଷଣ ଦାଶ ଓ ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ଦାସ  ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ  । ଏହି ଅବସରରେ ୪ଟି କ୍ଲବର ବୋର୍ଡ ଉଦଘାଟନ ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ‘ମୋ କଥା ମୋ କାହାଣୀ’ ପୁସ୍ତକର ଉନ୍ମୋଚନ କରାଯିବା ପରେ ଗଳ୍ପ ପଠନ, କବିତା ଆବୃତି, ବିଜ୍ଞାନ ପ୍ରକଳ୍ପର ପ୍ରଦର୍ଶନ ପରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା  ନାଟକ ପରିବେଷଣ କରାଯାଇଥିଲା । ଏହି ଅବସରରେ  ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ମାନେ ସହଯୋଗ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ସେହିପରି ରମାବିଲି ରାମଚନ୍ଦ୍ର ବିଦ୍ୟା ନିକେତନ ଓ ମଳିପଡା ବାଙ୍ଗୁର ଶିକ୍ଷା ସଦନ ରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Nalco

Leave A Reply