Odisha news

ପଞ୍ଚାୟତ କାର୍ଯ୍ୟାଳୟରେ କଳା କନା ବୁଲାଇଲେ ଲୁଟେରା ଦଳ, ଲୁଟି ନେଲେ ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର , ଏଲଏଇଡି ଏବଂ ନଗଦ ଟଙ୍କା

0
ବେତନଟୀ : ବୈଶିଙ୍ଗା ଥାନା ଅଧୀନ କଳମା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରୁ ଗୁରୁବାର ବିଳମ୍ବିତ ରାତ୍ରିରେ ପ୍ରମୁଖ କବାଟର ତାଲା ଭାଙ୍ଗି ଲୁଟି ନେଲେ ଲକ୍ଷାଧୂକ ଟଙ୍କାର ଆସବାବପତ୍ର ସମେତ ନଗଦ ଟଙ୍କା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରିଛି ବୈଶିଙ୍ଗା ପୋଲିସ। ମିଳିଥିବା ସୂଚନା ଅନୁସାରେ  କଳମା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ  ଘର ର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଆଜି ଶୁକ୍ରବାର ସକାଳ ସମୟରେ  ପକ୍କା ମିସ୍ତ୍ରୀମାନେ କାମ କରିବାକୁ କାର୍ଯ୍ୟାଳୟ ପରିସର ମଧ୍ୟକୁ ଆସିଥିଲେ । କାର୍ଯ୍ୟାଳୟର ପ୍ରମୁଖ ଦ୍ୱାର ର ତାଲା ଭଙ୍ଗା ଯାଇଥିବାର ଦେଖି ସରପଞ୍ଚ ଗୋପୀନାଥ ସିଂଙ୍କୁ ଖବର ଦେଇଥିଲେ । ସରପଞ୍ଚ ଏନେଇ ପିଇଓ କାର୍ତ୍ତିକଚନ୍ଦ୍ର ସାହୁ, ଜିଆରଏସ ଙ୍କ ସମେତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ l ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରୁ ଦୁଇଟି କମ୍ପ୍ୟୁଟର ସେଟ୍, ଗତ କିଛି ଦିନ ପୂର୍ବରୁ ଆସିଥିବା ଏକ ଦାମୀ ଏଲଇଡ଼ି, ଇନଭର୍ଟର , ବ୍ୟାଟେରୀ  ସମେତ ଭତ୍ତା  ଏବଂ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ସଂଗ୍ରହ ହୋଇଥିବା ପାଖାପାଖି ୩୦ହଜାର ଟଙ୍କା ଚୋରି ହୋଇଥିବାର ପଞ୍ଚାୟତ କର୍ତ୍ତୃପକ୍ଷ ପ୍ରାଥମିକ ତଦନ୍ଧରୁ ଜାଣିବାକୁ ପାଇଥିଲେ । ଲୁଟେରାମାନେ ପଞ୍ଚାୟତ କାର୍ଯ୍ୟାଳୟର ବିଭିନ୍ନ ଆବଶ୍ୟକୀୟ ରେକର୍ଡପତ୍ରକୁ ଏଣେତେଣେ ଫିଙ୍ଗାଫିଙ୍ଗି କରିଥିବାର ଦେଖାଯାଇଥିଲା । ଏହି ଘଟଣା କୁ ନେଇ କଳମା  ପଞ୍ଚାୟତ ସରପଞ୍ଚଙ୍କ ପକ୍ଷରୁ ବୈଶିଙ୍ଗା ଥାନାରେ ଏକ ଲିଖିତ ଏତଲା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ  ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ବୈଶିଙ୍ଗା ଥାନାରେ ରୁଜୁ ହୋଇ ଥିବା ମାମଲାକୁ ଭିତ୍ତି କରି ତଦନ୍ତ ଚାଲିଥିବା ଜଣାଯାଇଛି l
Nalco

Leave A Reply