ଆମେ ସାଧାରଣ ଭାବରେ ଦେଖିବାକୁ ପାଇଥାଉ ଯେ ପୁରୁଷମାନେ ଠିଆହୋଇ ପରିଶ୍ରା କରି ଥାଆନ୍ତି l ଆମେ ସମସ୍ତେ ଭାବିଥାଉ ଯେ ଏହା ପୁରୁଷ ଲୋକଙ୍କ ପାଇଁ ଗୋଟିଏ ଉଚିତ ମାର୍ଗ l ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ପୁରୁଷ ମାନଙ୍କର ଠିଆହୋଇ ପରିସ୍ରା କରିବାକୁ ନେଇ ଚେତାବନୀ ଦିଆଯାଇଛି l ବିଶେଷଜ୍ଞ ଙ୍କ ମତରେ ପୁରୁଷ ମାନେ ଠିଆହୋଇ ପରିସ୍ରା କରିବା ପରିବର୍ତେ ବସି ଭର୍ରଟିକାଲ ପୋଜିସନ ରେ ପରିଶ୍ରା କରିବା ଦ୍ୱାରା ଅନେକ ପ୍ରକାର ଲାଭ ମିଳିଥାଏ l ନେଦର ଲ୍ୟାଣ୍ଡ ସ୍ଥିତ ଚିକିତ୍ସକ ଙ୍କ ମତରେ ଯେଉଁ ପୁରୁଷ ମାନେ ପ୍ରୋଟେଷ୍ଟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଅଛନ୍ତି ସେମାନେ ଠିଆହୋଇ ପରିସ୍ରା କରିବା ପରିବର୍ତେ ବସିକି ପରିଶ୍ରା କରିବା ଜରୁରୀ l
* ଚିକିତ୍ସକ ଙ୍କ ମତରେ ଯଦି ଆପଣ ଠିଆହୋଇ ପରିସ୍ରା କରୁଛନ୍ତି ପେଲଭିସ ଓ ସ୍ପାଇନ ର ମସଲସ ସଂକୁଚିତ ହୋଇ ଯାଇଥାଏ l ୨୦୧୪ ରେ ଗୋଟିଏ ଅଧ୍ୟୟନ ଅନୁସାରେ ଚିକିତ୍ସକ ମାନେ ମତ ଦେଇଥିଲେ ଯେ ଠିଆହୋଇ ପରିଶ୍ରା କରିବା ଦ୍ୱାରା ହିପ ମସଲସ ରିଲାକ୍ସ ହୋଇଥାଏ l ଯାହାଦ୍ୱାରା ପରିସ୍ରା କରିବା ଖୁବ ସହଜ ହୋଇଥାଏ l
* ଅନ୍ୟ ଗୋଟିଏ ଅଧ୍ୟୟନ ଅନୁସାରେ ବସିକି ପରିସ୍ରା କରିବା ଦ୍ୱାରା ବ୍ଲାଡର ଠିକ ଭାବରେ ସଫା ହୋଇଥାଏ, ଏବଂ ବ୍ଲାଡର ଉପରେ ଅଧିକ ପ୍ରେସର ମଧ୍ୟ ପଡ଼ିନଥାଏ l
* ଅନ୍ୟ ଗୋଟିଏ ଅଧ୍ୟୟନ ଅନୁସାରେ ବିଶେଷଜ୍ଞ ମତ ଦେଇଛନ୍ତି ଯେ ଯଦି ଆପଣଙ୍କ ବ୍ଲାଡର ଠିକ ଭାବରେ ଖାଲି ହେଉନାହିଁ, ଏବଂ ବାରମ୍ବାର ପରିଶ୍ରା ଲାଗୁଚି ତେବେ ଏହା ୟୁରିନାରୀ ପ୍ରୋବ୍ଲେମ ମଧ୍ୟ ହୋଇପାରେ l
* କୄଯଦି ଆପଣଙ୍କୁ ବାରମ୍ବାର ପରିଶ୍ରା ଲାଗୁଚି ତେବେ ଏହାକୁ ସହଜ ରେ ନେବା ଉଚିତ ନୁହେଁ, ଏହା କିଡ୍ନୀ ଉପରେ ମଧ୍ୟ ପ୍ରଭାବ ପକାଇବାର ଗୋଟିଏ କାରଣ ଅଟେ l ତେଣୁ ଅଧ୍ୟୟନ ଅନୁସାରେ ଗୋଟିଏ ବ୍ୟକ୍ତି ନିଜର କିଡ୍ନୀ କୁ ସୁସ୍ଥ ରଖିବା ପାଇଁ ବ୍ଲାଡର କୁ ମଧ୍ୟ ଧ୍ୟାନ ଦେବା ଜରୁରୀ l
* ଆମେରିକାରେ ଗୋଟିଏ ଅଧ୍ୟୟନ ଅନୁସାରେ ଯେଉଁ ପୁରୁଷ ବ୍ୟକ୍ତିମାନେ ବସିକି ପରିଶ୍ରା କରନ୍ତି ସେମାନେ ଅଧିକ ୟୁରିନାରୀ ପ୍ରବ୍ଲେମ୍ ର ସମୁଖୀନ ହୁଅନ୍ତି ନାହିଁ l ଏହାଛଡା ସେମାନଙ୍କ ସ୍ପାଇନ ମଧ୍ୟ ସୁରକ୍ଷିତ ରହିଥାଏ l କିନ୍ତୁ ପୁରୁଷମାନେ ଠିଆହୋଇ ପରିଶ୍ରା କରିବାରେ ମଧ୍ୟ କୌଣସି ଅସୁବିଧା ନାହିଁ l