WhatsApp ରେ ଖୁବ ଶୀଘ୍ର ଆସିଯିବ ଓନରସିପ ଟ୍ରାନ୍ସଫର କରିବାର ଅଦ୍ଭୁତ ଫିଚର, ଅନ୍ୟ ଜଣେ କିଭଳି ହୋଇଯିବ ଆପଣଙ୍କ ହ୍ଵାଟ୍ସଆପ ର ମାଲିକ
ହ୍ଵାଟ୍ସଆପ ନିଜ ୟୁଜର୍ସ ମାନଙ୍କ ପାଇଁ ସବୁବେଳେ କିଛିନା କିଛି ନୂଆ ଫିଚର ଯୋଡ଼ିଥାଏ l ବର୍ତମାନ ହ୍ଵାଟ୍ସଆପ ରେ ଗୋଟିଏ ଏଭଳି ଫିଚର ଆସିବାକୁ ଯାଉଛି ଯାହାଦ୍ୱାରା ୟୁଜର୍ସ ନିଜ ହ୍ଵାଟ୍ସଆପ ଆକାଉଣ୍ଟ ର ମାଲିକ ଆଉ କାହାକୁ ମଧ୍ୟ କରିପାରିବେ l ଏହି ଫିଚର କୁ ଏଣ୍ଡ୍ରୋଏଡ ବିଟା ବର୍ଜନ 2.24.2.17 ରେ ସ୍ପର୍ଟ କରାଯାଇଛି l ଏହାର ଅର୍ଥ କମ୍ପାନୀ ପ୍ରଥମେ ନିଜର ଏହି ବିଶେଷ ଫିଚର ବିଷୟରେ ୟୁଜର୍ସ ମାନଙ୍କୁ କହିବାକୁ ଯାଉଛି l
ବିଶେଷ ଭାବରେ ଫିଚର ବିଷୟରେ WABetaInfo ଠାରୁ ମିଳିଛି l ଯାହାକି ହ୍ଵାଟ୍ସଆପ ର ନୂତନ ଫିଚର ବିଷୟରେ ସୂଚନା ଦେଇଥାଏ l ଏହି ୱେବସାଇଡ ଅନୁସାରେ ହ୍ଵାଟ୍ସଆପ ର ଅନରସିପ ଫିଚର ବର୍ତମାନ ଡେଭଲପିଙ୍ଗ ଫେଜ ରେ ରହିଛି l ଏବଂ ଅତି ଜଣାଶୁଣା ବିଟା ୟୁଜର୍ସ ଙ୍କ ପାଇଁ ଉପଲବ୍ଧ କରାଯାଇଛି l ବର୍ତମାନ ପର୍ଯ୍ୟନ୍ତ ହ୍ଵାଟ୍ସଆପ କୁ କେବଳ ସେହି ବ୍ୟକ୍ତି ବ୍ୟବହାର କରୁଥିଲା, ଯିଏ ନିଜ ଆକାଉଣ୍ଟ କୁ ଖୋଲିଥିଲା l ଉକ୍ତ ବ୍ୟକ୍ତିର ଡିଭାଇସ ବ୍ୟତୀତ ଅନ୍ୟ କେଉଁଠି ହ୍ଵାଟ୍ସଆପ ଖୋଳୁ ନଥିଲା l କିନ୍ତୁ ଅନରସିପ ଟ୍ରାନ୍ସଫର ପରେ ୟୁଜର ଅନ୍ୟକୁ ମଧ୍ୟ ହ୍ଵାଟ୍ସଆପ ବ୍ୟବହାର କରିବାର ଅଧିକାର ଦେଇପାରିବ l ଯାହାଦ୍ୱାରା ଉକ୍ତ ବ୍ୟକ୍ତିଙ୍କ ହ୍ଵାଟ୍ସଆପ ଆକାଉଣ୍ଟ ଅନ୍ୟ କାହାଦ୍ୱାରା ମଧ୍ୟ କଣ୍ଟ୍ରୋଲ ହୋଇପାରିବ l