ଭାରତର ପ୍ରାୟ ସମସ୍ତ ରୋଷେଇ ଘରେ ଗୁଜୁରାତି ଗୋଟିଏ ପ୍ରିୟ ମସଲା l ବିଶେଷ ଭାବେ ଓଡ଼ିଆ ଘରର ଚା ରେ ଯଦି ଗୁଜୁରାତିର ସୁଗନ୍ଧ ନଥାଏ ତେବେ ତାର ସ୍ୱାଦ ମଧ୍ୟ ନଥାଏ l କେବଳ ରୋଷେଇ ପାଇଁ ନୁହେଁ , ଏହି ଗୁଜୁରାତି ଅନେକ ଗୁଡିଏ ପୋଷାକ ତତ୍ୱ ରେ ଭରପୁର ଅଟେ l
* ଗୁଜୁରାତି ରେ ଫସଫରସ , ସୋଡିୟମ୍, ଜୀଙ୍କ , କପର , ମଙ୍ଗାଣିଜ , କ୍ୟାଲସିୟମ୍, ଆଇରନ, ମଗ୍ନେସିୟମ , ଭିଟାମିନ -ସି , ଭିଟାମିନ ବି 6 ଭଳି ପୋଷାକ ତତ୍ୱ ଭରପୁର ମାତ୍ରରେ ରହିଥାଏ l
* ଏତେ ଗୁଡିଏ ପୋଷାକ ତତ୍ୱ ରେ ଭରପୁର ଗୁଜୁରାତି ଯଦି ଆପଣ ପ୍ରତିଦିନ ରାତିରେ ୨ ଟି ମାତ୍ର ସେବନ କରିବେ ତେବେ ଅନେକ ଗୁଡିଏ ରୋଗ ରୁ ମୁକ୍ତି ପାଇବେ l
* ଯଦି ଆପଣ ନିଦ ସମସ୍ୟା ରେ ପୀଡିତ ତେବେ ପ୍ରତିଦିନ ରାତିରେ ମାତ୍ର ୨ ଟି ଗୁଜୁରାତି ସେବନ କରନ୍ତୁ l ଅନିଦ୍ରା ଦୋଷ ଦୂର ହେବ l
* ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ଖାଇବା ଦ୍ୱାରା ଗ୍ୟାସ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ l ଏହାଛଡା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l
* ଗୁଜୁରାତି ଥିବା ଭିଟାମିନ ସି ସ୍କିନ କୁ ହେଲଦି ରଖିବାରେ ସାହାଯ୍ୟ କରିଥାଏ l ଏହାଛଡା ତ୍ୱଚl ସମ୍ବନ୍ଧିୟ ସମସ୍ୟା ମଧ୍ୟ ଦୂର ହୋଇଥାଏ l
* ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ସହିତ ଗୁଡ଼ ସେବନ କରିବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ l ଏବଂ କିଡ଼ନୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ l
* ଯଦି ଆପଣ ପ୍ରତିଦିନ ରାତିରେ ଦୁଇଟି ଗୁଜୁରାତି ସେବନ କରିବେ ତେବେ ବ୍ଲଡ଼ ସର୍କୁଲେସନ ଖୁବ ଭଲ ହୋଇଥାଏ l