ପାରାଦୀପ : ବିଗିଡି ଗଲାଣି ସ୍ଥିତି | ଗତ ଦୁଇଦିନ ତଳେ ଜଣେ ଶ୍ରମିକ ଅସୁସ୍ଥ ହୋଇ ପଡିଥିଲା ବେଳେ ପୁଣି ଆଜି ଆଉ ଦୁଇଜଣ ଶ୍ରମିକ ଅସୁସ୍ତ | ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଡାକ୍ତରଖାନା ନିଆଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି | ପାରାଦୀପ ତୈଳ ବିଶୋଧନାଗାର ଫାଟକ ଆଗରେ ଆଠ ଦଫା ଦାବି ନେଇ ଶ୍ରମିକ ମାନେ ଆଜକୁ ତେର ଦିନ ହେବ ଧାରଣା ରେ ବସିଥିବା ବେଳେ ଗତ ଦୁଇଦିନ ତଳେ ବାବାଜୀ ପୋଥାଳ ନାମକ ଜଣେ ଶ୍ରମିକ ଅସୁସ୍ତ ହୋଇ ବେହୋସ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା | ଆଜି ପୁଣି ଦୁଇଜଣ ଶ୍ରମିକ ଜୀବନ ଜ୍ୟୋତି ଜେନା ଓ କ୍ଷୀରୋଦ ପ୍ରଧାନ ପ୍ରବଳ ଅସୁସ୍ତ ହୋଇ ପଡିବାରୁ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି | ପ୍ରବଳ ଥଣ୍ଡା ରେ ଶ୍ରମିକ ମାନେ ଦିବାରାତ୍ରି ଧାରଣା ରେ ବସି ରହିଥିବା ବେଳେ ଧୀରେ ଧୀରେ ପରିସ୍ଛିତି ବିଗିଡିବାରେ ଲାଗୁଚି | ଏବେ ତିରିଶି ରୁ ଉର୍ଦ୍ଧ ଶ୍ରମିକ ଜ୍ଵର ରୋଗରେ ପୀଡିତ ଥିବା କୁହାଯାଉଛି | ପାରାଦୀପ ବିଶୋଧନାଗାର ମୁଖ୍ୟ ଫାଟକ ଆଗରେ ନୂଆବର୍ଷ ଠାରୁ ପେଟ୍ରୋଲିୟମ ହ୍ୟାଣ୍ଡଲଂ କ୍ୟାରିୟଜ ଏମପ୍ଲୟଜି ଇଉନିୟନ ର ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ ଶ୍ରମିକ ମାନେ ନିଜ ପରିବାର ସହ ଧାରଣାରେ ବସିଥିବା ବେଳେ ପାଇପ ଲାଇନ ଡିଭିଜନ ର ଶ୍ରମିକ ମାନେ ସାଉଥ ଗେଟ ପାଖରେ ମଧ୍ଯ ଧାରଣାରେ ବସିଛନ୍ତି | ଚାରି ଚାରି ଥର ଆଲୋଚନା ପରେ ମଧ୍ଯ ସେମିତି କିଛି ନିର୍ଯ୍ୟାସ ବାହାରି ପାରୁନଥିବା ବେଳେ ଶ୍ରମିକ ମାନେ ନିଜ ନିଜ କାମ କୁ ନଯାଇ ଧାରଣା ରେ ବସିଛନ୍ତି | ଅବସର ସମୟରେ ମିଳିବାକୁ ଥିବା ଗ୍ରାଚୁଇଟି ବେନିଫିଟ କୁ କମ୍ପାନୀ ପ୍ରତିମାସରେ ଦରମା ସହ ଯୋଗ କରି ଦେଇ ଦେଉଥିବା ବେଳେ ଏହାକୁ ଶ୍ରମିକ ଓ ଶ୍ରମିକ ସଂଘ ଘୋର ବିରୋଧ କରିଛନ୍ତି | ଗେଟ ପାସ ରେ ବିଶୋଧନାଗାର ନିଜ ସିମ୍ବଲ କୁ ହଟେଇ ସିଆଇଏସଏଫ ଲୋଗ ବ୍ୟବହାର କୁ ମଧ୍ଯ ଏମାନେ ବିରୋଧ କରୁଥିବା ବେଳେ ଶ୍ରମିକ ମାନଙ୍କ କାର୍ଯ୍ୟ ସମୟରେ ମୃତ୍ୟୁ ହେଲେ ପରିବାର ର ଜଣଙ୍କୁ ଚାକିରି ଓ ପନ୍ଦର ଲକ୍ଷ୍ୟ ଟଙ୍କା ପ୍ରଦାନ ଦାବିରେ ଏବେ ବି ଶ୍ରମିକ ଜିଦି କରି ବସିଛନ୍ତି | ସେହିପରି ପାଇପ ଲାଇନ ଡିଭିଜନ ର ଶ୍ରମିକ ମାନଙ୍କ ସହ କମ୍ପାନୀ 2016 ମସିହାରେ କରିଥିବା ସେଟେଲମେଣ୍ଟ ଅନୁଯାଇ ଅନ୍ୟାନ୍ୟ ଭତ୍ତା ବାବଦକୁ ଦୈନିକ 140 ଟଙ୍କା ମାତ୍ର ଦୁଇବର୍ଷ ପ୍ରଦାନ କରି ବନ୍ଦ କରିବା କୁ ଘୋର ବିରୋଧ କରିଛନ୍ତି ଶ୍ରମିକ | ମୁଖ୍ୟତଃ ଏହି ପ୍ରମୂଖ ଦାବି ଉପରେ କମ୍ପାନୀ ସମାଧାନ ର ରାସ୍ତା ବାହାର ନକରି ଓଲଟା ଠିକାଦାର ଙ୍କ ଦ୍ଵାରା ବାହାର ଲୋକଙ୍କୁ ଆଣି କାମ କରିବାକୁ ପ୍ରୟାସ ଆରମ୍ଭ କରିଛି | ଯାହାକୁ ନେଇ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିବା ଶ୍ରମିକ ମାନେ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି | ଯଦି ଦିନେ ଦୁଇଦିନ ମଧ୍ୟରେ କିଛି ଗୋଟେ ସମାଧାନର ରାସ୍ତା ନବାହାରେ ତେବେ ଆଗକୁ ଅଧିକ ସଂଖ୍ୟକ ଶ୍ରମିକ ଅସୁସ୍ଥ ହେବା ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଅନୁମାନ କରାଯାଉଛି |