Odisha news

କେଉଁ କାରଣରୁ ସ୍ୱାମୀ ବିବେକାନନ୍ଦ ବୈରାଗ୍ୟ ପ୍ରତି ଆକୃଷ୍ଠ ହୋଇଥିଲେ

0

ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ କୁ ଭାରତୀୟ ଯୁବା ଦିବସ ଭାବରେ ପାଳନ କରାଯାଇଥାଏ l ଯାହାକି ଜାନୁଆରୀ ୧୨ ତାରିଖ ଦିନ ପାଳିତ ହୋଇଥାଏ l ସ୍ୱାମୀ ବିବେକାନନ୍ଦ ୧୪ ଜୁଲାଇ ୧୯୦୨ ରେ କୋଲକାତା ରେ ମାତ୍ର ୩୯ ବର୍ଷ ଅୟୁରେ ପଞ୍ଚତତ୍ତ୍ୱରେ ବିଲୀନ ହୋଇଥିଲେ l କିନ୍ତୁ ନିଜ ପଛରେ ଅନେକ ବିଚାର ଛାଡି ଯାଇଛନ୍ତି, ଯାହାକି ଆଜିର ଯୁବସମାଜ ପ୍ରତି ଗୋଟିଏ ବଡ଼ ଉଦାହରଣ l ଯୁବକ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସ୍ୱାମୀ ବିବେକାନନ୍ଦ ମାତ୍ର ୨୫ ବର୍ଷ ଆୟୁ ରେ ସନ୍ୟାସ ବ୍ରତ ଧାରଣ କରିଥିଲେ l ବିବେକାନନ୍ଦଙ୍କ ହିନ୍ଦୁ ଧର୍ମର ଉତ୍ଥାନ ପାଇଁ ଖୁବ ଇଛା ଥିଲା l ଗୁରୁ ପରମହଂସ ଙ୍କ ସହିତ ତାଙ୍କ ସାକ୍ଷାତ ସେତେବେଳେ ହୋଇଥିଲା ଯେତେବେଳେ ସେ ଈଶ୍ୱର ଙ୍କୁ ଖୋଜୁଥିଲେ l ଦେଶର ଅଧ୍ୟାତ୍ମ ଗୁରୁ ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ୧୨ ଜାନୁଆରୀ ୧୮୬୩ ରେ କୋଲକାତା ଠାରେ ହୋଇଥିଲା l ପିଲାଟି ଦିନରୁ ବିବେକାନନ୍ଦ ଅନେକ ବୁଦ୍ଧି ର ଅଧିକାରୀ ଥିଲେ l

ସ୍ୱାମୀ ବିବେକାନନ୍ଦ ର ହିନ୍ଦୁ ଧର୍ମ ପ୍ରତି ଥିଲା ଗଭୀର ସମ୍ମାନ ଓ ବଶ୍ୱାସ :-
ସ୍ୱାମୀ ବିବେକାନନ୍ଦ ଙ୍କ ଗୁରୁଙ୍କ ନାମ ଥିଲା ରାମକୃଷ୍ଣ ପରମହଂସ l ସେ ନିଜ ଗୁରୁଙ୍କ ନାମରେ ରାମକୃଷ୍ଣ ମିସନ୍ ତିଆରି କରିଥିଲେ l ରାମ କୃଷ୍ଣ ଙ୍କ ର ପ୍ରୟ ଶିଷ୍ୟ ମାନଙ୍କ ମଧ୍ୟରେ ସେ ସବୁଠୁ ଆଗରେ ଥିଲେ l ବ୍ରହ୍ମ ସମାଜ ର ମିଳିତ ସହଯୋଗ ରେ ନାରୀ ମାନଙ୍କ ବାଲ୍ୟ ବିବାହ ଉପରେ ରୋକ ଓ ନାରୀ ଶିକ୍ଷାର ଉତ୍ଥାନ ପାଇଁ କାର୍ଯ୍ୟ କରିଥିଲେ l

ପିତା ଙ୍କ ମୃତ୍ୟୁ ପରେ ପରିବାର ର ଦାୟିତ୍ୱ -:
୧୮୮୪ ରେ ପିତାଙ୍କ ମୃତ୍ୟୁ ପରେ ବିବେକାନନ୍ଦ ଆର୍ଥିକ ଅନାଟନ କୁ ସମୁଖୀନ କରିଥିଲେ l ଏହାପରେ ସେ ରାମକୃଷ୍ଣ ଙ୍କୁ ତାଙ୍କ ପାଇଁ ପ୍ରାର୍ଥନ କରିବାକୁ କହିଥିଲେ l କିନ୍ତୁ ପରମହଂସ ତାଙ୍କୁ କହିଥିଲେ ନିଜ ପାଇଁ ନିଜେ ମା କାଳି ଙ୍କ ନିକଟରେ ପ୍ରାର୍ଥନା କର l ଏପରି ହେଲା କି ବିବେକାନନ୍ଦ ପ୍ରାର୍ଥନା କରି କରି ମନ୍ଦିର ରେ ପହଂଚି ଗଲେ ଏବଂ ମା ଙ୍କ ଦର୍ଶନ ମିଳନ୍ତେ ନିଜ ପାଇଁ ବୈରାଗ୍ୟ ଓ ବ୍ରହ୍ମଚର୍ଯ୍ୟ ମା ଙ୍କୁ ମାଗି ଥିଲେ l ସେହିଦିନ ଠାରୁ ବିବେକାନନ୍ଦ ଗୋଟିଏ ତପସ୍ୱି ଜୀବନ ପ୍ରତି ଆକର୍ଷିତ ହୋଇଥିଲେ l

Leave A Reply