Odisha news

କନିଆଁ ହାଟ : ଯେଉଁଠି ପଇସା ଦେଇ ବର କିଣିଥାଏ ନିଜ ପାଇଁ କନିଆଁ

0

ସମସ୍ତେ ପ୍ରାୟ ଜାଣିଥିବେ ହାଟ ବିଷୟରେ, ଯେଉଁଠି ଲାଗିଥାଏ ବିଭିନ୍ନ ଜିନିଷ ର ଦୋକାନ l କିନ୍ତୁ ଆପଣ ଭାବୁଥିବେ ଏଥିରେ କଣ ବା ନୂଆ କଥା ରହିଛି l ହଁ ଆଜ୍ଞା ରହିଛି କିଛି ନୂଆ କଥା ଏହା ହେଉଛି କନିଆଁ ମାନଙ୍କର ହାଟ, ଯେଉଁଠି ପଇସା ଦେଇ ବର କିଣିଥାଏ ନିଜ ପାଇଁ କନିଆଁ l ଦୁନିଆରେ ଏଭଳି ଅନେକ ଦେଶ ରହିଛି ଯେଉଁଠି ନୂଆ ନୂଆ ପ୍ରଥା ରହିଛି l ଆଜି ଆମେ ଗୋଟିଏ ଏଭଳି ଦେଶ ବିଷୟରେ ଜାଣିବା ଯେଉଁଠି ଲାଗିଥାଏ ବୋହୁ ମାନଙ୍କର ହାଟ l ଜିନିଷ ଭଳି ମୁଲ ଚାଲ ହୋଇ କିଣା ଯାଇଥାଏ ବୋହୁ l

ବୁଲଗେରିଆ ଦୁନିଆର ଗୋଟିଏ ଏଭଳି ଦେଶ ଯେଉଁଠି ବୋହୁ କିଣିବାକୁ ପଡିଥାଏ, ଅର୍ଥାତ ବୋହୁ ବିକ୍ରି ହୋଇଥାଏ l ଏହି ହାଟ ଦେଶର ସତର ଯାଗୋର ନାମକ ସ୍ଥାନରେ ଲାଗିଥାଏ l ଏବଂ ଏହି କାର୍ଯ୍ୟ କରି ଥାଆନ୍ତି କନ୍ୟା ଘର ଲୋକମାନେ l ଏହି ସ୍ଥାନରେ ପୁରୁଷ ମାନେ ଆସି ଥାଆନ୍ତି ନିଜ ପାଇଁ କନିଆଁ କିଣିବା ପାଇଁ l ଏହାପରେ ଝିଅ ଘର ଲୋକେ ମୂଲଚାଲ କରି କନିଆଁ କୁ ପୁଅ ଘର ନିକଟରେ ସମର୍ପିତ କରି ଥାଆନ୍ତି l ସୂଚନା ଯୋଗ୍ୟ ଯେ ଏହି ହାଟ ସେହି ଗରିବ ଲୋକ ମାନଙ୍କୁ ସାହାଯ୍ୟ କରିଥାଏ ଯେଉଁମାନେ ଆର୍ଥିକ ଭାବରେ ଅସହାୟ ଅଟନ୍ତି l ଏହି ବଜାରରେ କନିଆଁ ର ମାତାପିତା ନିଜ ଝିଅ କୁ ପଇସା ଵାଲା ଲୋକ ହାତରେ ସମର୍ପି ଥାଆନ୍ତି l

ବୁଲଗେରିଆ ର ଏହି ପ୍ରଥା ୩୦୦ ବର୍ଷ ପୁରୁଣା, ସୂଚନାଯୋଗ୍ୟ ଯେ ଏହି ବଜାରରେ ୧୨ ରୁ ନେଇ ୨୨ ବର୍ଷର ଝିଅ ମାନଙ୍କର ହାଟ ଲାଗିଥାଏ l ଏବଂ ତାଙ୍କ ପରିବାର ତାଙ୍କୁ ସୁନ୍ଦର ଭାବରେ ସଜାଇ ଏହି ହାଟ କୁ ନେଇଥାଏ l ଏପରି କାମ ଗୋଟିଏ ନିର୍ଦ୍ଧିଷ୍ଟ କମ୍ୟୁନିଟି ର ଲୋକେ କରି ଥାଆନ୍ତି, ସେହି କମ୍ୟୁନିଟି ହେଉଛି କ୍ଳlଇଜିସ କମ୍ୟୁନିଟି l ଏହି କମ୍ୟୁନିଟି ର ଲୋକେ ତମ୍ବା ଓ ପିତଳ କାର୍ଯ୍ୟ ମଧ୍ୟ କରିଥାଆନ୍ତି l

ହାଟ କୁ ଯାଉଥିବା ଝିଅଙ୍କ ପାଇଁ ରହିଥାଏ କଠୋର ନିୟମ l ସେ କୌଣସି ପୁରୁଷ ବନ୍ଧୁ ସହିତ ସମ୍ପର୍କ ରଖି ପାରିବେନି l ୧୨-୧୩ ମଧ୍ୟରେ ତାଙ୍କ ଶିକ୍ଷାରେ ପଡିବ ଚାବି l ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇ ଥାଆନ୍ତି ସୁନ୍ଦର ସୁନ୍ଦର ଝିଅ l ମିଡ଼ିଆ ରିପୋର୍ଟ ଅନୁସାରେ ଏଠାରେ ସୁନ୍ଦର ସୁନ୍ଦର ଝିଅ ଙ୍କ ମୂଲ୍ୟ ଲକ୍ଷ ରୁ ଉର୍ଧ୍ଵ ମୂଲ୍ୟ ରହିଥାଏ l ଏବଂ ଏଠାରେ କନିଆଁ ଙ୍କ ହାଟ ବର୍ଷକୁ ୪ ଥର ଲାଗିଥାଏ l ଏବଂ ବୁଲଗେରିଆ ସରକାର ଙ୍କ ପକ୍ଷରୁ ଏହାକୁ ସରକାରୀ ଭାବରେ ମାନ୍ୟତା ମଧ୍ୟ ମିଳିଛି l

Leave A Reply