Odisha news

ଜୟ ଜଗନ୍ନାଥ, ହରିବୋଲ ଧ୍ୱନିରେ ଆରମ୍ଭ ହେଲା ମୟୂରଭଞ୍ଜ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାପ୍ରସାଶନ ଏବଂ ଓଡିଶା ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାରେ ଆରମ୍ଭ ହୋଇଛି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା । ଇତ୍ୟବସରରେ, ଜିଲ୍ଲା ସଦର ମହକୁମା ବାରିପଦା ଠାରୁ ଗୁରୁବାର ଦିନ ଆରମ୍ଭ ହୋଇଛି ଏହି ତୀର୍ଥ ଯାତ୍ରୀମାନଙ୍କର ପ୍ରଥମ ପର୍ଯ୍ୟାୟ ଯାତ୍ରା । ସମୁଦାୟ ୨୪୦ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ, ଜିଲ୍ଲା ପ୍ରଶାସନ, ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀ ମାନଙ୍କୁ ନେଇ ଏହି ତୀର୍ଥଯାତ୍ରୀ ମାନଙ୍କୁ ମଧ୍ୟପ୍ରଦେଶର ଉଜ୍ଜୟିନୀ ଏବଂ ଓଁକାରେଶ୍ୱର ତୀର୍ଥ ସ୍ଥାନକୁ ଯାତ୍ରା କରୁଛନ୍ତି । ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏବଂ ଏସପି ଏସ. ସୁଶ୍ରୀ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନେତ୍ରାନନ୍ଦ ମଲ୍ଲିକ ଏହି ଯାତ୍ରାର ସମସ୍ତ ସଂଚାଳନ କାର୍ଯ୍ୟର ତତ୍ତ୍ୱାବଧାନ କରିଥିବାବେଳେ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ସତ୍ୟଭାମା ବେହେରାଙ୍କ ସଂଯୋଜନାରେ ସମୁଦାୟ ୨୪୦ଜଣ ତୀର୍ଥଯାତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଘୋଷଣା ହୋଇ ତୀର୍ଥଯାତ୍ରା ଅଭିମୁଖେ ବାହାରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ରୂପଭାନୁ ମିଶ୍ର ଏହି ତୀର୍ଥଯାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କର୍ମଚାରୀ ପ୍ରେରଣା କରିବା ସହିତ ସେହି ସ୍ଥାନରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମସ୍ତ ବରିଷ୍ଠ ତୀର୍ଥଯାତ୍ରୀ ମାନଙ୍କୁ ପୁଷ୍ପମାଲ୍ୟ ଦେଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଏହି ଯାତ୍ରାରେ ଭାଗ ନେଉଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କର ଶୁଭ କାମନା କରି ସେମାନଙ୍କ ବସ ମାନଙ୍କୁ ସବୁଜ ପତାକା ଦେଖାଇ ଏହି ଯାତ୍ରାକୁ ଆରମ୍ଭ କରିଥିଲେ । ସୂଚନା ଥାଉକି, ଜିଲ୍ଲାର ଏହି ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱଳ୍ପ ସମୟ ରହଣି ବ୍ୟବସ୍ଥା ଜିଲ୍ଲା ସଦର ମହକୁମା ବାରିପଦା ସ୍ଥତିରେ ଆଥଲେଟିକ ହଲ ଠାରେ କରାଯାଥିଲା । ତତ୍ସହିତ ସେମାନଙ୍କ ଖାଦ୍ୟପେୟ, ଶୌଚ ଆଦି ପାଇଁ ବ୍ୟବସ୍ଥା କରାଯିବା ସହିତ ସେହିଦିନ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟ କରାଯିବା ପରେ ସେମାନଙ୍କୁ ୬ଟି ବସ ଯୋଗେ, ଯଥାରୀତି ବିଭିନ୍ନ ଅଫିସରଙ୍କ ସହିତ ବାଲେଶ୍ୱରରେ ପହଂଚିବାର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ, ବରିଷ୍ଠ ନାଗରିକ ମାନଙ୍କ ସୂଚନା ଓ ବିଭିନ୍ନ ବିଷୟରେ ଅବଗତି ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ଡ଼ାକବାଜି ଯନ୍ତ୍ରର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହି ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନ ଆରକ୍ଷୀ ବାହିନୀକୁ ମଧ୍ୟ ଷ୍ଟାଡିଅମରେ ମୃତୟନ କରାଯାଇଥିଲା । ପ୍ରକାଶ ଥାଉକି, ଏହି ବରିଷ୍ଠ ତୀର୍ଥଯାତ୍ରୀ ମାନେ ୫ ଜାନୁଆରୀ ୨୦୨୪ ଠାରୁ ୧୦ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଏହି ଦୁଇଟି ସ୍ଥାନକୁ ଟ୍ରେନ ଯୋଗେ ବାଲେଶ୍ୱରରୁ ଉଜ୍ଜୟିନୀର ମହାକାଳେଶ୍ୱର ଓ ଓଁକାରେଶ୍ୱର ଯିବେ ଏବଂ ନିର୍ଧାରିତ ସ୍ଥାନରୁ ଫେରି ନିଜ ନିଜ ଅଂଚଳକୁ ଫେରିଯିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ପାଇଁ ସମସ୍ତ ବ୍ଲକ୍ରୁ ବିଡ଼ିଓ ମାନଙ୍କ ତତ୍ତ୍ୱାବଧାନରେ ସମସ୍ତ ତୀର୍ଥଯାତ୍ରୀ ଆଜି ନିର୍ଦ୍ଧାରିତ ସ୍ତାହାନେ ପହଁଚି, ନିଜ ନିଜ ପଞ୍ଜିକରଣ କରାଇ, ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ସୁସ୍ଥ ବୋଲି ଘୋଷଣା କରାଯାଇଥିଲା । ସୂଚନା ଅନୁସାରେ, ସମଗ୍ର ଜିଲ୍ଲାରୁ ୬୨୮ଟି ଆବେଦନ ଗ୍ରହଣ ହୋଇଥିବାବେଳେ ୩୪ଟି ଆବେଦନକୁ ଖାରଜ କରାଯାଥିଲା ଏବଂ ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଅନ୍ୟାନ୍ୟ କାରଣ ବଶତଃ ୨୪୦ଜଣ ଯାତ୍ରୀ ତୀର୍ଥଭ୍ରମଣ ପାଇଁ ବାହାରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ।

Nalco

Leave A Reply