Odisha news

ବର୍ଷର ପ୍ରଥମ ଗୁରୁବାର ରେ କରନ୍ତୁ ଏହି ଉପାୟ, ବର୍ଷ ସାରା ଚମକି ଉଠିବ ଭାଗ୍ୟ

0

ଆଜି ହେଉଛି ୨୦୨୪ ର ପ୍ରଥମ ଗୁରୁବାର, ଗୁରୁବାର ଦିନଟି ମାତା ଲକ୍ଷ୍ମୀ ଓ ନାରାୟଣ ଙ୍କୁ ସମର୍ପିତ l ଶାସ୍ତ୍ର ଅନୁସାରେ ଏହି ଦିନଟି ଧନ ଓ ବୈଭଭ ପାଇଁ କାମନାର ଦିନ ଅଟେ l ବର୍ଷର ପ୍ରଥମ ଗୁରୁବାର ଜାନୁଆରୀ ୪ ତାରିଖ ପଡୁଛି l ଆଜିର ଦିନରେ ମତ ଲକ୍ଷ୍ମୀଙ୍କୁ ବିଧିବଧ ଭାବରେ ପୂଜା କରିବା ସହିତ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବା ଦ୍ୱାରା ବର୍ଷ ସାରା ଧନ ର ଅଭାବ ରହିବ ନାହିଁ l

– ବର୍ଷର ପ୍ରଥମ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ନିକଟରେ ପଦ୍ମ ଫୁଲ ଗୋଲାପୀ ରଙ୍ଗର ଅର୍ପଣ କରନ୍ତୁ l ଏହାଦ୍ୱାରା ମାଙ୍କୁ ଗୋଲାପ ର ଅତର ଅର୍ପଣ କରନ୍ତୁ l ଏହାପରେ ଉକ୍ତ ଅତର କୁ ନାରାୟଣ ଙ୍କୁ ମଧ୍ୟ ଅର୍ପଣ କରନ୍ତୁ l

– ବର୍ଷର ପ୍ରଥମ ଗୁରୁବାର ଦିନ ଓସ୍ତ ବୃକ୍ଷ ମୂଳରେ କୌଣସି ମିଠା ଦ୍ରବ୍ୟ ଅର୍ପଣ କରନ୍ତୁ, ଓସ୍ତ ବୃକ୍ଷ ମୂଳରେ ବିଷ୍ଣୁ ଙ୍କ ବାସ ହୋଇଥାଏ l ଏହାଛଡା ୧୧ ଥର ଓସ୍ତ ବୃକ୍ଷର ପରିକ୍ରମା କରନ୍ତୁ l ଏବଂ ନିଜ ଉନ୍ନତି ର ପ୍ରାର୍ଥନା କରନ୍ତୁ l

– ଆଜିର ଦିନରେ ଦୁଗ୍ଧ ରେ ଜଳ ଗଙ୍ଗା ଜଳ ମିଶାଇ ଚନ୍ଦ୍ରମା ଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ l ଏବଂ ଧନ ପ୍ରାପ୍ତି ର କାମନା କରନ୍ତୁ l

– ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କ ନିକଟରେ ଗୋଲାପ ପୁଷ୍ପ ର ମାଳ ଅର୍ପଣ କରନ୍ତୁ l ଏହାପରେ ଘିଅ ଦୀପଟିଏ ଅର୍ପଣ କରନ୍ତୁ l ଏହାଦ୍ୱାରା କୁଣ୍ଡଳୀ ରେ ଧନ ପ୍ରାପ୍ତି ର ଯୋଗ ବୃଦ୍ଧି ହେବ l

– ବର୍ଷର ପ୍ରଥମ ଗୁରୁବାର ରେ ଗୋଟିଏ ସ୍ଫଟିକ ମାଳି କୁ ଦୁଗ୍ଧ ରେ ଧୋଇ ନିଅନ୍ତୁ l ଏହାପରେ ଏହି ମାଳିରେ ୧୦୮ ଥର ‘ଓଂ ଶ୍ରୀଙ୍ଗ ଶ୍ରୀୟେ ନମଃ’ ମନ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ବର୍ଷ ସାରା ଧନ ର ଅଭାବ ରହିବ ନାହିଁ l

Nalco

Leave A Reply