Odisha news

୨୦୨୩ ସିସିଟିଏନଏସ ପ୍ରଗତି ଡ୍ୟାସବୋର୍ଡ ରିପୋର୍ଟ ଶୀର୍ଷ ୪ ଏସଡିପିଓ ଗଞ୍ଜାମର

0

ଗଞ୍ଜାମରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର : କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱର୍କ ସିଷ୍ଟମ୍ସ ( ସିସିଟିଏନଏସ ) ରେ ଜନସାଧାରଣ ଙ୍କୁ ହାତପାଅନ୍ତାରେ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସେବା ଯୋଗାଇବା, ଅନଲାଇନରେ ମାମଲା ପଞ୍ଜିକରଣ ଓ ସେଗୁଡିକର ତ୍ୱରିତ ସମାଧାନ ପାଇଁ ପଦେକ୍ଷପ ଗ୍ରହଣ କରିବାକୁ ନେଇ ରାଜ୍ୟସ୍ତରୀୟ ରିପୋର୍ଟ ପ୍ରକାଶ ପାଇଛି, ସିସିଟିଏନଏସ ପ୍ରଗତି ଡ୍ୟାସବୋର୍ଡରେ ଜିଲ୍ଲା, ଥାନା, ଏସଡିପିଓ ଓ ଥାନା ଅଧିକାରୀଙ୍କ ବର୍ଗରେ ପ୍ରକାଶିତ ଏହି ରିପୋର୍ଟରେ ୨୦୨୩ ବର୍ଷ ପାଇଁ ଗଞ୍ଜାମ ପୁଲିସ ଜିଲ୍ଲାକୁ ଉଲେଖନୀୟ ସଫଳତା ମିଳିଛି, ଶ୍ରେଷ୍ଠ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ଥିବା ବେଳେ ଶ୍ରେଷ୍ଠ ଥାନା ଭାବେ ବ୍ରହ୍ମପୁର ଟାଉନ ଥାନା ଓ ଶ୍ରେଷ୍ଠ ଥାନା ଅଧିକାରୀ ତାଲିକାରେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନାମ ରହିଛି, ସେହିଭଳି ରାଜ୍ୟରେ ଥିବା ମୋଟ ୧୧୯ ଜଣ ଏସଡିପିଓ ରାଙ୍କ … ଅଧିକାରୀ ଙ୍କ ମଧ୍ୟରେ ଶ୍ରେଷ୍ଠ ଏସଡିପିଓ ବର୍ଗରେ ମଧ୍ୟ ଗଞ୍ଜାମ ପୁଲିସ ଜିଲ୍ଲାକୁ ଆଉ ଏକ ଉଲେଖନୀୟ ସଫଳତା ମିଳିଛି, ଗଞ୍ଜାମ ଜିଲ୍ଲାର ସମସ୍ତ ୪ ଏସଡିପିଓ ତାଲିକାରେ ଶୀର୍ଷରେ ଯଥାକ୍ରମେ ପ୍ରଥମରୁ ଚତୁର୍ଥ ପର୍ଯ୍ୟନ୍ତ କ୍ରମାଗତ ରହିଛନ୍ତି, ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ୯୨.୪୫ପଏଣ୍ଟ ସହ ତାଲିକାର ଶୀର୍ଷରେ ରହି ରାଜ୍ୟର ଶ୍ରେଷ୍ଠ ଏସଡିପିଓ ହେବାର ସୁନାମ ଅର୍ଜନ କରିଛନ୍ତି,ସେହିଭଳି ଆସିକା ଏସଡିପିଓ ଉମାଶଙ୍କର ସିଂ ୯୧.୫୫ ପଏଣ୍ଟ ସହ ତାଲିକାର ଦ୍ୱିତୀୟରେ, ଭଞ୍ଜନଗର ଏସଡିପିଓ ବିଶ୍ଵାମିତ୍ର ହରପାଲ ୮୭.୦୭ ପଏଣ୍ଟ ସହ ତୃତୀୟରେ ଏବଂ ଛତ୍ରପୁର ଏସଡିପିଓ ଗୌରହରି ସାହୁ ୮୬.୮୫ ପଏଣ୍ଟ ସହ ଚତୁର୍ଥରେ ରହିଛନ୍ତି, ଗଞ୍ଜାମ ଜିଲ୍ଲାର ସମସ୍ତ କୃତୀ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଦକ୍ଷିଣାଞ୍ଚଳ ପୁଲିସ ଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସପି ଜଗମୋହନ ମିନା ଓ ବ୍ରହ୍ମପୁର ଏସପି ଡ଼. ସର୍ବଣା ବିବେକ ଏମ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି.

Nalco

Leave A Reply