Odisha news

ଶୀତ ଋତୁରେ କାହିଁକି ବୃଦ୍ଧି ହୋଇଥାଏ ଉଚ୍ଚ ରକ୍ତଚାପ , ଏଭଳି ନିଅନ୍ତୁ ନିଜର ଯତ୍ନ

0

ଆମ ସମସ୍ତ ଙ୍କ ପାଇଁ ଶୀତ ଋତୁ ଗୋଟିଏ ସୁନ୍ଦର ଋତୁ l ଶୀତ ଋତୁ ଯେତେବେଳେ ଆସିଥାଏ ସେତେବେଳେ ଅନେକ ଗୁଡିଏ ରୋଗ ନେଇ ଆସିଥାଏ ଯେପରିକି ସର୍ଦି , କାଶ , ଗଣ୍ଠି ଯନ୍ତ୍ରଣା, ଦୁର୍ବଳ ଇମ୍ୟୁନିଟି , ଏହାଛଡା ଶୀତ ଋତୁରେ ଆଉ ଗୋଟିଏ ବଡ଼ ସମସ୍ୟା ଦେଖା ଯାଇଥାଏ ତାହା ଉଚ୍ଚ ରକ୍ତଚାପ – ଉଚ୍ଚ ରକ୍ତଚାପ ର ପରିଣାମ ସ୍ୱରୂପ ରକ୍ତ ସଞ୍ଚାଳନ ହେବାରେ ବାଧା ଉପୁଜି ଥାଏ ଓ ହାର୍ଟ ଆଟାକ ଦେଖାଦେଇ ଥାଏ l

ବିଶେଷ ଭାବେ ୬୫ ବର୍ଷ ବା ତଧୁର୍ଦ ବ୍ୟକ୍ତିଙ୍କ ନିକଟରେ ଏହି ସମସ୍ୟା ଅଧିକ ଦେଖାଯାଇ ଥାଏ l

କେଉଁସବୁ କାରଣରୁ ଶୀତ ଋତୁରେ ଉଚ୍ଚ ରକ୍ତଚାପ ସମସ୍ୟା ଅଧିକ ଦେଖିବାକୁ ମିଳେ ?

* ଶୀତ ଋତୁରେ ଶରୀର ର ଧମନୀ ଓ ଶିରା ପ୍ରଶିରା ସଂକୁଚିତ ହୋଇଯାଏ l ଯେଉଁ କାରଣରୁ ଶରୀର ର ଅନ୍ୟ ଭାଗରେ ରକ୍ତ ପହଂଚିବା ରେ ଅଧିକ ଶକ୍ତି ର ଉପଯୋଗ ହୋଇଥାଏ l ଏହାଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ହୋଇଥାଏ l

* ବର୍ଦ୍ଧିତ ଓଜନ ମଧ୍ୟ ଉଚ୍ଚ ରକ୍ତ ଚାପ ର କାରଣ l ବିଶେଷ ଭାବେ ଶୀତ ଋତୁରେ ଅଧିକ ଓଜନ ବୃଦ୍ଧି ହୋଇଥାଏ , ଯାହାକି ରକ୍ତଚାପ ର କାରଣ ହୋଇଥାଏ l

* ଶୀତ ଋତୁରେ ଅଧିକ ମଦ୍ୟ ପାନ ଓ ଅଧିକ ସିଗାରେଟ ସେବନ ମଧ୍ୟ ଉଚ୍ଚ ରକ୍ତଚାପ ର କାରଣ ଅଟେ l ତେଣୁ ଶୀତ ଋତୁରେ ଅଧିକ ମଦ୍ୟପାନ କରନ୍ତୁ ନାହିଁ l

ଶୀତ ଋତୁରେ ରକ୍ତଚାପ କୁ ଏହିଭଳି କରନ୍ତୁ ସନ୍ତୁଳନ :-
* ନିଜ ଡାଏଟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ l ଅଧିକ ଫଳ ଓ ପନିପରିବା ଖାଆନ୍ତୁ l

* କଫି କମ ସେବନ କରନ୍ତୁ l

* ଫାଷ୍ଟ ଫୁଡ , ପ୍ରୋସେସଡ଼ ଫୁଡ , ଟ୍ରାନ୍ସ ଫ୍ୟାଟ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ l

* ନିୟମିତ ବ୍ୟାୟାମ ଓ ଯୋଗାସନ କରନ୍ତୁ l

Nalco

Leave A Reply