Odisha news

କଳିଯୁଗ ର ଅତିବାହିତ ହୋଇ ସାରିଲାଣି ୫୧୨୪ ବର୍ଷ , ଏତିକି ଦିନ ପରେ ଭଗବାନ ବିଷ୍ଣୁ ନେବେ କଳ୍କୀ ଅବତାର

0

ସନାତନ ଧର୍ମ ରେ ୪ ଯୁଗ ର ବର୍ଣନା ହୋଇଛି l ଏଥିରେ ପ୍ରଥମେ ସତ୍ୟ ଯୁଗ , ତା ପରେ ଦ୍ୱାପର ଯୁଗ , ତାପରେ ତ୍ରେତେୟା ଯୁଗ ଓ ଶେଷ ରେ କଳିଯୁଗ l କଳିଯୁଗ କୁ ସମସ୍ତ ଯୁଗ ଠାରୁ ନିକୃଷ୍ଟ ଯୁଗ ବୋଲି କୁହା ଯାଇଛି l ଶାସ୍ତ୍ର ର ମାନ୍ୟତା ଅନୁସାରେ କଳିଯୁଗ ରେ ସତ୍ୟ ଓ ଧର୍ମ ର ଖୁବ ହାନି ହେବ l ଅନାଚାର ଓ ବ୍ୟଭି ଚାର ଶେଷ ସୀମା ରେ ପହଂଚି ଯିବ l ମାନ୍ୟତା ରହିଛି ଯେ ଏହି ଯୁଗରେ ମାନବତା ର ରକ୍ଷା ପାଇଁ ଭଗବାନ ବିଷ୍ଣୁ କଳ୍କୀ ଅବତାର ନେବେ l କିନ୍ତୁ ଏହି କଳିଯୁଗ ଆଉ କେତେ ବର୍ଷ ରହିଛି ଓ ଏହାର ଅନ୍ତ କେବେ ହେବ ଆପଣ ଜାଣିଛନ୍ତି କି ?

ଏତିକି ବର୍ଷ ପରେ ସମାପ୍ତ ହେବ କଳିଯୁଗ -:
ପୁରାଣ ଅନୁସାରେ ପୃଥିବୀ ପୃଷ୍ଠରେ କଳିଯୁଗ ର ଇତିହାସ ୪ ଲକ୍ଷ ୩୨ ହଜାର ବର୍ଷ ରହିବ l କଳିଯୁଗ ର ଆରମ୍ଭ ସେତେବେଳେ ହୋଇଥିଲା ଯେତେବେଳେ ମଙ୍ଗଳ , ବୁଧ, ଗୁରୁ , ଶୁକ୍ର , ଶନି ଗ୍ରହ ମେଷ ରାଶି ଉପରେ ଜିରୋ ଡିଗ୍ରୀ ରେ ଆସି ଯାଇଥିଲେ l ଆଧୁନିକ କାଳ ର ଗଣନା ଅନୁସାରେ ଏହି ସମୟ ଖ୍ରୀଷ୍ଟପୂର୍ବ ୩୧୦୨ ବେଳର ଥିଲା l କଳିଯୁଗ ଆରମ୍ଭ ହେବାର ୫୧୨୪ ବର୍ଷ ଅତିବାହିତ ହୋଇ ସାରିଛି l ଏମିତି ରେ ଯଦି ୪ ଲକ୍ଷ ୩୨ ହଜାର ବର୍ଷରୁ ୫୧୨୪ ବର୍ଷ ଅତିବାହିତ ହୋଇ ସାରିଛି ୪ ଲକ୍ଷ , ୨୬ ହଜାର ୮୭୬ ବର୍ଷ ରହି ଯାଇଛି l କଳିଯୁଗ ସମାପ୍ତ ହେବା ପାଇଁ ଅନେକ ସମୟ ରହିଛି ଏବଂ ଅନେକ କିଛି ଦେଖିବା ପାଇଁ ରହି ଯାଇଛି l

ଭଗବାନ ବିଷ୍ଣୁ ନେବେ କଳ୍କୀ ଅବତାର -:
ଯେତେବେଳେ ଦୁନିଆରେ ଅନ୍ୟାଚାର ଓ ବ୍ୟଭିଚାର ଚରମ ସୀମା ରେ ପହଂଚି ଯିବ ଓ ମାନବ ସମାଜ ତ୍ରାହି ତ୍ରାହି ଡାକିବ ସେତେବେଳେ ମାନବ ସମାଜ ର ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ଆଉ ଥରେ ପୃଥିବୀ ପୃଷ୍ଠ ରେ ଅବତାର ନେବେ l ଶାସ୍ତ୍ର ର ରଚନା ଅନୁସାରେ କଳିଯୁଗ ରେ ଭଗବାନ ବିଷ୍ଣୁ କଳ୍କୀ ଅବତାର ନେଇ ଧଳା ଘୋଡା ରେ ସବାର ହୋଇ ଅହଂକାରୀ ଓ ଦୁଷ୍ଟ ମାନଙ୍କ ର ସଂହାର କରିବେ l ଏହାପରେ ପୁନର୍ବାର ପୃଥିବୀ ପୃଷ୍ଠ ରେ ସତ୍ୟ ଯୁଗ ର ଆରମ୍ଭ ହେବ l ଭଗବାନ ବିଷ୍ଣୁ ଙ୍କ ର ଏହି ଅବତାର ରେ ଅନେକ ବର୍ଷ ରହିଛି l

ମହର୍ଷୀ ବେଦବ୍ୟାସ କରିଥିଲେ ଭବିଷ୍ୟ ବାଣୀ :-
ମହାକାବ୍ୟ ମହାଭାରତ ଲେଖିଥିବା ବେଦବ୍ୟାସ ହଜାର ହଜାର ବର୍ଷ ପୂର୍ବରୁ ପ୍ରଥମେ କଳିଯୁଗ ର ଭବିଷ୍ୟ ବାଣୀ କରିଥିଲେ l ବେଦବ୍ୟାସ ଙ୍କ ଭବିଷ୍ୟ ବାଣୀ ଅନୁସାରେ କଳିଯୁଗ ରେ ବ୍ରାହ୍ମଣ ମାନଙ୍କ ର କାର୍ଯ୍ୟ ରେ ପରିବର୍ତ୍ତନ ହେବ ଏବଂ ସୁଦ୍ର ବୈଶ୍ୟ ମାନେ ମଧ୍ୟ ନିଜ କର୍ମ ରୁ ନିବୃତ ହେବେ l ଶିଷ୍ୟ ମାନେ ନିଜ ଗୁରୁ ଙ୍କୁ ଅବଜ୍ଞା କରିବେ l ପାପ ର ବଢି ବଢି ଯିବ l

Nalco

Leave A Reply