ଚଣ୍ଡିଖୋଲ ଆରଟିଓ ପକ୍ଷରୁ ଜାତୀୟ ସଡକ ସୁରକ୍ଷା ସପ୍ତାହ ଆରମ୍ଭ : ନିଜ ସହ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଟ୍ରାଫିକ ନିୟମ ପାଳନ କରିବାକୁ ଆହ୍ୱାନ
ଚଣ୍ଡିଖୋଲ,୦୧/୦୧/୨୦୨୪ (ସବ୍ୟୁ) ସଡକରେ ଯାନ ବାହାନରେ ଯାତ୍ରା କରିବା ସମୟରେ ଟ୍ରାଫିକ ନିୟମ ପାଳନକରି ଗାଡି ଚାଳନାକଲେ ଦୁର୍ଘଟଣା କମିବ! ଯାହାଦ୍ୱାରା ଏକ ସଙ୍ଗେ ନିଜ ସହିତ ଅନ୍ୟର ଜୀବନ ସୁରକ୍ଷିତ ରହିପାରିବ ବୋଲି ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆୟୋଜିତ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆୟୋଜିତ ଉଦଘାଟନ ଉତ୍ସବରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି! ଜାନୁଆରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ଜାତୀୟ ସଡକ ସୁରକ୍ଷା ସପ୍ତାହ ପରିପେଖିରେ ଚଣ୍ଡିଖୋଲ ଆରଟିଓ ପକ୍ଷରୁ ସୋମବାର ଦିନ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା!ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନ ଉତ୍ସବରେ ଜାତୀୟ ରାଜପଥ ପ୍ରାଧିକରଣର ଢେଙ୍କାନାଳ ଓ ବାଲେଶ୍ଵର ପ୍ରକଳ୍ପ ନିର୍ଦ୍ଦେଶକ ଜୟପ୍ରକାଶ ବର୍ମା ମୁଖ୍ୟ ଅତିଥି ଓ ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସଡକ ସୁରକ୍ଷା ସମ୍ପର୍କରେ ଉପରୋକ୍ତ ମନ୍ତବ୍ୟ ଦେବାସହ ଟ୍ରାଫିକ ନିୟମ ପାଳନ ପାଇଁ ସମସ୍ତଙ୍କୁ ସଚେତନ କରିଥିଲେ!ଏଥିରେ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ଚଣ୍ଡିଖୋଲ ଟ୍ରକ ମାଲିକ ସଙ୍ଘ ସଭାପତି ପୁଷ୍ପରାଜ ନାୟକ,ସମ୍ପାଦକ କୀର୍ତ୍ତିରାଜ ସ୍ୱାଇଁ,ମହାବିନାୟକ ଲଘୁ ଖଣିଜ ପରିବହନ ସଙ୍ଘ ସଭାପତି ଅଜାମ୍ବର ସାହୁ,ରାଜ୍ୟ ଟ୍ରକ ମାଲିକ ମହାସଙ୍ଘ ଯୁଗ୍ମ ସମ୍ପାଦକ ବିଭୁତିଭୁଷଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଚେତନତା ବାର୍ତ୍ତା ଦେଇଥିଲେ! ପରେପରେ ଟ୍ରକ ଚାଳକ ମାନେ ସଡକ ସୁରକ୍ଷା ସଚେତନତା ପାଇଁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଚଣ୍ଡିଖୋଲ ଠାରୁ ଛତିଆ ପର୍ଯ୍ୟନ୍ତ ଯାଇ ଜନସାଧାରଣ ଓ ଗାଡି ଚାଳକ ମାନଙ୍କୁ ସଚେତନ କରାଇଥିଲେ! ଛତିଆ ସ୍ଥିତ ସରକାରୀ ଡ୍ରାଇଭିଂ ଟ୍ରେନିଂ ପ୍ରତିଷ୍ଠାନରେ ଶୋଭାଯାତ୍ରା କାରୀଙ୍କୁ ସ୍ୱାଗତ କରାଯାଇଥିଲା! ସଡକ ସୁରକ୍ଷା ସପ୍ତାହ ମଧ୍ୟରେ ଜିଲ୍ଲାବ୍ୟାପୀ ଗାଡି ତନଖି ଓ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଛତିଆ ,ଚଣ୍ଡିଖୋଲ,ଡୁବୁରୀ କୁଆଖିଆ ଠାରେ ଗାଡିଚାଳକ ମାନଙ୍କ ପାଇଁ ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବ ବୋଲି ଆଟିଓ ସୂଚନା ଦେଇଥିଲେ! ଏହି କାର୍ଯ୍ୟକ୍ରମକୁ ଚଣ୍ଡିଖୋଲ ଏମଭିଆଇ ବସନ୍ତକୁମାର ସେନାପତି,ଟିଆଇ ପ୍ରଦୀପକୁମାର ପଟ୍ଟନାୟକ, ସହକାରୀ ଏମଭିଆଇ କାଜଲ ପ୍ରଧାନ,ସହକାରୀ ଆରଟିଓ ପଦ୍ମଜା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ! ଏହାର ଉଦଯାପନ ଉତ୍ସବ ଆସନ୍ତା ୭ ତାରିଖରେ ଯାଜପୁର ଠାରେ ଅନୁଷ୍ଠିତ ହେବବଲି ସୂଚନା ଦିଆଯାଇଛି!