Odisha news

ଆଜି ନୂଆ ବର୍ଷ : ରାଶି ଅନୁସାରେ ମହାଦେବ ଙ୍କ ନିକଟରେ କରନ୍ତୁ ଏହିସବୁ ଉପାୟ , ବର୍ଷ ସାରା ରହିବ ସୁଖ ସମୃଦ୍ଧି

0

ନୂଆ ବର୍ଷ ୨୦୨୪ ର ଆରମ୍ଭ କୃଷ୍ଣ ପକ୍ଷର ପଞ୍ଚମୀ ତିଥି ସୋମବାର ଦିନ ଠାରୁ ଆରମ୍ଭ ହେବ l ବର୍ଷ ସାରା ସଫଳତା ଓ ସମୃଦ୍ଧି ର ସହିତ ସମସ୍ତେ ଅତିବାହିତ କରନ୍ତୁ ବୋଲି ଚାହିଁ ଥାଆନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନୂଆ ବର୍ଷର ପ୍ରଥମ ଦିନ ପ୍ରତ୍ୟେକ ବ୍ୟକ୍ତି ନିଜ ରାଶି ଅନୁସାରେ ପୁଣ୍ୟ କାର୍ଯ୍ୟ କରିବା ଅବଶ୍ୟକ l ଏହାଦ୍ୱାରା ଜୀବନ ର ସମସ୍ତ ସଙ୍କଟ ଦୂର ହେବ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି l ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ଉପାୟ କରିବେ l

* ମେଷ ରାଶି – ମେଷ ରାଶିର ବ୍ୟକ୍ତି ନୂଆ ବର୍ଷର ପ୍ରଥମ ଦିନରେ ସଙ୍କଟ ମୋଚନ ମହାବୀର ଙ୍କ ଦର୍ଶନ କରନ୍ତୁ l ଏବଂ ନାଲି ରଙ୍ଗର ବସ୍ତୁ କୌଣସି ଦରିଦ୍ର ବ୍ୟକ୍ତି କୁ ଦାନ କରନ୍ତୁ l

* ବୃଷ ରାଶି – ବୃଷ ରାଶିର ବ୍ୟକ୍ତି ନୂଆ ବର୍ଷର ଆରମ୍ଭ ମହାଦେବ ଙ୍କ ଦର୍ଶନ ରୁ ଆରମ୍ଭ କରନ୍ତୁ l ଶିବ ଲିଙ୍ଗ ରେ ଦୁଗ୍ଧ ଅର୍ପଣ କରନ୍ତୁ ଏବଂ ସଧବା ନାରୀ ମାନଙ୍କୁ ବସ୍ତ୍ର ଦାନ କରନ୍ତୁ l

* ମିଥୁନ ରାଶି – ବର୍ଷର ଆରମ୍ଭ ମିଥୁନ ରାଶିର ବ୍ୟକ୍ତି ଶ୍ରୀଗଣେଶଙ୍କୁ ଦର୍ଶନ କରନ୍ତୁ l ଏବଂ କିନ୍ନର ମାନଙ୍କୁ ସବୁଜ ଚୁଡି ଅର୍ପଣ କରନ୍ତୁ ଓ ଆଶୀର୍ବାଦ ନିଅନ୍ତୁ l

* କର୍କଟ – କର୍କଟ ରାଶିର ବ୍ୟକ୍ତି ବର୍ଷ ର ପ୍ରଥମ ଦିନରେ ଶିବ ଆରାଧନା କରନ୍ତୁ l ମହାଦେବ ଙ୍କ କେଶର ଯୁକ୍ତ ଦୁଗ୍ଧ ଓ କର୍ପୁର ଅର୍ପଣ କରନ୍ତୁ l

* ସିଂହ ରାଶି – ନୂଆ ବର୍ଷର ପ୍ରଥମ ଦିନ ରେ ସିଂହ ରାଶିର ବ୍ୟକ୍ତି ସୂର୍ଯ୍ୟ ଉପାସନା କରନ୍ତୁ ଓ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ l ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ଏବଂ ଗୁଡ଼ , ଗହମ ଇତ୍ୟାଦି ଦାନ କରନ୍ତୁ l

* କନ୍ୟା ରାଶି – ବର୍ଷର ପ୍ରଥମ ଦିନରେ କନ୍ୟା ରାଶିର ବ୍ୟକ୍ତି ଶ୍ରୀ ଗଣେଶ ଙ୍କୁ ଆରାଧନା କରି ଦୁବ ଘାସ ଅର୍ପଣ କରନ୍ତୁ ଏହାଦ୍ୱାରା ବର୍ଷ ସାରା ସମସ୍ତ ବିଘ୍ନ ଦୂର ହେବ l

* ତୁଳା ରାଶି – ତୁଳା ରାଶିର ବ୍ୟକ୍ତି ବର୍ଷର ପ୍ରଥମ ଦିନରେ ମା ଲକ୍ଷ୍ମୀ ଙ୍କୁ ଆରାଧନା କରନ୍ତୁ l ଏବଂ ଦହି , ଦୁଗ୍ଧ , ଚିନି ଓ ଚାଉଳ ଦାନ କରନ୍ତୁ l

* ବିଛା ରାଶି – ବିଛା ରାଶିର ବ୍ୟକ୍ତି ନୂଆ ବର୍ଷର ପ୍ରଥମ ଦିନରେ ପ୍ରଭୁ ହନୁମାନ ଙ୍କୁ ଦର୍ଶନ କରି ନାଲି ପୁଷ୍ପ ଅର୍ପଣ କରନ୍ତୁ l ଏହାଛଡା ମନ୍ଦିର ରେ ନାଲି ପତାକା ଅର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ବର୍ଷ ସାରା ସୁଖ ସମୃଦ୍ଧି ପ୍ରାପ୍ତ ହେବ l

* ଧନୁ ରାଶି – ଧନୁ ରାଶିର ବ୍ୟକ୍ତି ବର୍ଷର ପ୍ରଥମ ଦିନରେ ଗୁରୁ ଦର୍ଶନ କରନ୍ତୁ l ଏହାଛଡା ଗୀତା, ରାମାୟଣ ପାଠ ଏବଂ ଦାନ କରନ୍ତୁ l

* ମକର ରାଶି – ମକର ରାଶିର ବ୍ୟକ୍ତି ବର୍ଷ ଆରମ୍ଭ ରେ ଶନି ଦେବ ଙ୍କୁ ଦର୍ଶନ କରନ୍ତୁ l ଏବଂ ଶନି ଦେବ ଙ୍କୁ ତେଲ ଅର୍ପଣ କରନ୍ତୁ l ବର୍ଷର ସମସ୍ତ ବାଧା ବିଘ୍ନ ଦୂର ହେବ l

* କୁମ୍ଭ ରାଶି – କୁମ୍ଭ ରାଶିର ବ୍ୟକ୍ତି ବର୍ଷ ଆରମ୍ଭ ରେ ଶନି ଦେବ ଙ୍କୁ ଦର୍ଶନ କରିବା ସହ ମହାବୀର ହନୁମାନ୍ ଙ୍କୁ ମଧ୍ୟ ଦର୍ଶନ କରନ୍ତୁ l ଏହାଛଡା କଳା ରାଶି ଏବଂ ଗୁଡ଼ ଦାନ କରନ୍ତୁ l

* ମିୀନ ରାଶି – ବର୍ଷର ପ୍ରଥମ ଦିନ ରେ ମୀନ ରାଶିର ବ୍ୟକ୍ତି ବିଷ୍ଣୁ ଭଗବାନ ଙ୍କ ଦର୍ଶନ କରନ୍ତୁ l ହଳଦିଆ ଜିନିଷ ଦାନ କରନ୍ତୁ l କେଶର ତିଳକ ମସ୍ତକ ରେ ଧାରଣ କରନ୍ତୁ l

Leave A Reply