Odisha news

ଶରୀରରେ ଏହି ୫ଟି ଭିଟାମିନ କମି କାରଣରୁ ସେକ୍ସୁଆଲ ଲାଇଫ ପ୍ରଭାବିତ ହୋଇଥାଏ : ରିସର୍ଚ୍ଚ

0

ଆମର ଖାଦ୍ୟ ପେୟ ଦ୍ୱାରା କେବଳ ଆମ ଶରୀର ପ୍ରଭାବିତ ହୋଇ ରୋଗ ଗ୍ରସ୍ତ ଆମେ ହୋଇ ନଥାଉ, ଏହା ମଣିଷ ର ସେକ୍ସୁଆଲ ଲାଇଫ ମଧ୍ୟ ପ୍ରଭାବିତ ହୋଇଥାଏ l ସେକ୍ସ ଗୋଟିଏ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ କୁ ଅଧିକ ମଜବୁତ କରିଥାଏ l ଏହାଛଡା ମାନସିକ ଦୁଶ୍ଚିନ୍ତା ଦୂର କରିଥାଏ l କିନ୍ତୁ ଅନେକ ସମୟରେ କିଛି ଲୋକ ଙ୍କର ସେକ୍ସ କରିବାକୁ ମଧ୍ୟ ଇଛା ହୋଇନଥାଏ l ଗୋଟିଏ ଗବେଷଣା ଅନୁସାରେ ଏହାର ବିଶେଷ କାରଣ କୁହାଯାଇଛି ଗୋଟିଏ ନିର୍ଦ୍ଧିଷ୍ଟ ଭିଟାମିନ ର କମି ଶରୀରରେ ରହିବା ଦ୍ୱାରା ସେକ୍ସୁଆଲ ଲାଇଫ ପ୍ରଭାବିତ ହୋଇଥାଏ l ଆସନ୍ତୁ ଆଜି ଜାଣିବା ସେହି ନିର୍ଦ୍ଧିଷ୍ଟ ଭିଟାମିନ ବିଷୟରେ l

* ଶରୀରରେ ଭିଟାମିନ ବି 12 ସ୍ପର୍ମ କାଉଣ୍ଟ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ଶରୀରରେ କିଛି ଭିଟାମିନ ଏଭଳି ରହିଥାଏ ଯାହା ପ୍ରଭାବିତ ହେବା ଦ୍ୱାରା ବ୍ୟକ୍ତିର ସେକ୍ସୁଆଲ ରିଲେସନ ପ୍ରଭାବିତ ହୋଇଥାଏ l ସେଥି ମଧ୍ୟରୁ ଗୋଟିଏ ହେଉଛି ଭିଟାମିନ ବି 12 l

* ଭିଟାମିନ ବି3 ଗୋଟିଏ କମ୍ପ୍ଲେକ୍ସ ଭିଟାମିନ ଅଟେ l ଯାହାକି ଡାଇଜେସନ ଓ ଶକ୍ତି ସହିତ ସେକ୍ସ ଲାଇଫ ପାଇଁ ମଧ୍ୟ ଆବଶ୍ୟକ l ଏହା ସେକ୍ସୁଆଲ ଅର୍ଗାନ ସହିତ ବ୍ଲଡ଼ ଫ୍ଲ ମଧ୍ୟ ବୃଦ୍ଧି କରିଥାଏ l ଏହା ଏଡ୍ରନାଲ ଗ୍ଲାଣ୍ଡ ରେ ସେକ୍ସୁଆଲ ରିଲେସନ ପାଇଁ ଜରୁରୀ ହର୍ମୋନ ପ୍ରଡକ୍ଟ କରିବାରେ ଜରୁରୀ ଭୂମିକା ଗ୍ରହଣ କରିଥାଏ l ବିଶେଷ ଭାବରେ ପୁରୁଷ ମାନଙ୍କ ପାଇଁ ଏହି ଭିଟାମିନ ଖୁବ ଜରୁରୀ l

* ଆମେ ସାଧାରଣ ଭାବରେ ଭାବିଥାଉ ଯେ ଭିଟାମିନ ସି ଇମ୍ୟୁନିଟି ବୁଷ୍ଟ କରିଥାଏ l କିନ୍ତୁ ସେକ୍ସୁଆଲ ଲାଇଫ କୁ ଠିକ ରଖିବାରେ ଏହାର ବିଶେଷ ଭୂମିକା ରହିଛି l ଯୌନ ଇଚ୍ଛା ବୃଦ୍ଧି କରିବାରେ ମଧ୍ୟ ଏହି ଭିଟାମିନ ର ମୁଖ୍ୟ ଭୂମିକା ରହିଛି l ଭିଟାମିନ ସି ସ୍ପର୍ମ କାଉଣ୍ଟ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

* ଶରୀରର ହାଡ଼ କୁ ମଜବୁତ କରିବା ସହିତ ସେକ୍ସ ଲାଇଫ କୁ ସୁଧାରି ଥାଏ ଭିଟାମିନ ଡି l ଭିଟାମିନ ଡି ଗୋଟିଏ ଭିଟାମିନ ହେବା ସହିତ ଗୋଟିଏ ହର୍ମୋନ ମଧ୍ୟ ଅଟେ l ବିଶେଷ ଭାବରେ ପୁରୁଷ ମାନଙ୍କ ମଧ୍ୟରେ ସେକ୍ସ ହର୍ମୋନ କୁ ବୃଦ୍ଧି କରିଥାଏ ଭିଟାମିନ ଡି l

* ଭିଟାମିନ କେ ସେକ୍ସୁଆଲ ଲାଇଫ କୁ ଫଙ୍କସନ କରିବା ସହିତ ସୁଧାରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ଏହା ମଣିଷ ର ସେକ୍ସୁଆଲ ଡ଼ିଜାୟର ପାଇଁ ମୁଖ୍ୟ ଅଟେ l

Leave A Reply