ପିପିଲି – ସବ୍ୟୁ- ଭୁବନେଶ୍ଵର ସ୍ଥିତ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଥିବା ପ୍ରାଚୀ ସଙ୍ଗୀତ ବିଦ୍ୟାଳୟ ର ବାର୍ଷିକୀ ଉତ୍ସବରେ ପିପିଲି ର ଯୁବା କଣ୍ଠଶିଳ୍ପୀ ସୁଶ୍ରୀ ଜୟଶ୍ରୀ ମହାପାତ୍ର ଙ୍କୁ “ପ୍ରାଚୀ କଳା ସମ୍ମାନ” ରେ ସମ୍ମାନିତ କରାଯାଇଛି. ବିଦ୍ୟାଳୟ ର ନିର୍ଦ୍ଦେଶକ ଗୁରୁ ସଚିକାନ୍ତ ନାୟକ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ରାଜ୍ଯ ଖଦି ଓ ଗ୍ରାମଉଦ୍ୟଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ, ମୁଖ୍ୟ ବକ୍ତା ଭାବେ ମର୍ଦଳ ବାଦକ ଗୁରୁ ଧନେଶ୍ଵର ସ୍ଵାଇଁ, ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ, ପିପିଲି ଏନ୍ ଏ ସି ଅଧ୍ୟକ୍ଷ ସେକ୍ ବାବୁ ଏବଂ ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା ଯୋଗଦେଇ ଓଡିଶା ସଂସ୍କୃତି ରେ ପାରମ୍ପରିକ ଓଡିଶୀ ନୃତ୍ୟ, ଓଡିଶୀ ସଙ୍ଗୀତ ଏବଂ ଓଡିଶାର ପାରମ୍ପରିକ ନାଚ ଗୀତ ପରି କଳା କୁ ବଜାୟ ରଖିବା ରେ ସମସ୍ତଙ୍କ ଆଗ୍ରହ ଓ ଚେଷ୍ଟା ରହିବା ନିହାତି ଆବଶ୍ୟକ ବୋଲି ସେମାନଙ୍କ ବକ୍ତବ୍ଯ ରେ ପ୍ରକାଶ କରିଥିଲେ. ଏହି ଅବସରରେ ଜୟଶ୍ରୀ ଙ୍କ ସହ ପିପିଲି ର ଶିକ୍ଷାବିତ୍ ବୃନ୍ଦାବନ ଜେନା ଏବଂ ଓଡିଶୀ ନୃତ୍ୟ ଗୁରୁ ସମ୍ପଦ୍ ମହାପାତ୍ର ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା l