ଦୀର୍ଘ ବର୍ଷ ର ପ୍ରତୀକ୍ଷାର ଅନ୍ତ ଘଟିବ …
ମିଳିବ ରାମ ଲାଲା ଙ୍କ ଦର୍ଶନ …
ଆସିବ ଦେଶ ବିଦେଶ ରୁ ଉପହାର ସାମଗ୍ରୀ ପ୍ରଭୁ ଶ୍ରୀରାମ ଙ୍କ ପାଇଁ. ..
କେତେ ପ୍ରକାର ସୁସ୍ୱାଦୁ ମିଷ୍ଠାନ, ରଙ୍ଗ ବେରଙ୍ଗ ପୋଷାକ, ନାନାଦି ଅଳଙ୍କାର ମିଳିବ ଉପହାର ….
ନୂଆବର୍ଷ ର ଜାନୁଆରୀ ମାସରେ ଲୋକାରଣ୍ୟ ହୋଇ ଉଠିବ ପ୍ରଭୁ ଶ୍ରୀରାମ ଙ୍କ ଅଯୋଧ୍ୟା ନଗରୀ l
ଅଯୋଧ୍ୟା ରେ ଯୁଦ୍ଧ କାଳୀନ ଭିତିରେ ଆଗେଇ ଚାଲିଛି ଭବ୍ୟ ରାମ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି କାର୍ଯ୍ୟ l ୨୦୨୪ ର ଜାନୁଆରୀ ମାସ ର ୨୨ ତାରିଖ ବିଶ୍ୱର ପ୍ରତ୍ୟେକ ସନାତନ ଧର୍ମାବଲମ୍ବୀ ଙ୍କ ପାଇଁ ଗୋଟିଏ ଗର୍ବର ମୁହୂର୍ତ୍ତ ହେବ l
ଏହି ଅବସରରେ ଦୁନିଆର କୋଣ ଅନୁକୋଣ ରୁ ବିଭିନ୍ନ ଉପହାର ପ୍ରଭୁ ଶ୍ରୀରାମ ଙ୍କ ପାଇଁ ଅଯୋଧ୍ୟା ନଗରୀ ରେ ପହଂଚିବାକୁ ଲାଗିଛି l ଏହାଛଡା ଭାରତର ବିଭିନ୍ନ ରାଜ୍ୟ ରୁ ମଧ୍ୟ ବିଭିନ୍ନ ଉପହାର ପହଁଚୁଛି
ଆସନ୍ତୁ ଜାଣିବା କେଉଁଠୁ ଆସୁଛି କେଉଁ ଉପହାର. ..
* ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ଜାନୁଆରୀ ୨୨ ତାରିଖ ରେ l ଏହି ଅବସରରେ ଶ୍ରୀରାମ ଙ୍କ ମାମୁଁଘର ଗାଁ ଛତିଶଗଡ଼ ରୁ ଆସିବ ୩ ହଜାର କୁଇଣ୍ଟାଲ ର ଅରୁଆ ଚାଉଳ l ଏହାକୁ ଛତିଶଗଡ଼ ର ବିଭିନ୍ନ ଜିଲ୍ଲାରୁ ଏକତ୍ରିତ କରାଯାଇଛି l
* ପ୍ରଭୁ ଶ୍ରୀରାମ ଙ୍କ ଶ୍ୱଶୁର ଘର ନେପାଳ ର ଜନକପୁରି ରୁ ଜାନୁଆରୀ ୫ତାରିଖ ରେ ଆସି ଅଯୋଧ୍ୟା ରେ ପହଂଚିବ ବସ୍ତ୍ର , ଫଳ ଓ ବିଭିନ୍ନ ପ୍ରକାର ମିଷ୍ଟାନ୍ନ l ଏହାଛଡା ୧୧୦୦ ଥାଳି ରେ ଉପହାର ସ୍ୱରୂପ ୫୧ ପ୍ରକାର ମିଠା ଜିନିଷ , ଦହି , ଲହୁଣୀ ଓ ଚାନ୍ଦିର ବାସନ ସୁସଜିତ ହୋଇ ପହଂଚିବ l
* ଉତ୍ତରପ୍ରଦେଶ ର ଏଟା ଜିଲ୍ଲାରୁ ଶ୍ରରାମ ଙ୍କ ଦରବାର ରେ ଲାଗିବା ପାଇଁ ୨୧୦୦ କିଲୋ ର ଘଣ୍ଟ ଆସିବ , ଏହି ଘଣ୍ଟ ଟି ଦେଶର ସବୁଠୁ ବଡ଼ ଘଣ୍ଟ l ଯାହାର ମୂଲ୍ୟ ୨୫ ଲକ୍ଷ ଟଙ୍କା ଓ ଏହାକୁ ତିଆରି କରିବା ପାଇଁ ୪୦୦ କାରିଗର ଦିନରାତି ପରିଶ୍ରମ କରିଛନ୍ତି l
* ପ୍ରାଣପ୍ରତିଷ୍ଠା ପାଇଁ ଗୁଜୁରାଟ ର ବଡ଼ୋଦରା ରୁ ଆସିବ ୧୦୮ ଫୁଟ ଲମ୍ବ ର ଅଗରବତୀ l ଏହାକୁ ପଞ୍ଚଗବ୍ୟ ଓ ହବନସାମଗ୍ରୀ ସହିତ ଗାଈ ଗୋବର ରେ ପ୍ରସ୍ତୁତ ହୋଇଛି l ଏହାର ଓଜନ ୩୫୦୦ କିଲୋ l ଏହାର ମୂଲ୍ୟ ୫ ଲକ୍ଷ ଟଙ୍କା ଓ ଏହାକୁ ପ୍ରସ୍ତୁତ କରିବା ପାଇଁ ୬ ମାସ ସମୟ ଲାଗିଥିଲା l ଏହି ଅଗରବତୀ କୁ ବଡ଼ୋଦରା ରୁ ଅଯୋଧ୍ୟା କୁ ଗୋଟିଏ ବିଶେଷ ରଥ ଯୋଗେ ପଠାଯିବ l ଏବଂ ଏହି ଅଗରବତୀ ଟି ଦୀର୍ଘ ୪୫ ଦିନ ଧରି ଜଳିବ l
* ପ୍ରାଣପ୍ରତିଷ୍ଠା ପରେ ପ୍ରଭୁ ଶ୍ରୀରାମ ଙ୍କ ଚରଣ ଯୁଗଳ ମଧ୍ୟ ଅଯୋଧ୍ୟା ରେ ପ୍ରତିଷ୍ଠା ହେବ l ବର୍ତମାନ ଏହି ଚରଣ ଯୁଗଳ ଭାରତ ଭ୍ରମଣ କରାଯାଉଛି l ଜାନୁଆରୀ ୧୯ ତାରିଖ ରେ ଅଯୋଧ୍ୟା ରେ ପହଂଚିବ l ଏହାକୁ ହାଇଦ୍ରାବାଦ ର ଶ୍ରୀଚଳା ଶ୍ରୀନିବାସ ଶାସ୍ତ୍ରୀ ପ୍ରସ୍ତୁତ କରିଛନ୍ତି l ଏହି ପାଦୁକା କୁ ମସ୍ତକ ରେ ଧାରଣ କରି ୪୧ ଦିନ ପର୍ଯ୍ୟନ୍ତ ଅଯୋଧ୍ୟା ପରିକ୍ରମା କରିଥିଲେ l ଏହାପରେ ଏହି ଚରଣ ଯୁଗଳ କୁ ରମେଶ୍ୱରମ ରୁ ବଦ୍ରୀନାଥ ପର୍ଯ୍ୟନ୍ତ ସମସ୍ତ ପ୍ରସିଦ୍ଧ ମନ୍ଦିରକୁ ନେଇ ପୂଜାର୍ଚନା କରାଯାଉଛି l ଏବଂ ଜାନୁଆରୀ ୨୨ ତାରିଖ ରେ ଏହା ସ୍ଥାପନା ହେବ ଅଯୋଧ୍ୟା ରେ l