Odisha news

କେବଳ ଜଣେ ବ୍ୟକ୍ତି କିମ୍ବା ପଦ ନୁହେଁ, ବରଂ ଭାରତୀୟ ସମ୍ବିଧାନକୁ ଅପମାନ କରାଯାଇଛି : ବିଜେପି

ଉପରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନକୁ ନିନ୍ଦା କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ

0

ଭୁବନେଶ୍ୱର, ତା.୨୧/୧୨: ଦେଶର ମହାମହିମ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଜଗଦୀପ ଧନଖଡଜୀଙ୍କୁ ଘମଣ୍ଡିଆ ନେତାମାନେ ଯେଉଁ ଭଳି ଉପହାସ କରିଛନ୍ତି, ତାହା କେବଳ ଜଣେ ବ୍ୟକ୍ତି କିମ୍ବା ପଦ ନୁହେଁ, ବରଂ ଭାରତୀୟ ସମ୍ବିଧାନକୁ ଅପମାନ । ଏଭଳି ମର୍ଯ୍ୟାଦାହୀନ ବ୍ୟବହାର କାରଣରୁ ସଂସଦର ଗରିମା କ୍ଷୁର୍ଣ୍ଣ ହୋଇଛି । ତୃଣମୂଳ କଂଗ୍ରେସ ସାଂସଦ କଳ୍ୟାଣ ବାନାର୍ଜୀଙ୍କ ଦ୍ୱାରା ସଂସଦ ଭବନ ପରିସର ଭିତରେ ଶ୍ରୀ ଧନକଡଜୀଙ୍କୁ ନକଲ ଓ ଅନୁକରଣ କରି ଘମଣ୍ଡିଆ ମେଂଟର ସାଂସଦମାନଙ୍କ ଦ୍ୱାରା ସାର୍ବଜନୀନ ପରିହାସ କରିବା ଅତ୍ୟନ୍ତ ଲଜ୍ଜାଜନକ । ଏଥି ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହାର ଏକ ଭିଡିଓ ପ୍ରସ୍ତୁତ କରି ତାଙ୍କ ଉପରେ ହସିବା କଂଗ୍ରେସର ରୁଗ୍‌ଣ ମାନସିକତାକୁ ପ୍ରକାଶ କରୁଛି । ସଂସଦ ପରିସରରେ ଜଣେ ଗରିବ ମା’ର ପୁଅର ଅପମାନକୁ ଭାରତ ବରଦାସ୍ତ କରିବ ନାହିଁ । ଉପରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନକୁ ନିନ୍ଦା କରି ଆଜି ରାଉରକେଲା, ରାୟଗଡା ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା ।
ସଂସଦରେ ବିରୋଧୀଙ୍କ ବ୍ୟବହାରରୁ ଏହା ସ୍ପଷ୍ଟ ଦେଖାଯାଉଛି ଯେ, ତାଙ୍କୁ କାହିଁକି ବହିଷ୍କାର କରାଯାଇଥିଲା । ଆଜି ଅହଂକାରୀ ସାଂସଦମାନେ ତାଙ୍କ ବହିଷ୍କାରକୁ ଯଥାର୍ଥ ଦର୍ଶାଇଛନ୍ତି । ରାହୁଲ ଗାନ୍ଧୀ ସଂସଦରେ ଜାତି ଉପରେ ଲମ୍ବା ଲମ୍ବା ଭାଷଣ ଦେଇ ଜାତିଆଣ ରାଜନୀତି କରୁଛନ୍ତି । ଓବିସି ବର୍ଗଙ୍କୁ ରାହୁଳ ଗାନ୍ଧୀ ସର୍ବ ସମ୍ମୁଖରେ ଗାଳି କରି ମଧ୍ୟ କ୍ଷମା ମାଗି ନାହାନ୍ତି ।
ବିପକ୍ଷ ନେତାଙ୍କ ଦ୍ୱାରା ସମ୍ବିଧାନିକ ପଦର ଅପମାନ ବାରମ୍ବାର କରାଯାଉଛି । ଯେତେବେଳେ ଜଣେ ଆଦିବାସୀ ପରିବାରର ମହିଳା ରାଷ୍ଟ୍ରପତି ହୋଇଥିଲେ ସେତେବେଳେ କଂଗ୍ରେସ ଓ ଘମଣ୍ଡିଆ ଗଠବନ୍ଧନର ନେତାମାନେ ତାଙ୍କର ଅପମାନ କରିଥିଲେ । ଏହା କଂଗ୍ରେସର ଅହଂକାର ଓ ସାମନ୍ତବାଦୀ ମାନସିକତାର ପ୍ରମାଣ ଦେଉଛି । ଏହି ବ୍ୟବହାର ପାଇଁ ସଦ୍ୟ ସମାପ୍ତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ଦଳ ଲୋକଙ୍କ ଦ୍ୱାରା ପ୍ରତ୍ୟାଖାତ ହୋଇଛି । ବିରୋଧୀ ଦଳ ନେତା ମାନେ ଧ୍ୟାନ ଦେବା ଉଚିତ ଯେ, ସେମାନଙ୍କ ବ୍ୟବହାର ଦେଶର ବୈଷୟିକ ଛବି ଉପରେ କେଉଁ ପ୍ରଭାବ ପକାଉଛି । କିନ୍ତୁ ଦୁଃଖ ପରିତାପର ବିଷୟ ଯେ ରାଷ୍ଟ୍ରର ଗରିମା ନଷ୍ଟ କରିବାରେ ଲାଗି ପଡିଛନ୍ତି ବିରୋଧୀ ଦଳ । ସାମ୍ବିଧାନିକ ପଦରେ ବିରାଜମାନ ବ୍ୟକ୍ତିକୁ ଅପମାନ କରିବା ବିରୋଧୀଙ୍କ ହତାଶ ଭାବକୁ ଦର୍ଶାଉଛି । ଏହା କୌଣସି ଜଣେ ବ୍ୟକ୍ତିତ୍ୱ କିମ୍ବା କୌଣସି ଦଳକୁ ନୁହେଁ ବରଂ ଦେଶକୁ ଅପମାନ କରୁଛନ୍ତି ବିରୋଧୀ ଦଳ ।

Nalco

Leave A Reply