Odisha news

ଖରିଫ ଧାନ କ୍ରୟ ନିମନ୍ତେ ପ୍ରଚାର ରଥର ଉଦଘାଟନ। 

0
 ଆଠଗଡ ୨୧/୧୨/୨୩  ଗୁରୁବାର ଆଠଗଡ଼ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଧାନ କ୍ରୟ ନିମନ୍ତେ ପ୍ରଚାର ରଥକୁ  ଆଠଗଡ଼ ଡେପୁଟି କଲେକ୍ଟର ସୌଦାମିନୀ ସାହୁ ପତାକା ଦେଖାଇ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଏଆରସିଏସ ବିଜେନ୍ଦ୍ର କୁମାର ମହାନ୍ତି , ସହକାରୀ ଜିଲ୍ଲାପାଳ ମାନସ ରଞନ ବେହେରା , ନରସିଂହପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ରାମନାରାୟଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ଚାଷୀମାନେ ବଳକା ଧାନ ଆସନ୍ତା ୨୭ ତାରିଖରୁ ମଣ୍ତିରେ ବିକ୍ରୟ କରିବେ। ଆଠଗଡ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ସେବା ସମବାୟ ସମିତି ଜରିଆରେ ଚାଷୀମାନେ ବଳକା  ଧାନ ବିକ୍ରୟ କରିବେ। ଏଫ ଏକ୍ୟୁ ମାନର ଧାନ କୁଇଣ୍ଟାଲ ପିଛା ୨୧୮୩ ଟଙ୍କା ଓ ଗ୍ରେଡ ଏ ମାନର ଧାନ କୁଇଣ୍ଟାଲ ପିଛା ୨୨୦୩ ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରଚାର ରଥ ଆଠଗଡ ଉପଖଣ୍ଡରେ ପ୍ରଚାର କରି ଚାଷୀମାନଙ୍କୁ ସଚେତନ କରାଇବା ସହ ବଳକା ଧାନ ମଣ୍ତିରେ ବିକ୍ରୟ କରି ସରକାରୀ ସୁବିଧା ସୁଯୋଗରେ ଉପକୃତ ହେବା ପାଇଁ ସଂପାଦକ ରାମନାରାୟଣ ମଲ୍ଲିକ ସୂଚନା ଦେଇଛନ୍ତି।
Nalco

Leave A Reply