Odisha news

5ଟି ଓ ନବୀନ ଓଡିଶା ଅଧକ୍ଷ ଭି କେ ପାଣ୍ଡିଆନଙ୍କ ଗଞ୍ଜାମ ଜିଲ୍ଲା : ଏମ କେ ସି ଜି ମେଡିକାଲ ସମେତ ଜିଲ୍ଲାର ବିଭିନ୍ନ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ 

0
ବ୍ରହ୍ମପୁର : 5ଟି ଓ ନବୀନ ଓଡିଶା ଅଧକ୍ଷ ଭି କେ ପାଣ୍ଡିଆନ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ଥ ଶେଷ କରି ଭୁବନେଶ୍ୱର ଫେରିଛନ୍ତି। ଆଜି ଭୋର ସକାଳୁ  ବ୍ରହ୍ମପୁର ଏମ କେ ସି ଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ଗସ୍ଥ କରି ବିଭିନ୍ନ   ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସହ  ଛାତ୍ରଛାତ୍ରୀ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ 28 ହଜାରରୁ 40 ହଜାର ଟଙ୍କାକୁ ବୃଦ୍ଧି ହୋଇଛି।କ୍ୟାମ୍ପସରେ କ୍ରିକେଟ, ଭଲିବଲ, ଫୁଟବଲ, ବାସ୍କେଟ ଵାଲ, ବେତ ମିଣ୍ଟନ କ୍ରୀଡା ପ୍ରତି ଗୁରୁତ୍ୱ ଦିଆଯାଇ ପଦକ୍ଷେପ ଗ୍ରହଣ କରାଯିବ. ଜାତୀୟ ସ୍ଥରୀୟ କ୍ରୀଡା ଏଠାରେ ଆୟୋଜନ କରାଯିବ।.600 ଶଯ୍ୟା ବିଶିଷ୍ଟ ଇନଡୋର ବ୍ୟବସ୍ଥା କରାଯିବ. ଉନ୍ନତି ଧାରଣର ହଷ୍ଟେଲ ହେବ. ଶାନ୍ତି ଶୃଙ୍ଖଳା ରକ୍ଷା କରବ ବୋଲି 5 ଟି ଅଧକ୍ଷ ଭି କେ ପାଣ୍ଡିଆନ କହିଛନ୍ତି. ଏହାସହ ମେଡିକାଲର ଉନ୍ନତି ପାଇଁ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି. 5ଟି ଅଧକ୍ଷଙ୍କ ସହ ସାକ୍ଷତ ଓ ଆଲୋଚନା କରିଥିବାରୁ ବହୁତ ଖୁସି ଲାଗିଥିବା କହିଛନ୍ତି ଛାତ୍ରଛାତ୍ରୀ ଓ ମେଡିକାଲ କତୃପକ୍ଷ.
ପରେ କୁକୁଡାଖଣ୍ଡି ବ୍ଲକ କୁସୁମୀ ରିଙ୍ଗ ରୋଡ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ.
225 କୋଟି ଟଙ୍କା ଅଟକଳରେ ଚାଲିଛି ରିଙ୍ଗ ରୋଡ. ରିଙ୍ଗ ରୋଡ ହେଲେ ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟା ଦୂର ହେବ.
ଅଞ୍ଚଳର ମଧ୍ୟ ଉନ୍ନତି ହେବ. ବହୁ ବଡ଼ ବଡ଼ କମ୍ପାନୀ ଆସିବେ. ନିଯୁକ୍ତି ସୃଷ୍ଟି ହେବ.
3 ରୁ 4 ଟି ବଡ଼ କମ୍ପାନୀ ଆସିବେ. 60 ରୁ 70 ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ହେବ. ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି 5 ଟି ଓ ନବୀନ ଓଡିଶା ଅଧକ୍ଷ ଭି କେ ପାଣ୍ଡିଆନ. ଏସବୁ ଉନ୍ନତିକରଣ କରିବାକୁ ଜନ ସାଧାରଣ ସହଯୋଗ କରିବାକୁ ଅନୁରୋଧ କରିଲେ 5 ଟି ଅଧକ୍ଷ ଭି କେ ପାଣ୍ଡିଆନ. ପରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଧବଳେଶ୍ୱର ମନ୍ଦିର, ଛତ୍ରପୁର ନିର୍ବାଚନ ମଣ୍ଡଳୀର ସୁନ୍ଦରେଶ୍ୱର, ରାମଚଣ୍ଡୀ, ବଟେଶ୍ୱର, ଖଲିକୋଟ ନିର୍ବାଚନ ମଣ୍ଡଳୀର ତୁମ୍ବେଶ୍ଵର, ପୋଲସରା ନିର୍ବାଚନ ମଣ୍ଡଳୀର ମରଦା ଜଗନ୍ନାଥ ମନ୍ଦିର, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଆଠଗଡ଼ପଟଣା ଜଗନ୍ନାଥ ମନ୍ଦିର, ଆସିକା ନିର୍ବାଚନ ମଣ୍ଡଳୀର ମାଆ ଖମ୍ବେଶ୍ଵରୀ ମନ୍ଦିର ଏବଂ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର କୁଲାଢ଼ ଜଗନ୍ନାଥ ମନ୍ଦିର ଓ ବ୍ୟାଘ୍ରଦେବୀ ପ୍ରମୁଖ ଅଞ୍ଚଳ ଗସ୍ଥ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ. ଆବଶ୍ୟକସ୍ଥଳେ ଆହୁରି ଅନୁଦାନ ପ୍ରଦାନ କରାଯିବ କହିଛନ୍ତି 5 ଟି ଅଧକ୍ଷ. ପୂଜକମାନଙ୍କ ଭତ୍ତା ପ୍ରଦାନ ଦାବୀ ଅଭିଯୋଗ ଉପରେ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ କହିଲେ. ସେପଟେ ମନ୍ଦିରର ଉନ୍ନତିକରଣ  ପାଇଁ ପଦକ୍ଷେପ ଗ୍ରହଣ କରିଥିବାରୁ 5ଟି ଓ ନବୀନ ଓଡିଶା ଅଧକ୍ଷ ଭି. କେ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି.
15 ବର୍ଷ ପୂର୍ବେ ମାଟି ରାସ୍ତାରେ ଆଠଗଡ଼ ପାଟଣା ଆସିଥିଲି. ଏବେ ରାସ୍ତା ଭଲ ଅଛି. ଆଠଗଡ଼ପଟଣା ଜଗନ୍ନାଥ ମନ୍ଦିର ସହ ବିଭିନ୍ନ ମନ୍ଦିରର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି. ଜାନୁୟାରୀ 17 ତାରିଖରେ ପୁରୀ ଶ୍ରୀ ମନ୍ଦିର ପରୀକର୍ମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ. ସବୁ ପଞ୍ଚାୟତ ହାଇସ୍କୁଲ ରୂପାନ୍ତରିତ ହୋଇଛି. ଏବେ ଯୁକ୍ତ ଦୁଇ, ଯୁକ୍ତ ତିନି ଶିକ୍ଷାନୁଷ୍ଟନ ରୂପାନ୍ତିରକରଣ ହେବ. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା  ଯିଏ ପାଇନଥିବେ ଦ୍ଵିତୀୟ ପର୍ଯ୍ୟରେ ପାଇବେ. ଜାନୁୟାରୀ ଶେଷ କିମ୍ବା ଫେବୃଆରୀ ମାସ ପ୍ରଥମ ସପ୍ତାହରେ ଗଞ୍ଜାମ ଜିଲ୍ଲାରେ ଲକ୍ଷ୍ମୀ ବସ ର ଶୁଭରମ୍ବ କରିବେ ମୁଖ୍ୟମନ୍ତ୍ରୀ. ଯେଉଁ ପଞ୍ଚାୟତରେ ବ୍ୟାଙ୍କ ନାହିଁ ସେଠାରେ ବ୍ୟାଙ୍କ ଖୋଲିବ. ନୂଆ ଓଡିଶା ଗଠନରେ ସମସ୍ଥେ ସାମିଲ ହେବେ ବୋଲି 5ଟି ଅଧକ୍ଷ କହିଛନ୍ତି. ଜିଲ୍ଲାର ବହୁ ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ଏବଂ ନବୀନ ଓଡିଶା ଅଧକ୍ଷ ଭି କେ ପାଣ୍ଡିଆନଙ୍କୁ ଗଞ୍ଜାମ ଜିଲ୍ଲା ବି ଜେ ଡ଼ି ଧନ୍ୟବାଦ ଜଣାଇଛନ୍ତି।t

 

Nalco

Leave A Reply