Odisha news

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ରାଜ୍ୟବାସୀ ଙ୍କ ପାଇଁ ସ୍ମରଣୀୟ ହୋଇରହିବ

0

ପାର୍ବତୀଗିରି ବୃହତ ଜଳସେଚନ ପ୍ରକଳ୍ପ ୨୫୦୦ କୋଟି ବ୍ୟୟରେ  ୧୩ ଗୋଟି ଜିଲ୍ଲାରେ ୧୯୦୦ କୋଟି ବ୍ୟୟ ରେ ୯ ଟି ଜିଲ୍ଲା ରେ ୩୩ ଗୋଟି ପ୍ରକଳ୍ପ କୁ  ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସର ରେ ଘସିପୁରା ବ୍ଲକ ପରିସରରେ  ଘସିପୁରା ବ୍ଲକ ର ସମସ୍ତ ପଞ୍ଚାୟତ ରେ ଚାଷୀ ମାନଙ୍କ ସମେତ ମା, ମାଉସୀ ଓ ମହିଳା ସଂଗଠନ ର ସଦସ୍ୟ, ବ୍ଳକ ପଞ୍ଚାୟତ ସମିତି ର ଅଧକ୍ଷା,  ସରପଞ୍ଚ ସମିତି ସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା,ଯୁବ ବିଜେଡି, ଛାତ୍ର ବିଜେଡି, ମହିଳା ବିଜେଡି ର କର୍ମକର୍ତ୍ତା ଗଣ ଙ୍କ ଉପସ୍ଥିତି ରେ  ହଜାର ହଜାର କର୍ମୀ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଭରଚୁଆଲ ରେ ଏହା ର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଘସିପୁରା ବିଧାୟକ ପ୍ରଫେସର ବଦ୍ରି ନାରାୟଣ ପାତ୍ର  ଉଦବୋଧନ ଦେଇ କହିଥିଲେ ଯେ ସାରା ରାଜ୍ୟ ରେ ୯ଟି ଜିଲ୍ଲା ରେ ୩୩ ଗୋଟି ପ୍ରକଳ୍ପ ମଧ୍ୟରେ କେନ୍ଦୁଝର ଜିଲ୍ଲା ରା ୭ ଗୋଟି ପ୍ରକଳ୍ପ କୁ ମଧ୍ୟ ୩୩୯ କୋଟି ବ୍ୟୟରେ ୧୨ ଗୋଟି ଉଠା ଜଳସେଚନ ପ୍ରକଳ୍ପ କରାଯିବାକୁ ଅନୁଦାନ ପ୍ରଦାନ କରାଯାଇଛି। ଏଥିସହିତ ଜମିରେ ଚାଷକାର୍ଯ୍ୟ ପାଇଁ ଆବଶ୍ୟକୀୟ ପାଣି ଉଠା ଜଳସେଚନ ମାଧ୍ୟମରେ ଯୋଗାଇ ଦିଆଗଲେ ଚାଷୀମାନେ ସମ୍ପୂର୍ଣ ଉପକୃତ ହେବା ନିଶ୍ଚିତ ବୋଲି ଶ୍ରୀ ପାତ୍ର କହିଥିଲେ। ଦୀର୍ଘ ୨୫ ବର୍ଷ ଧରି ନବୀନ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ହୋଇଥିବା ଐତିହାସିକ ପଦକ୍ଷେପ ରାଜ୍ୟବାସୀଙ୍କ ପାଇଁ ଚିରସ୍ମରଣୀୟ ହୋଇରହିବ ବୋଲି ସ୍ପଷ୍ଟ ମତବ୍ୟକ୍ତ କରିଥିଲେ। କେନ୍ଦୁଝର ଜିଲ୍ଲା ରେ ୨୫ ବର୍ଷ ମଧ୍ୟରେ ହୋଇଥିବା ଉନ୍ନୟନ କାର୍ଯ୍ୟ ଇତିହାସ ରେ ଲିପିବଦ୍ଧ ହୋଇ ରହିବ ବୋଲି ଶ୍ରୀ ପାତ୍ର ଭାବବିହ୍ୟୁଳ ହୋଇ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପ ଜିଲ୍ଲାପାଳ, ଘସିପୁରା ବିଡ଼ିଓ ଓ ତହସିଲଦାର ଜିଲ୍ଲାର ବରିଷ୍ଠ ଅଧିକାରୀ, ଆନନ୍ଦପୁର ଉପଖଣ୍ଡ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜଳସେଚନ ବିଭାଗର ବ୍ୟାରେଜ ର ଅଧିକ୍ଷଣ ଯନ୍ତ୍ରୀ ଓ ଅନ୍ୟାନ ବିଭାଗ ର ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ।

Nalco

Leave A Reply