Odisha news

ରାମାୟଣ ର ରୋଚକ କଥା : ସମ୍ପାତି କାହିଁକି ହନୁମାନଙ୍କୁ ଖାଇବାକୁ ଚାହୁଁଥିଲା

0

ତ୍ରେତେୟା ଯୁଗରେ ସମ୍ପାତୀ ଓ ଜଟାୟୁ ନାମରେ ଦୁଇ ଟି ଗରୁଡ଼ ପକ୍ଷୀ ଥିଲେ l ଏହି ଦୁଇ ଜଣ ଦେବ ପକ୍ଷୀ ଅରୁଣ ଙ୍କ ପୁତ୍ର ଥିଲେ l ପ୍ରଜାପତି କସ୍ୟପ ଙ୍କ ପତ୍ନୀ ବିନତା ଙ୍କ ର ଦୁଇ ପୁତ୍ର ଜନ୍ମ ହୋଇ ଥିଲେ , ଜଣେ ହେଲେ ଗରୁଡ଼ ଓ ଆଉ ଜଣେ ଅରୁଣ l ଗରୁଡ଼ ବିଷ୍ଣୁ ଙ୍କ ଶରଣ ରେ ସ୍ଥାନ ନେଇଥିବା ବେଳେ ଅରୁଣ ସୂର୍ଯ୍ୟ ଙ୍କ ସାରଥୀ ହେଲେ l ସମ୍ପାତୀ ଓ ଜଟାୟୁ ଏହି ଅରୁଣ ଙ୍କ ପୁତ୍ର ଥିଲେ l ରାବଣ ଦ୍ୱାରା ଯେତେବେଳେ ମା ସୀତା ଙ୍କ ର ହରଣ ହୋଇଥିଲା , ଏହି ଜଟାୟୁ ହିଁ ରାବଣ କୁ ଅଟକାଇ ଥିଲା l ଏହି ସମୟରେ ଜଟାୟୁ ସହିତ ରାବଣ ର ଯୁଧ ହୋଇଥିଲା l ଏବଂ ଏହି ଯୁଦ୍ଧ ରେ ଜଟାୟୁ କ୍ଷତାକ୍ତ ହୋଇଥିଲା ଓ ତାର ମୃତ୍ୟୁ ହୋଇ ଯାଇଥିଲା l ଜଟାୟୁ ହିଁ ପ୍ରଭୁ ଶ୍ରୀରାମ ଙ୍କୁ କହିଥିଲା ରାବଣ ମାତା ସୀତା ଙ୍କୁ ଅପହରଣ କରିବା କଥା l ଏବଂ ଜଟାୟୁ ହିଁ ପ୍ରଥମ ସୈନ୍ୟ ଥିଲା ଏହି ଯୁଦ୍ଧରେ ସହିଦ ହେବାର l

ଜଟାୟୁ ର ଭାଇ ଥିଲା ସମ୍ପାତୀ , ଯିଏକି ସମ୍ପାତୀ ଠାରୁ ସନ ଥିଲା l ଏହି ଦୁଇ ଭାଇ ବିନ୍ଧ୍ୟାଞ୍ଚଳ ପର୍ବତ ରେ ବାସ କରୁଥିଲେ ଓ ନିଶାକର ଋଷି ଙ୍କ ସେବା କରୁଥିଲେ ଏବଂ ସମ୍ପୂର୍ଣ ଦାଣ୍ଡକାରଣ୍ୟ ରେ ବିଚରଣ କରୁଥିଲେ l ଜଟାୟୁ ସହିତ ରାଜା ଦଶରଥ ଙ୍କ ପରିଚୟ ପଞ୍ଚ ବଟି ରେ ହୋଇଥିଲା l ସେତେବେଳୁ ଦୁହେଁ ବନ୍ଧୁ ହୋଇ ଯାଇଥିଲେ l ବନବାସ ସମୟରେ ଯେତେବେଳେ ପ୍ରଭୁ ଶ୍ରୀ ରାମ ପଞ୍ଚ ବଟି ରେ ପର୍ଣ୍ଣ କୁଟୀର କରିବା ସମୟରେ ତାଙ୍କର ସାକ୍ଷାତ
ଜଟାୟୁ ସହିତ ହୋଇଥିଲା l

ରାମାୟଣ ର କଥା ଅନୁସାରେ ମା ସୀତା ଙ୍କୁ ରାବଣ ଅପହରଣ କରିବା ପରେ ମା ସୀତା ଙ୍କ ଠାବ କରିବା ପାଇଁ ଜମ୍ଭବନ୍ତ , ଅଙ୍ଗଦ ଓ ହନୁମାନ ଯାଇଥିଲେ l ସେତେବେଳେ ତାଙ୍କ ସାକ୍ଷାତ ସମ୍ପାତି ସହିତ ହୋଇଥିଲା l ସମ୍ପାତୀ ଖୁବ ବିଶାଳ ଓ ଶକ୍ତିଶାଳୀ ଗରୁଡ଼ ପକ୍ଷୀ ଥିଲା l ସେତେବେଳକୁ ସମ୍ପାତୀ ଅନେକ ଦିନରୁ ଭୋକିଲା ଥିଲା l କାହିଁକି ନା ତାର ଡେଣା ଜଳି ଯାଇଥିବାରୁ ଉଡି ପାରୁ ନଥିଲା l ତେଣୁ ସେ ଖାଦ୍ୟ ଅପେକ୍ଷାରେ ଥିଲା l ଯେତେବେଳେ ହନୁମାନ ଙ୍କୁ ଦେଖି ଥିଲା ଖୁସି ହୋଇ ଭାବି ଥିଲା ଗୋଟିଏ ବିଶାଳ କାୟ ଭୋଜନ ପାଇଲି l ଏବଂ ତାଙ୍କୁ ଖାଇବା ପାଇଁ ଧାଇଁ ଆସିଥିଲା l ଏହା ଦେଖି ଜମ୍ଭବନ୍ତ ତୁରନ୍ତ ସମ୍ପାତୀ କୁ ରାମ ଙ୍କ ବ୍ୟଥା ଶୁଣାଇ ଥିଲେ ଏବଂ ଅଙ୍ଗଦ ତାକୁ ତାର ଭାଇ ଜଟାୟୁ ର ମୃତ୍ୟୁ ର ସାମ୍ବାଦ ଶୁଣାଇ ଥିଲା l ଏହି ସମସ୍ତ କଥା ଶୁଣି ସମ୍ପାତୀ ଦୁଃଖୀ ହୋଇ ଯାଇଥିଲା l ଯେତେବେଳେ ସେ ସମସ୍ତ କଥା ଜାଣିଲା ହନୁମାନ ଙ୍କୁ ସୀତା ମାତା ଙ୍କ ନିକଟରେ ପହଂଚିବାର ବାଟ ବତାଇ ଥିଲା l

Nalco

Leave A Reply