Odisha news

ଦଶମ ମୟୂରଭଞ୍ଜ ପୁସ୍ତକମେଳା ଉଦ୍ଘାଟିତ

0

ବାରିପଦା  : ବାରିପଦା ଛଉପଡିଆ ଠାରେ ଆୟୋଜିତ ଦଶମ ମୟୂରଭଞ୍ଜ ପୁସ୍ତକମେଳା ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ବାରିପଦା ପୌରପାଳିକାର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ବର୍ତ୍ତମାନ ସମୟରେ ପୁସ୍ତକମେଳାର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ କରିଥିଲେ । ତେଣୁ ଗୋଟିଏ ପୌରପାଳିକାର କାମ କେବଳ ରାସ୍ତାଘାଟ ନାଳ ନର୍ଦ୍ଦମା ତିଆରି କରିବା ନୁହେଁ, ଗୋଟିଏ ସହରର ସଂସ୍କୃତିର ବିକାଶ ମଧ୍ୟ ମୁଖ୍ୟ ବୋଲି ମତ ରଖିଥିଲେ । ତେଣୁ ଚଳିତ ବର୍ଷ ଠାରୁ ମୟୂରଭଞ୍ଜ ପୁସ୍ତକମେଳାକୁ ଆର୍ଥôକ ସହଯୋଗ ଯୋଗାଇ ଦେବ ବୋଲି ଘୋଷଣା କରିଥିଲେ । ପ୍ରାରମ୍ଭରେ ସଦସ୍ୟ ଅଜିତ ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ । ସଭାପତି ପଦ୍ମନାଭ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନ କାର୍ଯ୍ୟକ୍ରମରେ ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ଶରତ ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ମୟୂରଭଞ୍ଜର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ସଂପାଦକ ମନୋଜ ଦଳବେହେରା ବାର୍ଷିକ ବିବରଣୀ ପ୍ରଦାନ କରିଥିବାବେଳେ ଜ୍ୟୋତିର୍ମୟୀ କବାଟ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ମେଳାରେ ଏନ୍ବିଟି, ବିଦ୍ୟାପୁରୀ, ସୂର୍ଯ୍ୟନାରାୟଣ ପ୍ରକାଶନୀ, ସାଇନାଥ, ଓମ୍ ବୁକ୍ ଭେଲି, ସନ୍ତୋଷୀ ଆଦି ପ୍ରମୁଖ ପ୍ରକାଶକଙ୍କ ଷ୍ଟଲ ସ୍ଥାନ ପାଇଛି ।

Nalco

Leave A Reply