Odisha news

ଅଭିଶପ୍ତ ଚୌକୀ ର ଲୋମ ଟାଙ୍କୁରା କାହାଣୀ , ଯିଏ ବି ଏଥିରେ ବସିଥାଏ ହରାଇଥାଏ ଜୀବନ

0

ଯେଉଁ ଚୌକି ଥିଲା ଗୋଟିଏ ସାଧାରଣ ଚୌକି ତାହା ଆଜି ପାଲଟି ଯାଇଛି ଅଭିଶପ୍ତ …..
ଯେଉଁ ଚୌକି ରେ ଆଦରରେ ବସୁଥିଲେ ଲୋକେ ତାହାକୁ ଦେଖି ସମସ୍ତେ କରୁଛନ୍ତି ଭୟ …..
ଅଭିଶପ୍ତ ହୋଇଯାଇଛି ଗୋଟିଏ ସାଧାରଣ ଚୌକି …
କିପରି ଚୌକିଟି ହେଲା ଅଭିଶପ୍ତ, କଣ ଏଥିରେ ରହିଛି କାହାର ଆତ୍ମା ?

ଆସନ୍ତୁ ଜାଣିବା ସେହି ଅଭିଶପ୍ତ ଚୌକି ର କାହାଣୀ -:
ଅଷ୍ଟଦଶ ଶତାବ୍ଦୀ ବେଳକୁ ଇଂଲଣ୍ଡ ର ଥାରସ୍କା ରେ ଥୋମାସ ବଜାବି ନାମକ ଜଣେ ବ୍ୟକ୍ତି ରହୁଥିଲେ l ତାଙ୍କର ଜଣେ ବନ୍ଧୁ ଥିଲେ ଯାହାଙ୍କ ନାମ ଡାନିଏଲ ଆଉଟି ଥିଲା l କୁହାଯାଏ ଯେ ଏହି ଦୁଇବନ୍ଧୁ ନକଲି ମୁଦ୍ରା କରୁଥିବାର ଅବୈଧ କାମ କରୁଥିଲେ l ଡେନିଏଲ କେବଳ ଥୋମାସ ଙ୍କର ଭଲ ବନ୍ଧୁ ଥିଲେ l ଏବଂ ଡାନିଏଲ ଙ୍କ ଝିଅ ଏଲିଜେବେଥ ଙ୍କୁ ଥୋମାସ ମଧ୍ୟ ବିବାହ କରିଥିଲେ l ଯେଉଁ କାରଣରୁ ଉଭୟ ଶ୍ୱଶୁର ଜ୍ୱାଇଁ ସମ୍ପର୍କ ରେ ବାନ୍ଧି ହୋଇଥିଲେ ଓ ଏହି ସମ୍ପର୍କ ଆହୁରି ଗଭୀର ହୋଇଯାଇ ଥିଲା l

ପ୍ରତିଦିନ ଦୁଇ ବନ୍ଧୁ କାମରୁ ଫେରିବା ପରେ ଉଭୟ ଥାରସ୍କରେ ଥିବା ନିଜର ପ୍ରିୟ ବାର କୁ ଯାଇ କିଛି ସମୟ ଏକାଠି ବିତାଇ ଖୁବ ଅଧିକ ମଦ୍ୟପାନ କରୁଥିଲେ l ଥୋମାସ ସବୁବେଳେ ଗୋଟିଏ ଚୌକି ରେ ହିଁ ବସୁଥିଲା , ଯଦି ବି ସେହି ଚୌକି ରେ ଅନ୍ୟ କେହି ବସୁଥିଲେ ତେବେ ସେ ଝଗଡା କରିବାକୁ ଲାଗୁଥିଲା l ଏବଂ ତାକୁ ସେଠାରୁ ହଟାଇ ନିଜେ ବସୁଥିଲା l କିନ୍ତୁ ଆଗକୁ ଯାଇ ଏହି ଚୌକି କେତେ ଲୋକଙ୍କର ଜୀବନ ନେବ ଏହି ବିଷୟରେ ସମସ୍ତେ ଅଜ୍ଞ ଥିଲେ l

ଏହା ଥିଲା ୧୭୦୨ ମସିହାର କଥା, କୌଣସି ଘଟଣାକୁ ଥୋମାସ ଓ ଡାନିଏଲ ମଧ୍ୟରେ ଖୁବ ଝଗଡା ହୋଇଥିଲା l ଏହି ଝଗଡା ମାରପିଟ ରେ ପହଂଚି ଯାଇଥିଲା l ଏହାପରେ ଥୋମାସ କୁ ଚିଡ଼େଇବା ପାଇଁ ଡାନିଏଲ ଯାଇ ତାର ପ୍ରିୟ ଚୌକି ରେ ବସି ଯାଇଥିଲା l ଥୋମାସ ଏହା ଦେଖି ଏତେ ଉତେଜିତ ହୋଇ ଯାଇଥିଲା କି ସେ ଡାନିଏଲ କୁ ହତ୍ୟା କରିବାକୁ ପଛାଇ ନଥିଲା l ପୋଲିସ ହତ୍ୟା ଆରୋପ ରେ ଥୋମାସ କୁ ଗିରଫ କରିଥିଲେ l ଏବଂ ଶ୍ୱଶୁର ଙ୍କ ହତ୍ୟା ଅଭିଯୋଗ ରେ ଥୋମାସ କୁ ଆଜୀବନ ମୃତ୍ୟୁଦଣ୍ଡ କୋର୍ଟ ଶୁଣାଇଥିଲେ l ଯେଉଁଦିନ ଥୋମାସ କୁ ଫାସୀ ଦିଆଯାଇ ଥିଲା ତାର ଶେଷ ଇଚ୍ଛା ପଚାର ଯାଇଥିଲା l ଏହାର ଉତ୍ତରରେ ଥୋମାସ କହିଥିଲା ଥାରସ୍କ ରେ ପ୍ରିୟ ବାର ର ପ୍ରିୟ ଚୌକି ରେ ବସି ଶେଷ ଥର ପାଇଁ ଭୋଜନ କକରିବ l

ଥୋମାସ ର ଶେଷ ଇଚ୍ଛା କୁ ପୁରା କରାଯାଇଥିଲା, ଭୋଜନ ଶେଷ କରିବା ପରେ ଥୋମାସ ଠିଆ ହେଲା ଓ କହିଲା ‘ ସେହି ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ ଯିଏ ମୋର ଏହି ଚୌକି ରେ ବସିବାର ସାହସ କରିବ ” , ସେହି ଦିନଠାରୁ ଏହି ଚୌକି ଅଭିଶପ୍ତ ହୋଇଗଲା l

ମୋଡିୟମ ଡ଼ଟ କମ ର ସୂଚନା ଅନୁସାରେ ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ରୟାଲ ଏନଫୋର୍ସ ର ୨ଟି ପାଇଲଟ ସେହି ବାର କୁ ଯାଇ ସେହି ଚୌକି ରେ ବସି ମଦ୍ୟପାନ କରିଥିଲେ l ଏବଂ ବାହାରିବା ପରେ ନିଜ ଗାଡ଼ିରେ ବସିବା ପରେ ତାଙ୍କ କାର ଟି ର ଆକ୍ସିଡେଣ୍ଟ ହୋଇ ଯାଇଥିଲା ଓ ଦୁଇ ପାଇଲଟ ଙ୍କର ମୃତ୍ୟୁ ହୋଇଯାଇ ଥିଲା l ଏହାପରେ ଏପରି ଲଗାତାର ଘଟିବାକୁ ଲାଗିଲା, ଯେ କେହିବି ବ୍ୟକ୍ତି ଏହି ଚୌକି ରେ ବସୁଥିଲା, ସେ ନିଜର ପ୍ରାଣ ହରାଉ ଥିଲା l

ଏହାପରେ ବାର ମାଲିକ ଉକ୍ତ ଚୌକି କୁ ନିଜ ଗୋଦାମ ଘରେ ରଖିଦେଲେ l ଥରେ ଜଣେ ଶ୍ରମିକ ଗୋଦାମ ଘରେ କିଛି ଜିନିଷ ରଖିବାକୁ ଆସିଥିଲେ, ଏବଂ ତାଙ୍କୁ ଥକା ଲାଗିବାରୁ ସେ ଏହି ଚୌକି ରେ ବସି ପଡି ଥିଲେ, ଏହାର ମାତ୍ର ଗୋଟିଏ ଘଣ୍ଟା ପରେ ଉକ୍ତ ଶ୍ରମିକ ଙ୍କ ମୃତ୍ୟୁ ହୋଇଯାଇ ଥିଲା l ଏହି ଘଟଣା ପରେ ବାର ମାଲିକ ଉକ୍ତ ଚୌକି କୁ ଥାରସ୍କ ର ମିୟୁଜିୟମ କୁ ଦାନ କରିଦେଇ ଥିଲେ, ସେହିଦିନ ଠାରୁ ଥାରସ୍କ ର ମିୟୁଜିୟମ ରେ ଏହି ଚୌକି ଟି ୫ ଫୁଟ ଉପରେ ଟଙ୍ଗା ହୋଇ ରହିଛି l

Nalco

Leave A Reply