Odisha news

ଶୀତଋତୁ ରେ ପାୱାର ବୁଷ୍ଟର ମାଣ୍ଡିଆ : ଓଜନ ହ୍ରାସ ହେବା ସହିତ ଦୂର ହୋଇଥାଏ ଆଣ୍ଠୁ ଗଣ୍ଠି ସମସ୍ୟା

0

ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି, ଏହି ସମୟରେ ବଜାରରେ ବିଭିନ୍ନ ପ୍ରକାର ପନିପରିବା ଦେଖିବାକୁ ମିଳିଥାଏ l ଏହି ଋତୁରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ସମସ୍ତଙ୍କ ଘରେ ପ୍ରସ୍ତୁତ ହୋଇଥାଏ l କିନ୍ତୁ ଏହିସବୁ ସ୍ୱାଦିଷ୍ଟ ବ୍ୟଞ୍ଜନ ଆମେ ଖାଉ ଖାଉ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟାର ସମୁଖୀନ ହୋଇଥାଉ l ଶୀତଋତୁ ରେ ଆମେ ନିଜ ଖାଦ୍ୟରେ ଏଭଳି କିଛି ଜିନିଷ ସାମିଲ କରିବା ଆବଶ୍ୟକ ଯାହାର ପ୍ରକୃତି ଗରମ ହୋଇଥାଏ, ସେହିସବୁ ଖାଦ୍ୟ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ମାଣ୍ଡିଆ l

ପୋଷାକ ତତ୍ତ୍ୱରେ ଭରପୁର ମାଣ୍ଡିଆ –
୧୦୦ ଗ୍ରାମ ମାଣ୍ଡିଆ ଗୁଣ୍ଡରେ ପାଖାପାଖି ୩୮୫ କ୍ୟାଲୋରୀ ରହିଥାଏ l
ଫ୍ୟାଟ ୭ % ରହିଥାଏ, ସାଚୁରେଟେଡ଼ ଫ୍ୟାଟ ୩ ପ୍ରତିଶତ, କୋଲେଷ୍ଟ୍ରଲ ୦ ପ୍ରତିଶତ, ସୋଡିୟମ ୦ ପ୍ରତିଶତ, କାର୍ବୋହାଇଡ୍ରେଟ ୨୫ ପ୍ରତିଶତ, ଡାଇଟାରି ଫାଇବର ୧୪ ପ୍ରତିଶତ, ସୁଗାର ୨ ପ୍ରତିଶତ, ପ୍ରୋଟିନ ୧୦ ପ୍ରତିଶତ, କ୍ୟାଲସିୟମ ୨୬ ପ୍ରତିଶତ, ଆଇରନ ୧୧ ପ୍ରତିଶତ, ପୋଟାସିୟମ ୨୭ ପ୍ରତିଶତ, ରାଇବଫ୍ଲୋବିନ ୭ . ୬ ପ୍ରତିଶତ, ଭିଟାମିନ ସି ୭ ପ୍ରତିଶତ, ଭିଟାମିନ ଇ ୪ . ୬ ପ୍ରତିଶତ, ଫୋଲିକ ଏସିଡ ୩ ପ୍ରତିଶତ ରହିଥାଏ l

ମାଣ୍ଡିଆ ଖାଇବାର ଲାଭ –
– ଶୀତଋତୁ ରେ ବିଶେଷ ଭାବରେ ଏନଏଲ ଲୋକ ଙ୍କ ନିକଟରେ ରକ୍ତ ହୀନତା ସମସ୍ୟା ଆସିଥାଏ l ଶୀତଋତୁ ରେ ମାଣ୍ଡିଆ ଖାଇବା ଦ୍ୱାରା ରକ୍ତରେ ହେମୋଗ୍ଲୋବିନ ବୃଦ୍ଧି ହୋଇଥାଏ l ଏବଂ ରକ୍ତ ହୀନତା ସମସ୍ୟା ଦୂର ହୋଇଥାଏ l

– ମାଣ୍ଡିଆ ଶୀତଋତୁ ରେ ସେବନ କରିବା ଦ୍ୱାରା ହାଡ଼ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l ମାଣ୍ଡିଆ କ୍ୟାଲସିୟମ ରେ ଭରପୁର ହୋଇଥିବା କାରଣରୁ ଶୀତଋତୁ ରେ ନିହାତି ସେବନ କରିବା ଜରୁରୀ l

– ଅଙ୍କୁରିତ ମାଣ୍ଡିଆ ଫାଇବର ରେ ଭରପୁର ହୋଇଥାଏ l ଯାହାକି ପାଚନ ତନ୍ତ୍ର ମଜବୁତ ହୋଇଥାଏ l ତେଣୁ ଶୀତଋତୁ ରେ ଅଙ୍କୁରିତ ମାଣ୍ଡିଆ ପ୍ରତିଦିନ କିଛି ମାତ୍ରାରେ ସେବନ କରିବା ଆବଶ୍ୟକ l ଏହାଦ୍ୱାରା ଶରୀର କୁ ଭରପୁର ମାତ୍ରାରେ ଫାଇବର ମିଳିଥାଏ l ଏବଂ ଏହା ତ୍ୱଚା ଓ କେଶ ପାଇଁ ଖୁବ ହିତକର ହୋଇଥାଏ l

– ସ୍ତନ୍ୟ ପାନ କରୁଥିବା ମହିଳା ମାନେ ମାଣ୍ଡିଆ ସେବନ କରିବା ଦ୍ୱାରା ଶିଶୁ ମାନଙ୍କ ନିକଟରେ ଆଇରନ ର ଅଭାବ ହୋଇ ନଥାଏ l ଏବଂ ଶିଶୁ ମାନଙ୍କର ହାଡ଼ ମଧ୍ୟ ମଜବୁତ ହୋଇଥାଏ ଓ ମା ମାନେ ମଧ୍ୟ ସୁସ୍ଥ ରହି ଥାଆନ୍ତି l

– ଶୀତଋତୁ ରେ ବିଶେଷ ଭାବରେ ଓଜନ ବୃଦ୍ଧି ସମସ୍ୟା ଏବଂ କୋଲେଷ୍ଟ୍ରାଲ ବୃଦ୍ଧି ହୋଇଥାଏ l ଏପରି ସ୍ଥିତି ରେ ମାଣ୍ଡିଆ ଖୁବ ଉପକାରୀ ହୋଇଥାଏ l ଏହା କୋଲେଷ୍ଟ୍ରଲ ସ୍ତର କୁ ସନ୍ତୁଳିତ ରଖି ବିଭିନ୍ନ ଶାରୀରିକ ସମସ୍ୟା କୁ ଦୂର କରିଥାଏ l

Leave A Reply