Odisha news

ନୂତନ ଆର୍ମି ଲେଫ୍ଟନାଣ୍ଟଙ୍କୁ ଭଞ୍ଜନଗର ଠାରେ ବିପୁଳ ସ୍ୱାଗତ

0

ଭଞ୍ଜନଗର, ୧୧/୧୨. ଭଞ୍ଜନଗର ଅଞ୍ଚଳର କିଶନ କୁମାର ଖଣ୍ଡୁଆଳ ଦେଶ ସେବାରେ ଭାରତୀୟ ସେନା ବାହିନୀର ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି।ସୋମବାର ସନ୍ଧ୍ୟାରେ କିଶନ କୁମାର  ଭଞ୍ଜନଗର ସ୍ଥିତ ବାଗଦେବୀ ରୋଡ଼ ନୀଳାଦ୍ରି ବିହାର ଦ୍ଵିତୀୟ ଲାଇନରେ ଥିବା ବାସ ସ୍ଥାନକୁ ଫେରିଥିଲେ।ଏହି ଅବସରରେ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ,ବନ୍ଧୁ ବାନ୍ଧବ ଓ ପରିବାବର୍ଗ ବାଣ ଫୁଟାଇ, ପୁଷ୍ପଗୁଛ ଦେଇ ଶୋଭାଯାତ୍ରାରେ ଭରପୁର ସ୍ୱାଗତ କରିବା ସହ ଧୂପ ଦୀପ ଦେଇ ବନ୍ଦାପନା କରି ଘରକୁ ପାଛୋଟି ନେଇଥିଲେ। କିଶନ କୁମାରଙ୍କ ନିଜ ଗ୍ରାମ ବେଲଗୁଣ୍ଠା ବ୍ଲକ ଜି. ନୂଆଗାଁରେ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କ ପରିବାର ଭଞ୍ଜନଗର ଠାରେ ରହୁଛନ୍ତି।ପିତା ପୂବତନ ନାଏବ ସୁବେଦାର ରଘୁନାଥ ଖଣ୍ଡୁଆଳ ଓ ମାତା ଗୀତାଞ୍ଜଳି ଖଣ୍ଡୁଆଳଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି କିଶନ କୁମାର।ଆର୍ମି ପବ୍ଲିକ ସ୍କୁଲ ଡେରାଡୁନ ଓ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନରେ ପାସ କରିବା ପରେ ସେନାବାହିନୀ ରେ ଯୋଗ ଦେଇଥିଲେ। ୪ବର୍ଷ ଟ୍ରେନିଂ ନେଇ ଜୁନ ୨୦୧୯ରେ କାର୍ଯ୍ୟରେ ଯୋଗ ଦେଇଥିଲେ।ବର୍ତ୍ତମାନ କିଶନ କୁମାର ଲେଫ୍ଟନାଣ୍ଟ କମିଶନର ଭାବେ ହାଇଦ୍ରାବାଦରେ ନିଯୁକ୍ତି ପାଇଛନ୍ତି।
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର

Har Ghar Tiranga

Leave A Reply