Odisha news

ଭାରତରେ ବିଶ୍ୱର ପ୍ରଥମ ଶାକାହାରୀ ଶହର, ଯେଉଁଠାର ନିୟମ ଖୁବ କଡା

0

ନୂଆଦିଲ୍ଲୀ : କଣ ଆପଣ କେବେ ଜାଣିଛନ୍ତି ଏଭଳି ସହର ଯାହା ପୁର୍ଣ ଭାବରେ ଶାକାହାରୀ ? ଯେଉଁଠି ଜୀବ ହତ୍ୟା ଉପରେ ଲାଗିଛି ସମ୍ପୂର୍ଣ ପ୍ରତିବନ୍ଧକ l ହଁ ଆଜ୍ଞା ଏଭଳି ସହର ଆଉ କେଉଁଠି ବି ନାହିଁ, ରହିଛି ଭାରତ ଭୂମିରେ, ଭାରତ ଗୋଇ ବିବିଧତା ର ଦେଶ l ଆଉ ବିବିଧତା ମଧ୍ୟରେ ରହିଛି ଅନେକ ଲୁକାୟିତ ତଥ୍ୟ l ଆସନ୍ତୁ ଆଜି ସେହିଭଳି କିଛି ନୂଆ କଥା ଜାଣିବା l

ସାଧାରଣ ଭାବରେ ଦୁନିଆରେ ୨ପ୍ରକାର ଲୋକ ଥାଆନ୍ତି, ଗୋଟିଏ ହେଲେ ଶାକାହାରୀ ଓ ଅନ୍ୟଟି ମାଂସାହାରୀ l ବର୍ତମାନ ଶାକାହାରୀ ଲୋକ ଙ୍କ ସଂଖ୍ୟା ଲଗାତାର ବଢି ଚାଲିଛି l ଗୋଟିଏ ପଟରେ କିଛିଟା ଲୋକ ଏଭଳି ଥାଆନ୍ତି ଯେଉଁମାନେ ବିନା ଆମିଷ ରେ ଖାଦ୍ୟ ଗ୍ରହଣ କରନ୍ତି ନାହିଁ, ଅନ୍ୟ ପଟେ ଆଉ କିଛି ଲୋକ ଏଭଳି ଥାଆନ୍ତି ଯିଏ କି ଆମିଷ ଦେଖିଲେ କୋଷେ ଦୂର କୁ ପଳାଇ ଯାଆନ୍ତି l ଭାରତରେ ଗୋଟିଏ ଏଭଳି ସହର ରହିଛି, ଯେଉଁଠି ଲୋକମାନେ ସମ୍ପୂର୍ଣ ଶାକାହାରୀ ଅଟନ୍ତି , ଯେଉଁଠି ଜୀବ ହତ୍ୟା ସମ୍ପୂର୍ଣ ନିଷେଧ l ଆପଣ ବର୍ତମାନ ଭାବୁଥିବେ ସତରେ କଣ ଭାରତରେ ଏଭଳି ସହର ସମ୍ଭବ ?

ଏହି ସହରଟି ଭାରତର ପଶ୍ଚିମ ଭାଗରେ ଅବସ୍ଥିତ ଓ ଗୁଜୁରାଟ ରାଜ୍ୟର ଭାବନଗର ଜିଲ୍ଲାର ‘ ପାଲିତନା ‘ ସହର ଯାହାକି ସମ୍ପୂର୍ଣ ଭାବରେ ଗୋଟିଏ ସାକାହାରୀ ସହର ଅଟେ l ଏହି ସହରରେ ମାଂସାହାରୀ ଭୋଜନ ଓ ବିକ୍ରି ଉପରେ ଲାଗିଛି ପ୍ରତିବନ୍ଧକ l

ପାଲିତାନା ସହର ଜୈନ ଧର୍ମର ସବୁଠୁ ପବିତ୍ର ସହର l କିନ୍ତୁ କାହିଁକି ଓ କେବେ ଏହି ସହର ହୋଇଥିଲା ଶାକାହାରୀ ସହର ସେହି ବିଷୟରେ ଆସନ୍ତୁ ଜାଣିବା l

କିଭଳି ହେଲା ଶାକାହାରୀ ସହର – : ଏହି ସହରଟିରେ ଅନେକ ମାତ୍ରାରେ ଜୈନ ଧର୍ମାବଲମ୍ବୀ ଲୋକେ ବାସ କରନ୍ତି l ସେଥିପାଇଁ ଏହି ସହରର ଜୈନ ଭିକ୍ଷୁ ମାନେ ଏଠାରେ ମାଂସାହାର ବିକ୍ରୀ ଉପରେ ଓ ଜୀବ ହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସରକାର ଙ୍କ ନିକଟରେ ଦାବୀ କରିଥିଲେ l ଏହାକୁ ନେଇ ୨୦୦ ଜୈନ ଭିକ୍ଷୁ ଆମରଣ ଅନଶନ ରେ ଧାରଣା ଦେଇଥିଲେ l କେବଳ ସେତିକି କରିନଥିଲେ, ସରକାର ଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ଯେ ଯଦି ଏହି ସହର ରୁ ମାଂସ ଭୋଜନ ଓ ପଶୁ ହତ୍ୟା ଉପରେ ରୋକ ନଲାଗିବ ତେବେ ସେମାନେ ଦେହ ତ୍ୟାଗ କରିବେ l ଏହାପରେ ୨୦୧୪ ରେ ଏହି ସହର ଉପରେ ପଶୁ ହତ୍ୟାକୁ ନେଇ ସମ୍ପୂର୍ଣ ରୋକ ଲାଗିଥିଲା l ଏହାପରେ ଏହି ସହର ବିଶ୍ୱର ପ୍ରଥମ ଶାକାହାରୀ ସହର ହୋଇ ଯାଇଥିଲା l ଏଠାରେ ୨୫୦ ଟି କଂସେଇ ଖାନା ବନ୍ଦ କରିଦିଆ ଯାଇଥିଲା ଓ ଏହି ସହର କୁ ମାଂସ ମୁକ୍ତ ସହର ଭାବରେ ଘୋଷଣା କରାଯାଇ ଥିଲା l

Leave A Reply