Odisha news

କ୍ଷୁଦ୍ର ଜଳ ସେଚନ ସିଭିଲ ଇଞ୍ଜିନିୟର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଜଳ ସମ୍ପଦ ବିଭାଗ ଏବଂ ରୁର୍କି ଆଇଆଇଟି ସହ ବୁଝାମଣା ପତ୍ର ସ୍ୱାକ୍ଷର

ଜଳବାୟୁ ସହନଶୀଳ କୃଷି ପାଇଁ ରୁର୍କିରେ ଜଳ ପରିଚାଳନା ସଂପର୍କିତ ପ୍ରଶିକ୍ଷଣ ନେବେ ୧୭୬ ଜଣ ଇଞ୍ଜିନିୟର

0

ଭୁବନେଶ୍ୱରତା-୦୮.୧୨.୨୦୨୩ ଜଳସମ୍ପଦ ବିଭାଗ ଅଧିନସ୍ଥ କ୍ଷୁଦ୍ର ଜଳସେଚନ (ଏମଆଇ) ସଂଗଠନର ସିଭିଲ ଇଞ୍ଜିନିୟରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟ ଉନ୍ନୟନ କମିଶନର-ତଥା-ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଉପସ୍ଥିତିରେ ଓଡ଼ିଶା ଜଳ ସମ୍ପଦ ବିଭାଗ ଏବଂ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ(ଆଇଆଇଟି), ରୁର୍କି ମଧ୍ୟରେଏକ ବୁଝାମଣାପତ୍ର  (ଏମଓୟୁ) ଆଜି ସ୍ୱାକ୍ଷରିତ ହୋଇଛି।ଜଳ ସମ୍ପଦ ବିଭାଗରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଓଡିଶା କମ୍ୟୁନିଟି ଟ୍ୟାଙ୍କ ମ୍ୟାନେଜମେଣ୍ଟ ସୋସାଇଟି (ଓସିଟିଡିଏମଏସ)ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରଶ୍ମି ରଞ୍ଜନ ନାୟକଏବଂ ରୁର୍କି ଆଇଆଇଟିର ପ୍ରଫେସର ଦୀପକ ଖରେ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳ ସେଚନ ପ୍ରକଳ୍ପ (ଓଆଇଆଇପିସିଆରଏ)ଜଳ ବ୍ୟବହାରିକ ଦକ୍ଷତାରେ ଉନ୍ନତି ଆଣିବା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବା ଜଳ ଭଣ୍ଡାରର ସେଚାଂଚଳରେ ଭାଗିଦାରୀ ଜଳ ସେଚନ ପରିଚାଳନାକୁ ସୁଦୃଢ଼ କରିବା ଏବଂ ବୈଷୟିକ ଜ୍ଞାନକୌଶଳର ଉପଯୋଗ ମାଧ୍ୟମରେ ସମାଧାନ କରାଯାଇ କୃଷିରେ ଜଳବାୟୁ ସହନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ଏକ ବଡ ପଦକ୍ଷେପ।ବିଶ୍ୱବ୍ୟାଙ୍କ ସମର୍ଥିତ ଏହି ପ୍ରକଳ୍ପକୁ ଜଳସମ୍ପଦ ବିଭାଗ ପକ୍ଷରୁ କୃଷି ଓକୃଷକ ସଶକ୍ତି କରଣ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ସହିତ କନଭର୍ଜେନ୍ସ ମୋଡରେ କାର୍ୟ୍ୟକାରୀ କରାଯାଉଛି।
ବୈଷୟିକ ଜ୍ଞାନକୌଶଳର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ଏହି ବିଭାଗରେ କାର୍ୟ୍ୟରତ ଇଞ୍ଜିନିୟର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ “୫-ଟି” ଉପକ୍ରମ ଅନେକ ଦିଗ ଉନ୍ମୁକ୍ତ କରିଛି।ନିକଟ ଅତୀତରେ ଚେନ୍ନାଇ ସ୍ଥିତ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଏନ୍ଆଇଓଟି), ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି), ଗୌହାଟୀ ଏବଂ ଆଇଆଇଟି, ରୁର୍କି ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।
ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ଓଡିଶାରେ ଥିବା ସଂଖ୍ୟାଧିକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଟ୍ୟାଙ୍କର ସମନ୍ୱିତ ବିକାଶ କରିବାକୁ ପଦକ୍ଷେପ ନିଆଯାଇଛି । କ୍ଷୁଦ୍ର ଜଳ ସେଚନ ଶାଖାର ଯନ୍ତ୍ରୀମାନଙ୍କୁ ଦିଆଯିବାକୁ ଥିବା ପ୍ରଶିକ୍ଷଣ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ଜଳର ନିରନ୍ତର ବ୍ୟବହାର ଏବଂ ଉତ୍ତମ ଅଭ୍ୟାସ ସଂପର୍କରେ ଜାଣିବା ସହ ତଜ ଳବିଜ୍ଞାନ ଏବଂଏଥି ସମ୍ପର୍କିତ ଆନୁଷଙ୍ଗିକ କାର୍ୟ୍ୟକୁ କାର୍ୟ୍ୟକାରୀ କରିବାରେ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ ।
ବୁଝାମଣା ପତ୍ର ସ୍ୱାକ୍ଷର ଅବସରରେ ଆଇଆଇଟି , ରୁର୍କିର ପ୍ରଫେସର ଡଃ. ଖରେ କହିଥିଲେ ଯେ,ଏମଆଇର ଯନ୍ତ୍ରୀ ମାନଙ୍କୁ ପରିବର୍ତ୍ତିତ ଟେକ୍ନୋଲୋଜି ଆଧାରରେ ଜଳ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ ସଂପର୍କରେ ନିଷ୍ପତ୍ତି ପାଇଁ ଜଳ ସଂପଦ ବିଭାଗ ତଥା ଓଡିଶା ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ । ଆଇଆଇଟି, ଋର୍କି ମାଧ୍ୟମରେ ଯନ୍ତ୍ରୀମାନଙ୍କୁ ସର୍ବୋତ୍ତମ ପ୍ରଶିକ୍ଷଣ ଦିଆଯିବ, ଯାହା ସେମାନଙ୍କର ଦକ୍ଷତାର ବିକାଶ ପୂର୍ବକ ଓଡିଶାରେ କ୍ଷୁଦ୍ର ଜଳସେଚନ ତଥା ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରକଳ୍ପ ପରିଚାଳନାରେ ସହାୟକ ହେବ ।
ସ୍ୱାକ୍ଷରିତ ବୁଝାମଣା ପତ୍ର ଅନୁସାରେ କ୍ଷୁଦ୍ର ଜଳସେଚନର କନିଷ୍ଠ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ନିର୍ବାହୀଯନ୍ତ୍ରୀ ଏବଂ ଅଧିକ୍ଷଣ ଯନ୍ତ୍ରୀ ପାହ୍ୟାର୧୭୬ଜଣ ଇଞ୍ଜିନିୟର ରୁର୍କି ସ୍ଥିତ ଆଇଆଇଟିରେ ୬ଦି ନପାଇଁ ପ୍ରଶିକ୍ଷଣରେ ଯୋଗଦେବେ ।ଜାନୁଆରୀ ମାସରେ ଏହି ପ୍ରଶିକ୍ଷଣ ଆରମ୍ଭ ହେବ।
ଏହି କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗର ସ୍ୱତନ୍ତ୍ର ସଚିବ,ସର୍ବୋଚ୍ଚ ଯନ୍ତ୍ରୀ, ଅତିରିକ୍ତ ଶାସନ ସଚିବ, ମୁଖ୍ୟଯନ୍ତ୍ରୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତଥିଲେ।
ପଠାଣିରାଉତ ସୂଚନାଅଧିକାରୀ

Leave A Reply