Odisha news

ପତ୍ନୀଙ୍କୁ ମରଣାତ୍ମକ ଆକ୍ରମଣ , ପତିଙ୍କୁ କୋର୍ଟ ଚାଲାଣ।

0
ବାଲିପାଟଣା  : ବାଲିପାଟଣା ଥାନା ଅନ୍ତର୍ଗତ ଭଗବତପଡା ଗ୍ରାମର ତପନ ଖଟେଇ (୪୮) ନିଜ ପତ୍ନୀକୁ ମରଣାତ୍ମକ ଆକ୍ରମଣ ଉଦ୍ୟମ କରି କୋର୍ଟ ଚାଲାଣ ହେବା ଘଟଣା ସାଧରଣରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ୨ତାରିଖ ଶନିବାର ରାତି ୧୧ ଟା ସମୟରେ ଭଗବତପଡା ଗ୍ରାମର ରଶ୍ମିତା ଖଟେଇ (୪୪) ଙ୍କୁ ତାଙ୍କ ସ୍ଵାମୀ ତପନ ଖଟେଇ କୌଣସି କାରଣ ନ ଥାଇ, ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରି ତଳେ ପକାଇ ପେଟ ଉପର ଗୋଇଠା ମାରିଥିଲେ। ରଶ୍ମିତା ଚିତ୍କାର ଶୁଣି ତାର ଦୁଇ ପୁଅ, ମାଆକୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କିନ୍ତୁ ତପନ ଖଟେଇ ନିକଟରେ ଥିବା ଏକ କୁରାଢ଼ି ଆଣି ରଶ୍ମିତାକୁ ଆକ୍ରମଣ କରି ମାରିଦେବା ଧମକ ଦେଇଥିଲା। ପ୍ରକାଶ ଥାଉ କି ବିଗତ ଦିନରେ ତପନ ନିଜ ପତ୍ନୀଙ୍କୁ ବାରମ୍ୱାର ନିର୍ଯାତନା ଦେବା ସହିତ ଦିନେ ଏକ କଟୁରୀ ଚୋଟରେ ବଡ଼ ପୁଅ ଆହତ ହୋଇଥିଲା। ଗତ ୩ ତାରିଖ ରବିବାର ଦିନ ରଶ୍ମିତା ଏ ବିଷୟରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ବାଲିପାଟଣା ଥାନା ଆଇ ଆଇ ସି ଓମ୍ ପ୍ରକାଶ ମହାନ୍ତି ଓ ତଦନ୍ତକାରୀ ଅଫିସର ରାକେଶ କୁମାର ସାମଲ ଏକ କେସ ନଂ ୪୪୪/୨୦୨୪,ଦଫା ୨୯୪,୨୫୪,୩୨୩,୫୦୬ ଆଇ ପି ସି ବଳରେ ଆସାମୀ ପତି ତପନ ଖଟେଇକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
Nalco

Leave A Reply